ପୁରୀ,୨୧/୭-ଚଳିତମାସ ୧୫ ତାରିଖ ଦିନ ଶ୍ରୀମନ୍ଦିର ଗର୍ଭଗୃହରେ ବନକଲାଗି ସମୟରେ ଶ୍ରୀମନ୍ଦିରର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି ଓ କମାଣ୍ଡର ସୁଧାଂଶୁ ପଟ୍ଟନାୟକ ପଦ ଓ କ୍ଷମତାର ଅପବ୍ୟବହାର କରି ମହାପ୍ରଭୁଙ୍କ ଗୁପ୍ତ ନୀତିରେ ପ୍ରବେଶ କରିବା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସକ ଓ ସିଂହଦ୍ୱାର ଥାନାରେ ରଶ୍ମିରଞ୍ଜନ ଦତ୍ତ ମହାପାତ୍ର ଅଭିଯୋଗ କରିଛନ୍ତି । ଅଭିଯୋଗରେ ଦର୍ଶାଇଛନ୍ତି ମହାପ୍ରଭୁଙ୍କ ବନକଲାଗି ଗୁପ୍ତ ସେବା ଚାଲି ଥିବାବେଳେ ଯୋର ଜବରଦସ୍ତି ଦୁଇ ପ୍ରଶାସନିକ ଅଧିକାରୀ ପ୍ରବେଶ କରିଥିଲେ । ରଶ୍ମିରଞ୍ଜନ ଏହାକୁ ବିରୋଧ କରିବାରୁ ପୂର୍ବତନ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ସକାଳ ୮ଟାରେ କମାଣ୍ଡର ସୁଧାଂଶୁ ପଟ୍ଟନାୟକ ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି କିଛି କର୍ମଚାରୀ ଓ ସେବାୟତ ପ୍ରବେଶ କରି ମାଡ ମାରିଥିଲେ । ସେମାନେ ମଧ୍ଯ ରଶ୍ମିରଞ୍ଜନକୁ ସିଂହଦ୍ୱାର ଥାନାକୁ ନେଇ ଯାଇଥିଲେ । ରଶ୍ମିରଞ୍ଜନକୁ ସେବାରୁ ନିଲମ୍ବନ କରିଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାଇ ବନକଲାଗି ବିଦ୍ଧିବ୍ଯବସ୍ଥା ଭାରତୀୟ ଦଣ୍ଡ ବିଧି ସଂହିତା, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ଆଇନ ଅନୁଯାଇ ନିରପେକ୍ଷ ତଦନ୍ତ ଓ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ରଶ୍ମିରଞ୍ଜନ ଅଭିଯୋଗ କରିଛନ୍ତି ।
