ସାନଖେମୁଣ୍ଡି ରାଜ୍ୟ କଂଗ୍ରେସର ପ୍ରଭାରୀ ଭାବେ ବରିଷ୍ଟ ନେତା ଡଃ ଅଜିତ କୁମାରଙ୍କ ଦାୟିତ୍ଵ ଗ୍ରହଣ ପରେ ରାଜ୍ୟ କଂଗ୍ରେସର ଉଥାନ ହେଉଥିବା ଲକ୍ଷ୍ୟ କରାଯାଇଛି । ଦଳୀୟ ସଂସ୍କାର ସହ ଓଡ଼ିଶାର କ୍ଷମତା କେନ୍ଦ୍ରର ନେତୃତ୍ୱ ପରିବର୍ତ୍ତନର ସ୍ୱରକୁ ଉଦଜିବିତ କରିଛନ୍ତି । ପ୍ରଦେଶ କଂଗ୍ରେସ ସଭାପତି ଶରତ କୁମାର ପଟ୍ଟନାୟକଙ୍କ ସହ ବରିଷ୍ଠ ଅଭିଜ୍ଞ ନେତୃବୃନ୍ଦଙ୍କ ସହ ସମନ୍ୱୟ ରଖି ରାଜ୍ୟ କଂଗ୍ରେସ ସଂଗଠନକୁ କ୍ରିୟାଶୀଳ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ କଂଗ୍ରେସର ପ୍ରଚାର କମିଟି କମିଟିର ଉପାଧ୍ୟକ୍ଷ ଭାବେ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କୁ ନିଯୁକ୍ତି ଦିଆଯାଇଥିବା ଖବର ପ୍ରଚାର ପରେ ଦକ୍ଷିଣ ଓଡ଼ିଶା ସହ ଗଞ୍ଜାମ ଜିଲ୍ଲା ଏବଂ ସାନଖେମୁଣ୍ଡି ଅଞ୍ଚଳ କଂଗ୍ରେସରେ ଉତ୍ସାହ ଦ୍ଵିଗୁଣିତ ହୋଇଛି । ଗଞ୍ଜାମ ଜିଲ୍ଲା ପାଇଁ ଏହା ଏକ ସୋଭାଗ୍ୟର ବିଷୟ ହୋଇଥିବା ନେଇ କର୍ମୀ ମହଲରେ ଆଲୋଚନା ହେଉଥିବା ବେଳେ ଯୁବ ଗୋଷ୍ଠୀଙ୍କ ଆଇକନ ସାଜିଥିବା ଶ୍ରୀଯୁକ୍ତ ରମେଶ ଜେନାଙ୍କ ପ୍ରତି ଏହା ଏକ ଦାୟିତ୍ୱବୋଧର ପ୍ରଦର୍ଶନ ହୋଇଛି । ଏହି କ୍ରମରେ ନିଜ ପ୍ରିୟ ନେତାଙ୍କ ଏହି ନିଯୁକ୍ତିରେ ସାନଖେମୁଣ୍ଡି ବ୍ଳକ କଂଗ୍ରେସ ପକ୍ଷରୁ ପାଟପୁର ଗାନ୍ଧୀ ଛକ ଠାରେ ଶ୍ରୀଯୁକ୍ତ ଜେନାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବ୍ଳକ କଂଗ୍ରେସ ସଭାପତି ଏ ବାବୁଲା ଦୋରାଙ୍କ ନେତୃତ୍ୱରେ ଶହଶହ କଂଗ୍ରେସ କର୍ମୀ ଅନୁଗତ ସଂଗଠକ ବିଧାୟକ ଶ୍ରୀ ଜେନାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ଏବଂ ମାଲ୍ୟାର୍ପଣ କରି ସମ୍ବର୍ଦ୍ଧିତ କରିଛନ୍ତି ।
ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀ ଚାରଣ ପାତ୍ର , ଶଙ୍କର୍ଷଣ ଖୁଣ୍ଟିଆ , ମୁକୁନ୍ଦ ବରାଡ,ନିରାକାର ପ୍ରଧାନ , ମିଥୁନ ପ୍ରଧାନ , ଶରତ ସ୍ବାଇଁ ପ୍ରମୁଖ ସମ୍ମିଳିତ କର୍ମୀଙ୍କ ସହ ଶ୍ରୀ ଜେନାଙ୍କୁ ମିଳିଥିବା ଦାୟିତ୍ୱକୁ ନେଇ ସ୍ବାଗତ କରିଛନ୍ତି । ଯୁବ କଂଗ୍ରେସର ଜିଣ୍ଟୁ ସାହୁ , ,ରବି ଜେନା , ଅରୁଣ ବରାଡ, ନାରାୟଣ ପ୍ରଧାନ , ସୁଶାନ୍ତ ସ୍ବାଇଁ ,ଆଲୋକ ପ୍ରଧାନ ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଓ ସଂଗଠକ ମିଳିତ ଭାବେ ଶ୍ରୀ ଜେନାଙ୍କ ନିଯୁକ୍ତିକୁ ସ୍ବାଗତ କରିବା ସହ ରାଜ୍ୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି ।
