କଟକ ତା ୨୮/୧୨ କଟକ ସଦର ବ୍ଲକ୍ କଂଗ୍ରେସ କମିଟି ପକ୍ଷରୁ ଜାତୀୟ କଂଗ୍ରେସର ୧୩୯ ତମ ପ୍ରତିଷ୍ଠା ଦିବସ କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ ମୈ।ଜା ସ୍ଥିତ କଟକ ସଦର ବ୍ଲକ୍ କଂଗ୍ରେସ କାର୍ଯ୍ୟାଳୟ ଠାରେ ସଭାପତି ରାମଚନ୍ଦ୍ର ଗୋଛାୟତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ପ୍ରତିଷ୍ଠା ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ମଧୁସୂଦନ ସେନାପତି ଜାତୀୟ କଂଗ୍ରେସ ପତକା ଉତ୍ତୋଳନ କରିଥିଲେ। ଏହି ପରିପ୍ରେକ୍ଷୀରେ କଟକ ସଦର ବ୍ଲକ୍ କଂଗ୍ରେସ ସଭାପତି ରାମଚନ୍ଦ୍ର ଗୋଛାୟତଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ କଂଗ୍ରେସର କର୍ମକର୍ତ୍ତାମାନେ କଂଗ୍ରେସ ଦଳ ଦେଶର ହିତ ପାଇଁ ଅବିସ୍ମରଣୀୟ ଅବଦାନ ଓ ବଳିଦାନ ସମ୍ପର୍କରେ ଆଲୋଚନା କରିଥିଲେ। ଉକ୍ତ ଆଲୋଚନା ଚକ୍ରରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଦୁର୍ଗା ଶଙ୍କର ଦାଶ ଆଇନଜୀବୀ ଆଲୋକ ପ୍ରସାଦ ନନ୍ଦ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ଉଗ୍ରସେନ ଭୂୟାଁ, ନିହାର ରଞ୍ଜନ ନନ୍ଦ, ବଟକୃଷ୍ଣ ପତି, ପ୍ରଭାତ କୁମାର ଖଟୁଆ, ଦିଲିପ କୁମାର ମହାନ୍ତି,ଶଙ୍କର ପଟ୍ଟନାୟକ,ଅଲମାସ ରାଗିବ, ବ୍ରହ୍ମାନନ୍ଦ ରାଉତ, ଋଷି କାଣ୍ଡି, ସୁବ୍ରତ ଦାସ, ପ୍ରଶାନ୍ତ କୁମାର ଦାସ,ଅଖୟ କୁମାର ରାଉତ, ଗୋବିନ୍ଦ ଚନ୍ଦ୍ର ସାମଲ, ଚନ୍ଦ୍ର ଶେଖର ରାଉତ, ନରେନ୍ଦ୍ର ନାଥ ମଲ୍ଲିକ, ଦିଲିପ କୁମାର ସାମଲ,ସଲିଳ ଭୋଇ, ରବିନାରାୟଣ ନାୟକ,କାବୁଲା ଭୋଇ,ପ୍ରଦିପ କୁମାର ଗୋଛାୟତ, ସୂର୍ଯ୍ୟ ମଣି ସାମଲ, ମହମ୍ମଦ କାସିମ, ସେକ ନ ଆମ,ପପୁ ସାମଲ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ଯୋଗଦାନ କରି ବକ୍ତବ୍ୟ ପ୍ରଦାନ କରିଥିଲେ। ଶେଷରେ ପ୍ରଫୁଲ୍ଲ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ ସସ୍ମିତା ବାରିକ
