You are currently viewing ଆସନ୍ତା ସାଧାରଣ ନିର୍ବାଚନରେ ନକଲି ଅନୁସୂଚିତ ଜାତି
ଆସନ୍ତା ସାଧାରଣ ନିର୍ବାଚନରେ ନକଲି ଅନୁସୂଚିତ ଜାତି

କେଉଟ, କୈବର୍ତ୍ତ୍ୟ ଓ ଧୀବରମାନଙ୍କୁ ସଂରକ୍ଷଣ ଆସନରୁ

ପ୍ରାର୍ଥୀ କରାନଯାଉ

ଭୁବନେଶ୍ୱର, ୨୪.୩ : ଯୁଗ ଯୁଗ ଧରି ଅବହେଳିତ, ଲାତ ଓ ଶୋଷଣର ଶିକାର ହେଉଥିବା ଅସ୍ପୃଶ୍ୟ ଜାତିମାନଙ୍କୁ ଦେଶର ଉନ୍ନତିର ମହାସ୍ରୋତରେ ସାମିଲ୍ କରିବା ନିମିତ୍ତ ସମ୍ବିଧାନରେ ସେମାନଙ୍କ ପାଇଁ ଅନୁସୂଚିତ ଜାତି ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଏହି ସଂରକ୍ଷଣର ସିଂହଭାଗ ସବର୍ଷ ଜାତିମାନେ ହଡପ କରି ନେଇଛନ୍ତି । ଉଦାହରଣସ୍ୱରୂପ ସବର୍ଣ୍ଣ, କେଉଟ, କୈବର୍ତ୍ତ, ଧୀବର ଜାତିମାନେ କଣ୍ଡରା ଓ ଗୋଖାମାନଙ୍କ ବେଉଷା ମାଛଧରାକୁ ଆଧାର କରି ଏହାକୁ ଆରମ୍ଭ ହେବା ଦିନଠାରୁ ହଡ଼ପ କରି ଘଲିଥିଲେ । ପରେ ଧରା ପଡ଼ିବାରୁ ସେମାନେ ଦେଓର ନାମକ ଯାଯାବର କେଳା ଜାତିଙ୍କ ନାମରେ ପ୍ରମାଣ ପତ୍ର ହାସଲ କରି ପ୍ରାୟ ୮୦ ଭାଗ ସଂରକ୍ଷଣ ହଡ଼ପ କରିଛନ୍ତି । ଏହାକୁ ବିରୋଧ ହେବା ପରେ ଏମାନେ ୨୦୦୨ ମସିହାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତାରେ ଚଞ୍ଚକତାପୂର୍ଣ୍ଣ ଗଳାବାଟ ଦେଇ ଓଡ଼ିଶା ଏସ୍‌ସି ତାଲିକାକୁ ପଶିଆସିଲେ ଏବଂ ସିଂହଭାଗ ଏସ୍‌ସି ସଂରକ୍ଷଣ ସେହିମାନଙ୍କ ହାତକୁ ଯାଉଛି । ଓଡ଼ିଶାର ୮୦ ଲକ୍ଷ ଅସ୍ପୃଶ୍ୟ ଦଳିତ ଏହା ବିରୁଦ୍ଧରେ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅସହଯୋଗ ଯୋଗୁଁ ସେମାନଙ୍କୁ ତାଲିକାରୁ ହଟାଯାଇ ପାରୁନାହିଁ । ଏହି ଜାତିର ଦେଢଲକ୍ଷ ଲୋକ ପ୍ରଶାସନର ଗଳାବାଟ ଦେଇ ସଂରକ୍ଷଣ ତାଲିକାକୁ ପଶିଆସି ଏହାର ସିଂହଭାଗ ସୁବିଧା ନେଇ ଯାଉଛନ୍ତି । ଏଣୁ ଓଡ଼ିଶା ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସମିତି ତରଫରୁ ଆପଣମାନଙ୍କୁ ଜଣାଇ ଦିଆଯାଉଛି କି, ଓଡ଼ିଶା ସରକାର ଯଦି ଏମାନଙ୍କୁ ହଟାଇବା ପାଇଁ ସୁପାରିଶ ନ କରନ୍ତି ଓ କେନ୍ଦ୍ର ସରକାର ବିହିତ ବ୍ୟବସ୍ଥା ନ କରନ୍ତି, ତାହେଲେ ଏମାନେ ଏହି ସରକାରଙ୍କୁ ବର୍ଜନ କରିବେ

। ସଂସ୍ଥା ତରଫରୁ ଦାବି କରାଯାଇଛି କି, କେଉଟ, କୈବର୍ର, ଧୀବର ଜାତିକୁ ଅନୁସୂଚିତ ଜାତି ତାଲିକାରୁ ହଟାଯିବା ସହିତ ଓଡ଼ିଶା ସରକାର ସୁପାରିଶ କରିଥିବା ରାଢି, ନିଆରି, ଘଣି ଇତ୍ୟାଦି ସବର୍ଣ୍ଣ ଜାତିକୁ ପ୍ରତ୍ୟାହାର କରିବାର ବ୍ୟବସ୍ଥା କରନ୍ତୁ ଓ ସଂରକ୍ଷଣ ପାଇବାକୁ ହକ୍‌ଦାର ଥିବା ମେହେନ୍ତର, କଣ୍ଡରା ବୈଷ୍ଣବ, ପାଣ ବୈଷ୍ଣବ ଇତ୍ୟାଦି ଦଳିତ ବୈଷ୍ଣବ ଜାତିର ଦୀର୍ଘ ଦିନର ଦାବିକୁ ଗ୍ରହଣ କରି ଏମାନଙ୍କୁ ସ୍ଥାନିତ କରନ୍ତୁ । ଆସନ୍ତା ନିର୍ବାଚନରେ ଏହି ନକଲି ଅନୁସୂଚିତ ଜାତିମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ସଂରକ୍ଷଣ ଆସନରୁ ଟିକେଟ ନ ଦେବା ନିମିତ୍ତ ଦୃଢ ଦାବି କରାଯାଇଛି । ଏମାନଙ୍କୁ ପ୍ରାର୍ଥୀ କରାଗଲେ ରାଜ୍ୟର ୮୦ ଲକ୍ଷ ଦଳିତମାନେ ଦୃଢ ବିରୋଧ କରିବା ସହିତ ସେମାନଙ୍କ ବିରୁଦ୍ଧରେ ଭୋଟ ଦାନ କରିବେ । ଏଚଦ୍‌ଦ୍‍ବ୍ୟତୀତ ଏହି ନକଲି ଅନୁସୂଚିତ ଜାତିର ଲୋକମାନଙ୍କୁ ସରକାର ଏସ୍‌ସି/ଏସ୍‌ଟି ବିଭାଗରେ ନିଯୁକ୍ତି ନ ଦେବା ପାଇଁ ଦୃଢ ଦାବି କରାଯାଇଛି । ଆମ୍ବେଦକର ଛକ (ଏଜି ଛକ)ଠାରେ ଆମ୍ବେଦକର ଭବନ ନିର୍ମାଣ କରିବାର ନିମିତ୍ତ ସରକାର ବ୍ୟବସ୍ଥା କରନ୍ତୁ । ଭୁବନେଶ୍ଵର ଆମ୍ବେଦକର କଲେଜକୁ ସରକାର ପୂର୍ଣାଙ୍ଗ ସରକାରୀ ଡିଗ୍ରୀ କଲେଜରେ ପରିଣତ କରନ୍ତୁ । ନଚେତ ଓଡ଼ିଶାର ୮୦ ଲକ୍ଷରୁ ଉର୍ଦ୍ଧ୍ବ ଦଳିତ ଓ ୧ କୋଟିରୁ ଉର୍ଦୁ ଆଦିବାସୀମାନେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ଓ ଏଥିପାଇଁ ସରକାର ଦାୟୀ ରହିବେ