You are currently viewing ସୋରଡ଼ା ବ୍ଲକ୍ ଅଧୀନ ବିଭିନ୍ନ ପଞ୍ଚାୟତର ୱାର୍ଡ ମେମ୍ବର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ ।
ସୋରଡ଼ା ବ୍ଲକ୍ ଅଧୀନ ବିଭିନ୍ନ ପଞ୍ଚାୟତର ୱାର୍ଡ ମେମ୍ବର ମାନଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ ।

ସୋରଡ଼ା , ୧୧/୦୧ -:- ସୋରଡ଼ା ବ୍ଲକର ଅମୃତୁଲୁ,ବଡବଦା ଙ୍ଗୀ,ବୋରସିଙ୍ଗି,ହିଙ୍ଗାଳକୁଦା,ହୁକୁମା ଓ ଅସୁରବନ୍ଧ ୱାର୍ଡ ସଭ୍ୟ ଓ ସଭ୍ୟା ୱାର୍ଡ ମେମ୍ବର ମାନଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ସୀତାରାମ କୁମୁଟି ପେଣ୍ଠ ଘର ସ୍ଥିତ କଳିଙ୍ଗ ପ୍ରଥମ ସଂଘ ପରିସରରେ ରାଜ୍ୟ ଗ୍ରାମ ଉନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ‘ପ୍ରୋଗେସ’ର ସହଯୋଗ ରେ ଅନୁଷ୍ଠିତ ଶିବିରରେ ସୋରଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ସିମାଞ୍ଚଳ ମଣ୍ଡଳ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ପଞ୍ଚାୟତ ରାଜ ବ୍ୟବସ୍ଥାରେ ଗ୍ରାମ ୱାର୍ଡ ମେମ୍ବର ମାନଙ୍କ ଗୁରୁତ୍ୱପୂଣ୍ଣ ଭୂମିକା, ମୋ ସରକାର ,ସଶକ୍ତ ଗ୍ରାମସଭା ଓ ପଲ୍ଲୀ ସଭା,ଗ୍ରାମପଞ୍ଚାୟତ ର ବିଭିନ୍ନ ବିକାଶ ଯୋଜନା, ପାନୀୟ ଜଳ ଯୋଗାଣ, ଗ୍ରାମୀୟ ବାସଗୃହ,ମହାମ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ତ୍ରିଷ୍ଟରୀୟ ପଞ୍ଚାୟତ ରାଜ ବ୍ୟବସ୍ଥା ଆଦି ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ ‘ପ୍ରୋଗେସ ’ ଅନୁଷ୍ଠାନ ର ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଯୋଗ ଦେଇ ପଞ୍ଚାୟତ ରାଜ ବ୍ୟବସ୍ଥା ରେ ଗ୍ରାମ ୱାର୍ଡ ମେମ୍ବର ମାନଙ୍କ ର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଓ ଗ୍ରାମସଭା ର ତ୍ୱରିତ ପୂର୍ଣ୍ଣ ବିକାଶ ଯୋଜନା ଓ ଏହାର ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ଶିବିର ର ଆବଶ୍ୟକତା ରହିଛି ବୋଲି ମତବକ୍ତ୍ୟ କରି ଥିଲେ ଏଥିରେ ପ୍ରଶିକ୍ଷକ ଭାବେ ଅଶ୍ୱିନୀ କୁମାର ପଟ୍ଟନାୟକ ଓ ଏମ. ସୁନିତା ରାଣୀ ଯୋଗଦେଇ ଥିଲେ ସଯୋଜକ ଭାବେ ଅନୁଶୟା ଜେନା ଓ ସାମ୍ବାଦିକ ସୂର୍ଯ୍ୟ ନାରାୟଣ ବେହେରା,ସ୍ଥାନୀୟ ପ୍ରତିନିଧି ନିଗମାନନ୍ଦ ପାତ୍ର, ଶୋକୁଳ ମାଧବ ମହଙ୍କୁଡ ପ୍ରମୁଖ ଭକ୍ତ ଶିବିର କୁ ପରିଚାଳନା ରେ ସହଯୋଗ କରିଥିଲେ ଏଥିରେ ୫ଟି ପଞ୍ଚାୟତ ର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟା ମାନେ ଯୋଗ ଦେଇ ପ୍ରମୁଖ କାର୍ଯ୍ୟକ୍ରମ ରେ ସ୍ୱକ୍ରୀୟ ଭାଗ ନେଇ ଥିଲେ ।