You are currently viewing ଭାରତୀୟ ଜନତା ପାର୍ଟି କରାପଲ୍ଲୀ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ଭାରତୀୟ ଜନତା ପାର୍ଟି କରାପଲ୍ଲୀ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର , ୦୫/୦୨ – ( ଆରତ କୁମାର ହୋତା ) -:- ଗୋପାଳପୁର ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି କରାପଲ୍ଲୀ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକ ଟାଟା କଲୋନୀ ଠାକୁରାଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭବେ ଗଙ୍ଗାଧର ଶତପଥୀ ,ଜିଲ୍ଲା ସାଧାରଣ ସମ୍ପାଦକ, ମୋନଜ କୁମାର ପଟ୍ଟନାୟକ, ଜିଲ୍ଲା ସଭାପତି, ଗୌରହରି ସାହୁ ,କାର୍ଯ୍ୟକାରୀ ସଭାପତି, ଦର୍ଶନା ପାତ୍ର, ମିଟୁ ସାହୁ, ଗୋପୀ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ , ବାଳକୃଷ୍ଣ ସାମନ୍ତରାୟ ,ବନ୍ଦିତା ତ୍ରିପାଠୀ, ଜିଲ୍ଲା ସମ୍ପାଦକ, ଜି.କୁର୍ମା, ଜିଲ୍ଲା ସମ୍ପାଦକ , ସତ୍ୟପ୍ରହରାଜ୍, ହରିଜନ ସାଧାରଣ ସମ୍ପାଦକ ଏବଂ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ଅଟଳବିହାରୀ ବାଜପେୟୀେଙ୍କ ଫୋଟ ସମୁଖରେ ଦୀପ ପ୍ରଜ୍ବଳନ ପୁଷ୍ପ ଅର୍ପଣ କରିଥିଲେ l ଫୋଟ ସମ୍ମୁଖରେ ମଣ୍ଡଳର କାର୍ଯ୍ୟକର୍ତା ରହି ଓ ବନ୍ଦେମାତାରାମ ଗାନ କରି କାର୍ଯ୍ୟ ଆରମ୍ଭ କରିଥିଲେ l ୨୦୨୪ ହେବାକୁ ଥିବା ନିର୍ବାଚନ ପ୍ରସ୍ତୁତି ପାଁଇ ବୈଠକରେ ଆଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଞ୍ଚିତ ଥିବା ଲୋକଙ୍କ ବିଷୟରେ ଆଲୋଚନା କରିଥିଲେ ।