You are currently viewing ନୂଆଁପଲୀ ଠାରେ ଚାଲିଥିବା ଯଜ୍ଞରେ ଯୋଗଦେଲେ ଏନଏସି ଅଧ୍ଯକ୍ଷକଂ ସହ ୨ କାଉନସିଲର
ନୂଆଁପଲୀ ଠାରେ ଚାଲିଥିବା ଯଜ୍ଞରେ ଯୋଗଦେଲେ ଏନଏସି ଅଧ୍ଯକ୍ଷକଂ ସହ ୨ କାଉନସିଲର

ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଆଜି ସଂଧ୍ୟା ୬ ଘଣ୍ଟା ସମୟରେ କୋଦଳା ୧ ନମ୍ବର ଓ୍ବାର୍ଡ ନୂଆଁପଲୀ ଗ୍ରାମକୁ ଯାଇ ଗ୍ରାମରେ ଚାଲିଥିବା ଘୃତଯଜ୍ଞ ଓ ନାମଯଜ୍ଞରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି। ଅଧ୍ଯକ୍ଷକଂ ସହ କାଉନସିଲର ମଧୁସୂଦନ ଜେନା, କାଉନସିଲର ରୀତାଞ୍ଜଳୀ ମିଶ୍ର ଯୋଗ ଦେଇଥିବା ବେଳେ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଭବ୍ଯ ସ୍ବାଗତ ପୂର୍ବକ ପାଛୋଟି ନେଇଥିଲେ ଗ୍ରାମବାସୀ। ଗ୍ରାମବାସୀଙ୍କ ସହ ଅଧ୍ଯକ୍ଷ ଓ କାଉନସିଲର ମାନେ ହରିନାମ ସଂକୀର୍ତ୍ତନରେ ଯୋଗ ଦେଇ ନଗର ପରିକ୍ରମା କରିଥିଲେ। ଗତ ୩ ତାରିଖରୁ ଏଠାରେ ବିଶ୍ବର କଲ୍ଯାଣ ନିମନ୍ତେ ମହାଯଜ୍ଞ ଚାଲିଥିବା ବେଳେ ଅଧ୍ଯକ୍ଷ ଓ କାଉନସିଲର ମାନେ ଯୋଗଦେଇ ଅଞ୍ଚଳର ମଙ୍ଗଳ କାମନା କରିଛନ୍ତି । ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।