କୁକୁଡାଖଣ୍ଡି ::-ନବମ ଦିନରେ ପହଂଚିଛି କୁକୁଡାଖଣ୍ଡି ମା ଗୋସାମଣି ଙ୍କ ଠାକୁରାଣୀ ଯାତ୍ରା..ଆଉ ଦୁଇଦିନ ପରେ ଭକ୍ତିମୟ ପରିବେଶରେ ମାଙ୍କୁ ବିଦାୟ ଦେବେ ଗ୍ରାମବାସୀ..ମା ପ୍ରତିଦିନ ସାହି ସାହି ବୁଲି ଗ୍ରାମବାସି ଙ୍କ ଠୁ ଭୋଗ ପାଉଛନ୍ତି… ଭକ୍ତ ମାନେ ମାଙ୍କୁ ହଳଦୀ ପାଣି ରେ ଗୋଡ଼ ଧୋଇ ମାଙ୍କ ଆଶ୍ରିବାଦ ଲାଭ କରୁଛନ୍ତି.. ଯାତ୍ରା ସାରିବାକୁ ଆଉ ଦୁଇ ଦିନ ଥିବାବେଳେ ମିନବଜାର ଓ କଳାକୁଞ୍ଜ ଦେଖିବାକୁ ବିଭିନ୍ନ ସ୍ଥାନ ରୁ ବହୁ ଭକ୍ତ ଆସୁଛନ୍ତି..ଗୋପାଳପୂର ବିଧାୟକ ପ୍ରଦିପ ପାଣିଗ୍ରାହୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ମାଙ୍କ ଗ୍ରାମପରିକ୍ରମା ବେଳେ ଦର୍ଶନ କରିଥିଲେ..ଏହି ଯାତ୍ରା ରେ କଳା କୁଞ୍ଜ ବେଶ ଆକର୍ଷଣୀୟ ପାଲଟିଛି l ବିଭିନ୍ନ ମାନସିକ ଧାରି ମାନେ ନାନାଦି ପ୍ରକାର ବେଶଭୁଷା ରେ ସୁସଜିତ ହୋଇ ମା ଙ୍କ ଠାରେ ନତ ମସ୍ତକ କରି ଆସୁଥିବା ଦେଖା ଦେଇଛି l ଏହି ଯାତ୍ରା ୫ ବର୍ଷ ଥରେ ହେଉଥିବା ରୁ ଲୋକେ ଜିଲ୍ଲା ଓ ବାହାର ରାଜ୍ୟ ରୁ ଆସି ମାଁ ଙ୍କ ଦର୍ଶନ କରି ବେଶ ଖୁସୀବ୍ୟକ୍ତ ହୋଇ ଥିବା ବେଳେ ମିନା ବଜ଼ାର ରେ ଚହଳ ସୃଷ୍ଟି କରିଛନ୍ତି l ଏହି ପରିଚାଳନା ରେ ସଭାପତି କାମାକ୍ଷା ପ୍ରସାଦ ପାତ୍ର, ମିଟୁ ଦଳାଇ, ବିସିସି ବ୍ୟାଙ୍କ ସଭାପତି ଶିବ ରାମ ପାତ୍ର, ଭବାନୀ ଶଙ୍କର ବିଶ୍ୱାଳ, ଅଦଲ ଚେନେୟା, ଗୋପାଳ ରାଓ ଦୋରା, ଶାକl ସୁଜିତ ପ୍ରମୁଖ ପରିଚାଳନା କରୁଥିବା ବେଳେ ସଦର ଥାନା ଏସଡିପିଓ ଶିବ ଶଙ୍କର ମହାପାତ୍ର, ଥାନା ଅଧିକାରୀ ମହେନ୍ଦ୍ର ସାହୁ ଏବଂ ଥାନା ର ବହୁ ପୋଲିସ କର୍ମଚାରୀ ଉପସ୍ଥିତ ରହି ଯାତ୍ରା ପରିଚାଳନା କରିଥିଲେ

