ବେଗୁନିଆପଡ଼ା : ( ୨୦ /୦୧ /୨୦୨୩)
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅଧ୍ଯକ୍ଷା ରେଣୁ ଗୌଡ଼କଂ ଭଣଜାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି। ହତ୍ଯା କାଣ୍ଡର ଶିକାର ହୋଇଥିବା ଯୁବକ ଜଣକ ତାଳସର ପଞ୍ଚାୟତ ଅନ୍ତର୍ଗତ ଭାବିନିପୁର ଗ୍ରାମର ପକଂଜ ଗୌଡ଼। ଗ୍ରାମରେ ଠିକା କାମକୁ ନେଇ ପୂର୍ବରୁ ବିବାଦ ଲାଗି ରହିଥିବା ବେଳେ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ ବେଗୁନିଆପଡ଼ା ବ୍ଳକ ରାଗପୁର ଛକ ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ରାଗପୁର କୋଠ ଘର ନିକଟରେ ପଙ୍କଜ କୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ପୂର୍ବ ଯୋଜନା ମୁତାବକ ୬ରୁ ଉର୍ଦ୍ଧ୍ବ ବ୍ଯକ୍ତି ଛକି ରହିଥିଲେ ଏବଂ ପକଂଜ ଉକ୍ତ ବାଟ ଦେଇ ଆସୁଥିବା ବେଳେ ତାଙ୍କୁ ଅତର୍କିତ ଆକ୍ରମଣ କରାଯାଇଥିଲା। ପରେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ମାଧ୍ୟମରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବେଗୁନିଆପଡା ପୋଲିସ ଖଲ୍ଲିକୋଟ ମେଡିକାଲରେ ପହଞ୍ଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ହତ୍ଯାକାଣ୍ଡ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
