ଛତ୍ରପୁର ତା୨୩/୧୨/୨୦୨୫(ଅରୁଣ କୁମାର ପଣ୍ଡା) ତ୍ୟାଗ ଓ ଆତ୍ମଵଳିଦାନର ୧୦୦ଵର୍ଷ ପୁର୍ତ୍ତିରେ ଭାରତୀୟ କମ୍ଯୁନିଷ୍ଟ ପାର୍ଟି ( ସିପିଆଇ)ର ରାଜ୍ଯସ୍ତରୀୟ ଶତବାର୍ଷିକୀ ମହାସମାରୋହ କମ୍ୟୁନିଷ୍ଟ ଆନ୍ଦୋଳନ ଗଡ଼ ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ପାଳିତ ହୋଇଯାଇଛି। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଐତିହାସିକ କାନପୁର ସହରରେ ୧୯୨୫ ମସିହା ଡିସେମ୍ବର ୨୬ ରେ ପ୍ରତିଷ୍ଠା ଲାଭ କରିଥିଲା, ଏହି ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭରୁ ହିଁ ବିଶିଷ୍ଟ କମ୍ୟୁନିଷ୍ଟ ହସରତ ମୋହିନୀ ପୁର୍ଣ୍ଣ ସ୍ଵାଧୀନତା ର ସ୍ଵର ଉତ୍ତୋଳନ କରିଥିଲେ ଓ “ଇନକିଲାଵ ଜିନ୍ଦାବାଦ” ର ଧ୍ଵନୀ ଦେଇଥିଲେ। ମୁକ୍ତି ଆନ୍ଦୋଳନରେ କମ୍ୟୁନିଷ୍ଟ ମାନଙ୍କ ତ୍ୟାଗ ଓ ଆତ୍ମଵଳିଦାନ ଅବିସ୍ମରଣୀୟ ବୋଲି ସୂଚନା ଭାରତର କଷ୍ଟଲବ୍ଧ ସ୍ଵାଧୀନତା, ଗଣତନ୍ତ୍ର,ଏହାର ସମ୍ବିଧାନର ସୁରକ୍ଷା, ଶ୍ରମିକ ଶ୍ରେଣୀ, କୃଷକ, ଛାତ୍ର, ଯୁବ ଓ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ଵାମପନ୍ଥୀ ଏକତା ସହ ଗଣତାନ୍ତ୍ରୀକ ଓ ଧର୍ମନିରପେକ୍ଷ ଦଳ ଓ ଶକ୍ତିମାନେ

ଐକ୍ଯଵଦ୍ଧ ସଂଘର୍ଷରେ ସାମିଲ ହେବା ଜରୁରୀ ବୋଲି ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଆହ୍ଵାନ ଦେଇଥିଲେ। ଅନ୍ୟତମ ଜାତୀୟ ସମ୍ପାଦକ ସମ୍ପାଦକ କମ୍ରେଡ୍ କେ ରାମକ୍ରିଷ୍ଣା ତେଲଗୁ ଭାଷାରେ ଉଦବୋଧନ ଦେଇ ସଂଘୀୟ ଭାରତ ଗଠନ ପ୍ରେକ୍ଷାପଟରେ ତେଲେଙ୍ଗାନା ସଶସ୍ତ୍ର ବିପ୍ଳବ ବଳରେ ହାଇଦ୍ରାବାଦ ଉପରେ ବିଜୟ ହାସଲ ସହ ଭାରତରେ ମିଶ୍ରଣ କଲେ ବୋଲି ସୁଚନା ଦେଇ ଦେଶରେ ସମ୍ପ୍ରତି କ୍ଷମତାରେ ଥିବା ସାମ୍ପ୍ରଦାୟିକ ଫାସିଵାଦୀ ଦଳ ଦେଶର ବିଭିନ୍ନତା ମଧ୍ୟରେ ଏକତାକୁ ଧ୍ଵଂସ କରି ଏହାର ସାମ୍ବିଧାନିକ ଅନୁଷ୍ଠାନ ସବୁକୁ ଧ୍ଵଂସ କରି ଏକଛତ୍ରବାଦ ଜାହିର କରିଵା ପାଇଁ ନିରପେକ୍ଷ ନିର୍ଵାଚନ ବ୍ୟବସ୍ଥାକୁ ଧ୍ଵଂସ କରି ଏସ୍ଆଇଆର୍ କରାଇ ଭୋଟ ଚୋରୀ କରି କ୍ଷମତା ଵୀମା କରି ଚାଲିଛନ୍ତି। ଏହାକୁ ଜନଗଣ ସଠିକ ମୁକାବିଲା କରିବା ପାଇଁ ଆହ୍ଵାନ ଦେଇଥିଲେ।ଏହି ସମାରୋହରେ ସିପିଆଇ ରାଜ୍ୟ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର ଉଦବୋଧନ ଦେଇ ଭାରତରେ ଏବଂ ଓଡିଶାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ମୁକ୍ତି ଆନ୍ଦୋଳନ ର ସଂଗ୍ରାମରେ ତ୍ୟାଗ ଓ ଆତ୍ମଵଳିଦାନର ଗୈ।ରଵୋଜ୍ଵଳ ଐତିହ୍ୟ ର ସୁଚନା ଦେଇଥିଲେ। ଓଡ଼ିଶାରେ ଗୁରୁ ଚରଣ ପଟ୍ଟନାୟକ, ପ୍ରାଣନାଥ ପଟ୍ଟନାୟକ ଓ ଭଗବତୀ ଚରଣ ପାଣିଗ୍ରାହୀ ତିନି ଜଣ ଯୁବକ ଓଡିଶାରେ ମୁକ୍ତି ଆନ୍ଦୋଳନର ନବଜାଗରଣ ଆଣିଲେ।କଟକ କମ୍ଯୁନିଷ୍ଟ ଷଡ଼ଯନ୍ତ୍ର ମାମଲା ଦାୟର କରି ମଧ୍ୟ ଜନଜାଗରଣ କୁ ରୋକି ପାରି ନଥିଲା ବ୍ରିଟିଶ ସରକାର। ଭାରତ ଗଠନରେ ଦେଶର ପ୍ରଥମ ଗଡ଼ଜାତ ନୀଳଗିରିର ଜନଗଣଙ୍କୁ ଐକ୍ଯଵଦ୍ଧ କରି ନିଳଗିରି ରାଜତନ୍ତ୍ର ଉପରେ ବିଜୟ ହାସଲ କରି ଦେଶରେ ପ୍ରଥମ ରାଜା ରାଜୁଡା ରାଜ୍ଯ ଭାରତ ଅଧିନକୁ ଆଣିଲେ। ସେହିପରି ସ୍ଵାଧୀନ ଭାରତରେ ଗଞ୍ଜାମର ଐତିହାସିକ ରୟତ ଆନ୍ଦୋଳନ ରେ ହେମ ଵାଡତିଆ ସମେତ ୬ ଜଣ କୃଷକ ଶହୀଦ ହେଲେ। ଛତ୍ରପୁରର ଜନନେତା ଲକ୍ଷ୍ମଣ ମହାପାତ୍ର ଜନଗଣଙ୍କ ସ୍ଵାର୍ଥ ରକ୍ଷା ସଂଘର୍ଷରେ ଶହୀଦ ହେଲେ। ଏହା ପରେ ରାହୁ ପୁଞ୍ଜିପତିଙ୍କ ଶ୍ଵେନ ଦୃଷ୍ଟିରେ ଥିବା ଗୋପାଳପୁର, ପାରାଦୀପ ନିକଟ ଢ଼ିଙ୍କିଆ, ନୁଆ ଗାଁ, ଗଡ଼ କୁଜଙ୍ଗରେ କମ୍ୟୁନିଷ୍ଟ ପାର୍ଟି ନେତୃତ୍ଵରେ ଜନ ଆନ୍ଦୋଳନ ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ। ଏହି ପୃଷ୍ଠଭୁମିରେ ଭାରତର ସମ୍ବିଧାନ, ଓଡ଼ିଶାର ଜମି, ଜଳ, ଜଙ୍ଗଲ ଓ ପରିବେଶ ରକ୍ଷା ଆନ୍ଦୋଳନରେ କମ୍ଯୁନିଷ୍ଟ ପାର୍ଟି ଯେଉଁ ସଂଘର୍ଷ ଚଳାଇଛି, ତାକୁ ଆହୁରି ଶାଣିତ କରିବା ପାଇଁ ଗଣ ଶପଥ କରାଇଥିଲେ ରାଜ୍ଯ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର। ପାର୍ଟିର ଶତବାର୍ଷିକୀ ଦିବସ ୨୬ ଡ଼ିସେମ୍ବରରେ ପ୍ରତ୍ଯେକ ଶାଖା, ଅଞ୍ଚଳ, ଜିଲ୍ଲା ପତାକା ଉତ୍ତୋଳନ, ସଭା ଶୋଭାଯାତ୍ରା ସହ ମହା ସମାରୋହରେ ପାଳନ ପାଇଁ ପ୍ରସ୍ତାବ ଆଗତ କରିଥିଲେ ସିପିଆଇ ରାଜ୍ୟ ସହ ସମ୍ପାଦକ ଜୟନ୍ତ ଦାସ। ରାଜ୍ୟରେ ଲୋକେ ସର୍ବନିମ୍ନ ମଜୁରୀ ନପାଇ ପ୍ରବାସୀ ହୋଇ ବନ୍ଧୁଆ ଶ୍ରମିକ ହେବା ବେଳେ ଓଡ଼ିଶାର ବିଧାୟକମାନେ ନିଜର ମାସିକ ଭତ୍ତା ୩ ଗୁଣରୁ ଅଧିକ ବଢାଇ ବିଧାନସଭା ସ୍ଥଗିତ ରଖି ପଳାଇଲେ। ଏହି ଭତ୍ତା ଵୃଦ୍ଧି ପ୍ରତ୍ୟାହାର ଦାବିରେ କମ୍ଯୁନିଷ୍ଟ ପାର୍ଟି ଲଢ଼ିଛି, ପ୍ରତ୍ୟାହାର ହେବା ପର୍ଯ୍ୟନ୍ତ ଲଢେ଼ଇ ଜାରି ରଖିବାରୁ ପ୍ରସ୍ତାବ ଆଗତ କରିଥିଲେ।ଏସ ଆଇ ଆର ନାମରେ ବିଜେପି ଗଣତନ୍ତ୍ରକୁ ଧ୍ଵଂସକରି ଭୋଟ ଚୋରୀ ଷଡ଼ଯନ୍ତ୍ର କୁ ମୁକାବିଲା ପାଇଁ ବ୍ୟାପକ ଜନ ଆନ୍ଦୋଳନ ଗଢ଼ି ତୋଳିବାକୁ ପ୍ରସ୍ତାବ ଦେଇଥିଲେ ଓ ଏହା ସମାରୋହରେ ସର୍ଵ ସମ୍ମତ ଭାବେ ଗୃହିତ ହୋଇଥିଲା। ଏହି ସମାରୋହରେ ରାଜ୍ଯ ସମ୍ପାଦକମଣ୍ଡଳୀ ସଦସ୍ୟ ପ୍ରକାଶ ଚନ୍ଦ୍ର ପାତ୍ର ରାଜ୍ୟର କମ୍ଯୁନିଷ୍ଟ ପାର୍ଟିକୁ ଶକ୍ତିଶାଳୀ କରିବାରେ ଯେଉଁମାନେ ପ୍ରମୁଖ ଭୁମିକା ନେଇଥିଲେ ସେଭଳି ବରିଷ୍ଠ ନେତୃତ୍ଵ ଙ୍କୁ ଏହି ସମାରୋହରେ ସମ୍ବର୍ଦ୍ଧିତ ହେବାପାଇଁ ଆମନ୍ତ୍ରଣ କରିଥିଲେ। ପ୍ରାରମ୍ଭରେ ପାର୍ଟିର ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ୟ, ଶତବାର୍ଷିକୀ ଅଭ୍ୟର୍ଥନା କମିଟି ଅଧ୍ଯକ୍ଷ ତଥା ପୁର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ ଅଧ୍ୟକ୍ଷତା କରିଥିବା ଵେଳେ ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ ମଞ୍ଚ ଆହ୍ଵାନ କରିଥିଲେ। ଜିଲ୍ଲା ସମ୍ପାଦକ ତଥା ଅଭ୍ୟର୍ଥନା କମିଟି ସାଧାରଣ ସମ୍ପାଦକ ଶ୍ରୀହର୍ଷ ରଥ ଶତଵାର୍ଷିକୀ ପାଳନର ପୃଷ୍ଠଭୁମିର ସୁଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ଯ ସମ୍ପାଦକ ମଣ୍ଡଳୀ ସଦସ୍ୟ ରମଣୀ ରଞ୍ଜନ ରାଉତରାୟ, ଅଖିଳ ଭାରତ ଯୁଵ ସଂଘ ରାଜ୍ଯ ସମ୍ପାଦକ କାମଦେବ ନାହାକ, ନୂଆ ଦୁନିଆ ସମ୍ପାଦକ ରମେଶ ପାଢୀ, ଉତ୍କଳ ମହିଳା ସମିତିର ସଭାପତି ପ୍ରମୋଦିଦିନୀ ପାଇକରାୟ, ଭାନୁମତୀ ଦେବୀ ପ୍ରମୁଖ ମଞ୍ଚାସିନ ଥିଲେ। ଆଜି ସକାଳେ ତାକରଡା ରୟତ ଆନ୍ଦୋଳନ ଶହୀଦ ପୀଠରୁ ଏବଂ ପୁର୍ଵାହ୍ନରେ ଲକ୍ଷ୍ମଣ ମହାପାତ୍ରଙ୍କ ଶହୀଦ ସ୍ମୃତି ପୀଠରୁ ଶହୀଦ ଜ୍ୟୋତି ଜାଥା ଆସି ସମାରୋହ ମଞ୍ଚରେ ରାଜ୍ଯ ସମ୍ପାଦକଙ୍କ ହାତରେ ସମର୍ପିଥିଲେ, ରାଜ୍ଯ ସମ୍ପାଦକ ତାହା ଗ୍ରହଣ କରି ସମ୍ବର୍ଦ୍ଧନା ଦେଇଥିଲେ।
ସକାଳ ୧୦ଟା ୩୦ରେ ଅପର ଵସଷ୍ଟାଣ୍ଡରୁ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ସହର ପରିକ୍ରମା କରି ଆସିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ବି ଆଦି ନାରାୟଣ ରେଡ୍ଡୀ, ଜନାର୍ଦ୍ଦନ ରେଡ୍ଡୀ, ଏନ୍ ଗିରି ପ୍ରସାଦ ରେଡ୍ଡୀ, ଗୁରୁ ନାଥ ପ୍ରଧାନ, ମଥୁରା ସୁବୁଦ୍ଧି, ଦୁର୍ଯ୍ୟୋଧନ ପରିଡ଼ା, ମାଗୁଣୀ ଵିଶୋୟୀ, ସୀମାନ୍ତରେ ବେହେରା ପ୍ରଦୀପ ସେଠୀ, ଭାସ୍କର ପାତ୍ର, ନାରାୟଣ ନାୟକ ପ୍ରମୁଖ ନେତୃତ୍ଵ ନେଇଥିଲେ।
