ଜଗନ୍ନାଥ ପ୍ରସାଦ:୦୭/୦୧:( ଚିତ୍ତରଞ୍ଜନ ଗନ୍ତାୟତ ) ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଓ ପ୍ରଚାର ପ୍ରସାର, ଓଡିଶା ସରକାରଙ୍କ “ ଆମ ଓଡିଶା ନବୀନ ଓଡିଶା “ ଯୋଜନା ର ଅନ୍ଯତମ ଅଂଶବିଶେଷ I ଏହି କ୍ରମରେ ଓଡ଼ିଶାର ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ତା ୧୭/୦୧/୨୪ରିଖ ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କରିବେ I ଏହି ଐତିହାସିକ ମୂହୁର୍ତ୍ତରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁ ମାନଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି I ଏହି ମୂହୁର୍ତ୍ତକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବିବିଧ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମ ପଞ୍ଚାୟତ ଏବଂ ବ୍ଲକରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶ ଗ୍ରହଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି I
ସୂଚନା ଅନୁସାରେ ଆଜି ରବିବାର ୭/୧ରିଖ ଦିନ ଏହି ଜୟ ଜଗନ୍ନାଥ ଅର୍ପଣ ରଥକୁ ମାନ୍ୟବର ଅର୍ଥମନ୍ତ୍ରୀ ତଥା ବିଧାୟକ ବିକ୍ରମ କେଶରୀ ଆରୁଖ ଆନୁଆଷ୍ଠାନିକ ଭାବେ ଶୁଭ ଉଦଘାଟନ କରିବା ସହ ବ୍ଲକ ଉପାଧ୍ୟକ୍ଷ ରଞ୍ଜିତ ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ର, ସହକାରୀ ଯନ୍ତ୍ରୀ ଅଚ୍ୟୁତାନନ୍ଦ ପଟ୍ଟନାୟକ, ବିଭାଗୀୟ ଅଧିକାରୀ ରାମକୃଷ୍ଣ ମହାନ୍ତି, ଜିପିଓ ମାଥୁରାମ ନାୟକ, ପିଇଓ ବସନ୍ତ କୁମାର ସାହୁ,ବ୍ଲକ ସାମାଜିକ ଅଧିକାରୀ ମିତାଲୀ ପ୍ରିୟଦର୍ଶିନୀ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ମୋନାଲି ମହାନ୍ତି, ସମସ୍ତ ସରପଞ୍ଚ ଏବଂ ସମିତି ମେମ୍ବର ପ୍ରମୁଖ୍ ଉପସ୍ଥିତ ରହିଥିଲେ l ଏହି ଜୟ ଜଗନ୍ନାଥ ରଥ ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଜଗନ୍ନାଥ ପ୍ରସାଦ ବ୍ଲକରେ ଥିବା ୨୫ପଞ୍ଚାୟତର ସମସ୍ତ ଗ୍ରାମକୁ ଜଗନ୍ନାଥ ସଂସ୍କୃତି ସହିତ ଜଡିତ ବିବିଧ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବା l

ଜଗନ୍ନାଥ ପ୍ରସାଦ ପଞ୍ଚାୟତ ସମିତିର ଯୋଜନା ପ୍ରକାରେ ଚାରି ଗୋଟି ଅର୍ପଣ ରଥ ଦୀର୍ଘ ୦୭ ତାରିଖ ଠାରୁ ୧୫/୧ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସମିତିର ସମସ୍ତ ଗ୍ରାମରେ ଘରକୁ ଘର ବୁଲି ପ୍ରତ୍ଯେକ ପରିବାରଙ୍କ ଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଏବଂ ଗୁଆ ସଂଗ୍ରହ କରିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ l ପରିଶେଷରେ ସଂଗ୍ରହ କରାଯାଇଥିବା ଅରୁଆ ଚାଉଳ ଏବଂ ଗୁଆକୁ ପୂଜାପାଠ କରି ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖକୁ ନିଆଯିବା ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ l
