You are currently viewing ୨ ଦିନିଆ ଗସ୍ତ ସାରି ଦିଲ୍ଲୀ ଫେରିଲେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟା ।
୨ ଦିନିଆ ଗସ୍ତ ସାରି ଦିଲ୍ଲୀ ଫେରିଲେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟା ।

ଗଞ୍ଜାମ ଘୁମୁସର ବିଜେପି ସାଂଗଠନିକ ଜିଲ୍ଲା ଗସ୍ତରେ ଆସିଥିବା ବିଜେପି ମୋର୍ଚ୍ଚାର କାର୍ଯ୍ଯକାରିଣୀ ସଦସ୍ଯା ମାଧବୀ ଭୁଟା ଶୁକ୍ରବାର ତାଙ୍କର ୨ ଦିନିଆ ଗସ୍ତ ସାରି ଫେରିଛନ୍ତି।
ମହିଳାଙ୍କ ପାଇଁ ପ୍ରଚଳିତ କେନ୍ଦ୍ରୀୟ ଯୋଜନାର ସୁଫଳ ହିତାଧିକାରୀ କିଭଳି ପାଉଛନ୍ତି ତାହା ପରଖିବା ସହ ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା କରିଥିଲେ ଶ୍ରୀମତୀ ଭୁଟା। ଶୁକ୍ରବାର ଗଞ୍ଜାମ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଏକ ମହିଳା ସମାବେଶରେ ଯୋଗ ଦେବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଏଠି କପି ପେଷ୍ଟର ସରକାର ଚାଲିଥିବା କହିଛନ୍ତି। କେନ୍ଦ୍ରୀୟ ଯୋଜନା ଗୁଡିକ ରାଜ୍ୟ ସରକାର ଅଲଗା ନାମ ବଦଳାଇ ବାହାବାଃ ନେଉଥିବାରୁ ଜନସାଧାରଣଙ୍କୁ ସଚେତନ ହେବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଘୁମୁସର ବିଜେପି ସଭାପତି ଗୋକୁଳାନନ୍ଦ ମଲ୍ଲିକ, ମହିଳା ମୋର୍ଚ୍ଚା ପ୍ରଭାରୀ କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ମଧୁସ୍ମିତା ପଲେଇ, ସୋରଡ଼ା ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀଙ୍କ ଉପସ୍ଥିତି ଦେଖିବାକୁ ମିଳିଛି ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।