You are currently viewing ଗଞ୍ଜାମ ଜିଲ୍ଲା ସମବାୟ ସଂଘର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ।
ଗଞ୍ଜାମ ଜିଲ୍ଲା ସମବାୟ ସଂଘର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ।

ବ୍ରହ୍ମପୁର , ୨୯/୦୯ – ( ଆରତ କୁମାର ହୋତା ) -:- ଗଞ୍ଜାମ ଜିଲ୍ଲା ସମବାୟ ସଂଘ ବ୍ରହ୍ମପୁରର ସଭାପତି ଶ୍ରୀ କୈଳାଶ ଚନ୍ଦ୍ର ରଣାଙ୍କ ଅଧ୍ୟକ୍ଷତା ରେ ପରିଚାଳନା ବୈଠକ,ବ୍ରହ୍ମପୁର ସହକାରୀ ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସମବାୟର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଗଞ୍ଜାମ,ଗଜପତି ଜିଲ୍ଲାର ସମବାୟ ଶିକ୍ଷାର ପ୍ରସାର ସହ ଅନ୍ୟାନ୍ୟ ସରକାରୀ ଯୋଜନା ଉପରେ ସଚେତନ ପାଇଁ ଆଲୋଚନା କରି ନିଷ୍ପତି ନିଆଯାଇଛି।ଆଗକୁ ଅର୍ଥାତ୍ ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ନିଖିଳ ସମବାୟ ସପ୍ତାହ ୨୦୨୩ ପାଳନ ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି।ଏହି ବୈଠକ ରେ ପରିଚାଳନା ପରିଷଦର ମୁଖ୍ୟ ଉପଦେଷ୍ଟା ରାମ ମୋହନ ପାତ୍ର,ସମବାୟ ଶିକ୍ଷା ଓ ପ୍ରସାର ନିମନ୍ତେ କିପରି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯିବ ସେ ଉପରେ ଦିଗ ଦର୍ଶନ ଦେଇଥିବା ବେଳେ ବ୍ରହ୍ମପୁର ସର୍କିଲ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ପର୍ଶୁରାମ ପାତ୍ର ସମବାୟ ଆନ୍ଦୋଳନ ଉପରେ ଗୁରୁତରୋପ କରିଥିଲେ।ଉକ୍ତ ବୈଠକ ରେ ପରିଚାଳନା ପରିଷଦର ସଦସ୍ୟ ଅଜୟ କୁମାର ମହାରଣା,


ସୂର୍ଯ୍ୟକାନ୍ତ ପରିଡ଼ା,ବୃନ୍ଦାବନ ଖଟେଇ, ସଚ୍ଚିଦାନନ୍ଦ ରାଉତ,
ଏସ.ଲିଙ୍ଗରାଜୁ,ରାଜଲକ୍ଷ୍ମୀ ସାହୁ, ଝୂନୁ ଗୌଡ଼,ଗଣେଶ ଗୌଡ,କାଳୁ ଚରଣ ପ୍ରଧାନ,ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।ଉକ୍ତ ବୈଠକ ରେ ସଂଘର ସମ୍ପାଦକ ଡି.କ୍ରୀଷ୍ଣା ନନ୍ଦ ଜିଲ୍ଲା ସମବାୟ ସଂଘର ବିଭିନ୍ନ ପ୍ରକାରର ଆଭିମୁଖ୍ୟ ପଠନ କରି ସମସ୍ତ ସଦସ୍ୟଙ୍କୁ ଆଲୋଚନା ରେ ଅଂଶ ଗ୍ରହଣ ପାଇଁ ସ୍ଵାଗତ କରିଥିଲେ।କାର୍ଯ୍ୟକ୍ରମ ପରିଶେଷ ରେ ସଦସ୍ୟ ସୂର୍ଯ୍ୟକାନ୍ତ ପରିଡ଼ା ଧନ୍ୟବାଦ୍ ଅର୍ପଣ କରିଥିଲେ।