କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ ଫାଶୀ ଠାରେ ଆଜି ଦିନ ୧୨ ଘଣ୍ଟା ସମୟରେ ବିଜୁ ଜନତା ଦଳର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋଦଳା ପୂର୍ବତନ ନଗରପାଳ ତଥା କବିସୂର୍ଯ୍ୟନଗର ପୂର୍ବତନ ବିଧାୟକ ପ୍ରାର୍ଥୀ ହରପ୍ରସାଦ ସାହୁ ଯୋଗ ଦେଇ ଦଳୀୟ କର୍ମକର୍ତ୍ତାଙ୍କୁ ସଂଗଠିତ ରହିବାକୁ ଆହ୍ବାନ ଦେଇଛନ୍ତି। ଏଥିରେ ଫାଶୀ ପଞ୍ଚାୟତର ଓ୍ବାର୍ଡ ସ୍ତରରୁ କର୍ମକର୍ତ୍ତା ମାନେ ଉପସ୍ଥିତ ଥିବା ବେଳେ ଶତାଧିକ ବିଜେଡି କର୍ମୀଙ୍କ ଉପସ୍ଥିତିରେ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହୋଇଥିବା ସୂଚନା ମିଳିଛି। ବିଶେଷକରି ଲୋକମାନଙ୍କ ସମସ୍ୟା ସହ ଜଡିତ ରହି ସଦାସର୍ବଦା କାର୍ଯ୍ୟ କରିବାକୁ ଶ୍ରୀ ସାହୁ ବୈଠକ ମାଧ୍ୟମରେ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ତୃଣମୂଳସ୍ତରରେ ନବୀନ ସରକାରଙ୍କ ଯୋଜନାକୁ ପହଞ୍ଚାଇବା ସହ ଲୋକଙ୍କ ସମସ୍ଯାକୁ ନେଇ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା। ପଞ୍ଚାୟତ ସ୍ତରରେ ଦଳକୁ ଅଧିକ ସଦୃଢିକରଣ କରିବା ପାଇଁ ପର୍ଯ୍ୟାୟକ୍ରମେ ବିଭିନ୍ନ ପଞ୍ଚାୟତର କର୍ମୀଙ୍କୁ ନେଇ ବୈଠକ ଅନୁୁଷ୍ଠିତ ହେବ ବୋଲି ସୂଚନା ମିଳିଛି।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।

