You are currently viewing ଦମନ ରେ ପ୍ରବାସୀ କାର୍ଯ୍ୟକର୍ତା ବୈଠକ l ପ୍ରବାସୀମାନଙ୍କ ମାନଙ୍କୁ ନବୀନ ସରକାର 23ବର୍ଷ ରେ ଠକିଛନ୍ତି ତାର ବଦଳା ନେବାକୁ ଶ୍ରୀକାନ୍ତ ପାଢ଼ୀ ଆହ୍ୱାନ
ଦମନ ରେ ପ୍ରବାସୀ କାର୍ଯ୍ୟକର୍ତା ବୈଠକ l ପ୍ରବାସୀମାନଙ୍କ ମାନଙ୍କୁ ନବୀନ ସରକାର 23ବର୍ଷ ରେ ଠକିଛନ୍ତି ତାର ବଦଳା ନେବାକୁ ଶ୍ରୀକାନ୍ତ ପାଢ଼ୀ ଆହ୍ୱାନ

ମୁମ୍ବାଇ ପରେ ଆଜି ପ୍ରଥମ ଥର ପାଇଁ ପ୍ରବାସୀ ଓଡ଼ିଆ କାର୍ଯ୍ୟ କର୍ତ୍ତା ବୈଠକ କେନ୍ଦ୍ର ଶାସିତ ଅଞ୍ଚଳ ଦମନ ରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ଦମନ, ବାପି, ସିଲଭସା ର ଯୋଗ ଦେଇଥିଲେ.ବନ୍ଦେ ମାତରଂ ଗାନ ପରେକାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା.ସାରଦା ଶତପଥୀ (ସାଧାରଣ ସମ୍ପାଦକ, ଓଡିଶା ବିଜେପି )ମୁଖ୍ୟ ବକ୍ତା ରୂପେ ଯୋଗ ଦେଇ ଥିଲେ. ବିଜେପି ନେତା ତଥା ମୁମ୍ବାଇ ପ୍ରଦେଶ ବିଜେପିର ପୂର୍ବତନ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀ ଅନ୍ୟତମ ବକ୍ତା ରୂପେ ଯୋଗ ଦେଇ ତାଙ୍କରି ଭାଷଣ ରେ ଆସନ୍ତା ନିର୍ବାଚନରେ ୫୦ ଲକ୍ଷ୍ୟରୁ ଅଧିକ ପ୍ରବାସୀ ପ୍ରବାସୀଙ୍କୁ ଠକୁଥିବା ନବୀନ ସରକାରଙ୍କୁ ଗାଦି ଚୁତ କରିବା ପାଇଁ ସଂକଳ୍ପ ନେବାକୁ ଉପସ୍ଥିତ କାର୍ଯ୍ୟକର୍ତମାନଙ୍କୁ ଆହ୍ୱାନ କରି 23 ବର୍ଷ ରେ ଗୋଟେ ଛୁଞ୍ଚି କମ୍ପାନୀଟି ଇଏ ମଧ୍ୟ କରିନାହାତୀ ବୋଲି କହିଥିଲେ ଏବଂ କିପରି ଆମକୁ ଠକୁଛନ୍ତି ତାହାର ବିସ୍ତୃତ ତଥ୍ୟ ରଖିଥିଲେ.ଆମେ କିପରି ଖାରବେଳଙ୍କ ନେତୃତ୍ୱରେ ତାମିଲ ନାଡୁ କୁ ଅକ୍ତିଆର କରି ଥିଲେ କିନ୍ତୁ ଆଜି ଆମର ସ୍ୱାଭିମାନଙ୍କୁ ବଞ୍ଚାଇବା ପାଇଁ ସମୟ ଆସିଛି ବୋଲି ଆହ୍ୱାନ କରିଥିଲେ l ଶ୍ରୀ ଶତପଥୀ ତାଙ୍କ ଭାଷଣରେ ମୋଦିଙ୍କ ୯.୫ ଶାସନରେ କିପରି ଐତିହାସିକ ନିଷ୍ପତି ନେଇ ଭାରତକୁ ବିଶ୍ୱ ଦରବାରରେ କିପରି ଭାରତକୁ କିପରି ପ୍ରତିପାଦନ କରିପାରିଛନ୍ତି ସେ ବିଷୟରେ କହି ଭୁରି ଭୁରି ପ୍ରଶଂସା କରିଥିଲେ l ସେ କହିଥିଲେ କରୋନା ସମୟରେ ମୋଦି ୧୪୪ ଦେଶକୁ କରୋନାରୁ ବଞ୍ଚାଇବା ପାଇଁ ମେଡ଼ିସିନ ପଠାଇଥିଲେ l ଯେଉ ବିକଶିତ ରାଷ୍ଟ୍ର ଭାରତକୁ ଦିନେ ମେଡ଼ିସିନରେ ପ୍ରତିବନ୍ଧିତ କରିଥିଲେ ସେମାନେ ଆଜି ଭାରତ ପ୍ରଧାନ ମନ୍ତ୍ରୀଙ୍କୁ ସାହାଯ୍ୟର ଗୁହାରି କରିଥିଲେ l ସେ ସବୁ କିଛି ଭୁଲି ସବୁ ଦେଶକୁ ସାହାଯ୍ୟ କରିବା ସହ ବସୁଧେବ କୁଟୁମ୍ବ କମ କରି ଦୁନିଆକୁ ଏକ ପରିବାର ସୂତ୍ର ରେ ବାନ୍ଧିଥିଲେ. ସେ ଆହୁରି କହିଥିଲେ ୮୦ କୋଟି ଲୋକଙ୍କୁ ଶ୍ରୀ ଅନ୍ନ ଯୋଜନାରେ ମାଗଣା ଖାଦ୍ୟ ଦେଇ ୧୧ ଲକ୍ଷ କୋଟି ଟଙ୍କା ର ବୋଝ ନେଇ ମଧ୍ୟ ସାହସର ସହିତ ଅର୍ଥ ନିତୀତକୁ ମଜବୁତ କରି ଛନ୍ତି l

୨୦୨୪ରେ ଭାରତ ବିଶ୍ୱରେ ତୃତୀୟ ଅର୍ଥନୈତିକ ଶକ୍ତିଶାଳୀ ଦେଶ ହେବ l ବୈଜ୍ଞାନିକ ମାନଙ୍କର ଉତ୍ରୁକୃଷ୍ଠ ପ୍ରତି ପଦାନ କରିବା ପାଇଁ ମୋଦି ଚନ୍ଦ୍ରୟାନ କାର୍ଯ୍ୟକ୍ରମ କରିଥିଲେ l ଭାରତକୁ ସୁନାର ଚିଡ଼ିଆ ବୋଲି କୁହାଯାଉଥିଲା ତାହା ମୋଦି କରି ଦେଖାଇଛନ୍ତି ବୋଲି ସେ କହି ପ୍ରଶଂସା କରିଥିଲେ l ଓଡିଶାର ଯୁବକ ଯୁବତୀ ମାନଙ୍କ ମଧ୍ୟ ରେ ଦକ୍ଷତା ଭରି ରହିଥିବା ବେଳେ ସେହି ଦକ୍ଷତା ର ସଦୁପ ଯୋଗ କରିବା ପାଇଁ ନବୀନ ସରକାର ସୁଯୋଗ ଦେଉନାହାନ୍ତି ବୋଲି ଉପସ୍ଥିତ ଥିବା ପ୍ରବାସୀ ଚର୍ଚ୍ଚା କରିଥିଲେ.ଏହି କାର୍ଯ୍ୟ କ୍ରମରେ ଓଡିଶା ମିତ୍ର ମଣ୍ଡଳ ତରଫରୁ ନଳିନ ପାଢ଼ୀ, ବିମଳ ମହାପାତ୍ର, ସୁନିଲ ସାହୁ, ଦେବାଶିଷ ମହାନ୍ତି ଏବଂ ସିଲଭସା ର ଜଗନାଥ ସେବା ସଂସ୍ଥା ରୁ ପ୍ରଣବ ଆଚାର୍ଯ୍ୟ, ଶିବ ଶଙ୍କର ସାହୁ ନରେନ୍ଦ୍ର ମହାନ୍ତି ସୁଶାନ୍ତ ସାହୁ ଭଗବାନ ମହାରଣା ଅମର ନାୟକ ସହଯୋଗ କରିଥିଲେ. ଏଥିରେ ବସନ୍ତ ମହାନ୍ତି, ରାଧା ଶ୍ୟାମ ପଣ୍ଡା, ଅଜୟ ଦାଶ ବିଶେଷ ଅତିଥି ରୂପେ ଯୋଗ ଦେଇଥିଲେ.ଶେଷରେ ଜାତୀୟ ଗୀତ ଗାନ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲ