You are currently viewing ଖଇରଖମା ଠାରେ ହରଙ୍କ ରୋଡ୍ ସୋ ଓ ସାଂଗଠନିକ ସଭା
ଖଇରଖମା ଠାରେ ହରଙ୍କ ରୋଡ୍ ସୋ ଓ ସାଂଗଠନିକ ସଭା

କୋଦଳା (୦୪ /୧୦ /୨୦୨୩)
୨୦୨୪ ସାଧାରଣ ନିର୍ଵାଚନ ପୂର୍ବରୁ ପ୍ରସ୍ତୁତ ହେଉଛନ୍ତି ରାଜନେତା। ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରମୁଖ ରାଜନୈତିକ ଦଳର ନେତାମାନେ ନିଜ ଦଳର ଶକ୍ତି ପ୍ରଦର୍ଶନ କରିବାରେ ଲାଗି ପଡ଼ିଛନ୍ତି।
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଚର୍ଚ୍ଚିତ ରାଜନେତା ହରପ୍ରସାଦ ସାହୁ। ଗତ ନିର୍ବାଚନରେ ବିଜେଡି ବିଧାୟକ ଟିକେଟର ପ୍ରମୁଖ ଦାବିଦାର ଥାଇ ଶେଷ ମୁହୂର୍ତ୍ତରେ ବାଦ୍ ପଡିଥିବା କୋଦଳାର ବରିଷ୍ଠ ବିଜେଡି ନେତା ହରପ୍ରସାଦ ସାହୁ ଚଳିତ ଥର କିନ୍ତୁ ବିଜୁ ଜନତା ଦଳରୁ ଟିକେଟ୍ ପାଇବା ନେଇ ବେଶ୍ ଆଶାବାଦୀ। ନିର୍ବାଚନ ପୂର୍ବରୁ ବିଭିନ୍ନ ସ୍ଥାନରେ ସାଂଗଠନିକ ସଭା କରି ଅଞ୍ଚଳର ଭୋଟରଙ୍କ ହୃଦୟକୁ ଜିତିବାରେ ଲାଗିଛନ୍ତି ଶ୍ରୀ ସାହୁ। ବୁଧବାର କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡ଼ା ବ୍ଳକ ଖଇରଖମା ଠାରେ ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗଦେଇ ନିଜର ଆଭିମୁଖ୍ୟ ବ୍ଯକ୍ତ କରିଛନ୍ତି ହର ପ୍ରସାଦ। ଅଞ୍ଚଳର ବହୁ ସରପଞ୍ଚ ଓ ସମିତି ସଭ୍ୟ, ପୂର୍ବତନ ପଞ୍ଚାୟତ ସ୍ତରୀୟ ଜନପ୍ରତିନିଧି, ଦଳୀୟ ନେତା ଓ ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ହରପ୍ରସାଦଙ୍କ ସହ ତାଙ୍କ ଧର୍ମପତ୍ନୀ ତଥା କୋଦଳା ପୂର୍ବତନ ଅଧ୍ୟକ୍ଷା ସୁନୀତା ପ୍ରଭା ସାହୁ, କବିସୂର୍ଯ୍ୟ ୟୁଥ୍ ଫୋରମ୍ ଅଧ୍ଯକ୍ଷା ରଞ୍ଜିତା ସାହୁ ମଞ୍ଚାସୀନ ରହି ଅଞ୍ଚଳର କର୍ମକର୍ତ୍ତା ମାନଙ୍କୁ ସଂଗଠିତ ରହି ଆଗାମୀ ଦିନରେ ବିଜୁ ଜନତା ଦଳକୁ ବହୁ ଭୋଟରେ ବିଜୟୀ କରିବାକୁ ଆହ୍ବାନ ଦେଇଥିବା ବେଳେ ହରକୁଂ ବିଜୁ ଜନତା ଦଳରୁ ପ୍ରାର୍ଥୀ କରାଯିବାକୁ ଦାବି କରିଛନ୍ତି ନେତା ଓ କର୍ମୀ। ଲୋକକଂ ସହ ଥିଲି ଏବଂ ଲୋକମାନଙ୍କ ସହ ରହିବି, ଦଣ୍ଡିଶ୍ୱରଙ୍କ ଆଶୀର୍ବାଦରେ ଏଥର ଆମ ଅଞ୍ଚଳର ପରିବର୍ତ୍ତନ ସୁନିଶ୍ଚିତ ବୋଲି କହିଛନ୍ତି ଶ୍ରୀ ସାହୁ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।