You are currently viewing କଞ୍ଚଣା ରେ ବିଜେପି ମହା ମିଶ୍ରଣ ରେ ଶକ୍ତି ପ୍ରଦର୍ଶନ, ସବୁ ରାଣୀ ଲିଗାସି ଛାଡ଼ୁଛନ୍ତି ବିଜେଡି ଓ ଧରୁଛନ୍ତି ଫୁଲ
କଞ୍ଚଣା ରେ ବିଜେପି ମହା ମିଶ୍ରଣ ରେ ଶକ୍ତି ପ୍ରଦର୍ଶନ, ସବୁ ରାଣୀ ଲିଗାସି ଛାଡ଼ୁଛନ୍ତି ବିଜେଡି ଓ ଧରୁଛନ୍ତି ଫୁଲ

ଖଲ୍ଲିକୋଟ ; 22/4 ଗଞ୍ଜାମ ଜିଲ୍ଲା ର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରାଣୀ ଲିଗାସି ମାନେ ବିଜେଡି ଦଳ ରେ ଅଣ ନିଶ୍ୱାସୀ ହୋଇ ଦଳ ଛାଡି କ୍ରମଶଃ ବିଜେପି ରେ ମିଶି ଶକ୍ତି ବୃଦ୍ଧି କରୁଥିବା ଦେଖିବାକୁ ମିଳିଛି |ସୋମବାର ଦିନ ଖଲ୍ଲିକୋଟ ବ୍ଲକ ର ଜଣେ ଲୋକପ୍ରିୟ ଯୁବ ସମାଜସେବୀ ତଥା କଞ୍ଚଣା ପଂଚାୟତ ର ସମିତି ସଭ୍ୟ ଚିତ୍ରସେନ ଘୋଷ ଙ୍କ ଆହ୍ୱାନ କ୍ରମେ ପ୍ରାୟ ଦଶ ହଜାର କର୍ମୀ ଓ ସରପଞ୍ଚ ବିଜେଡି ଦଳ ଛାଡି ବିଜେପି ରେ ଅନୁଷ୍ଠାନିକ ଭାବେ ଯୋଗ ଦେଇଥିବା ଦେଖିବାକୁ ମିଳିଛି |କଞ୍ଚଣା ପଂଚାୟତ କାର୍ଯ୍ୟାଳୟ ପଛପଟେ ଥିବା ଖେଳ ପଡିଆ ରେ ଏକ ମହା ମିଶ୍ରଣ ପର୍ବ ଓ ବିଜେପି ର ଶକ୍ତି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଥିଲା

|ସଭା ରେ ବିଜେପି ଓଡିଶା ପ୍ରଭାରୀ ବିଜୟିପାଳ ସିଂ ତୋମର, ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଅଭିନେତା ଶ୍ରୀତମ ଦାଶ ଓ ବିଜେପି ପ୍ରାର୍ଥୀନୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ଓ ବିଧାୟକ ପାର୍ଥି ପୂର୍ଣ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇ ରାଜ୍ୟ ରେ ଦାଦନ ବେକାରୀ ଓ ଭ୍ରଷ୍ଟାଚାର ଚାଲିଛି |ତେଣୁ ଓଡିଶା ରେ ଏହି ସମସ୍ୟା ସମେତ ମହିଳା ମାନଙ୍କ ଖାତା କୁ ମାସିକ ଏକ ହଜାର ଟଙ୍କା ମିଳିବ ତେଣୁ ଏହି ନିକମା ସରକାର କୁ ହଟାଇ ଓଡିଶା ରେ ଡବଲ ଇଂଜିନ ସରକାର ର ଆଣିବା ପାଇଁ ସମସ୍ତ କୁ ନିବେଦନ କରିଥିଲେ |ଏହି ସମାବେଶ କଞ୍ଚଣା ସମିତି ସଭ୍ୟ ଚିତ୍ରସେନ ଘୋଷ, ନାଇକାଣିପଲି ସରପଞ୍ଚ ମିଥୁନ ଖୁଣ୍ଟିଆ ଓ ବାଦ ପଲ୍ଲୀ ସରପଞ୍ଚ ନିର୍ମଳା ଶବର ଙ୍କ ସମେତ ପାଞ୍ଚ ସରପଞ୍ଚ ଓ ବିଜେଡି ପୂର୍ବତନ ସଭାପତି ବଳରାମ ସାହୁ ସଞ୍ଜୟ ଘୋଷ ବିଜେଡି ନେତା ସୀତାରାମ ପାଣିଗ୍ରାହୀ ବର ଗାଁ ସରପଞ୍ଚ ଭାସ୍କର ଦୋରା ପ୍ରମୁଖ ବହୁ ମହିଳା ଓ ପୁରୁଷ ମାନେ ଜୟଶ୍ରୀରାମ ଧ୍ୱନି ଦେଇ ବିଜେପି ରେ ଯୋଗ ଦେଇଥିଲେ |

ଉକ୍ତ ନିର୍ବାଚନୀ ସଭା ରେ ଘୁମୁସର ଜିଲ୍ଲା ସମ୍ପାଦକ ଅନିଲ ପଣ୍ଡା ଆସିକା ଲୋକ ସଭା ସଂଯୋଜକ ଯଜ୍ଞ ନାରାୟଣ ଦାଶ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ସଂଯୋଜକ ଶଙ୍କର ପ୍ରସାଦ ନାହାକ, ଯୁବ ମୋର୍ଚା ସମ୍ପାଦଜ ଜଗନ୍ନାଥ ଭୂୟାଁ, ପଦ୍ମ ସୁବୁଦ୍ଧି, ପ୍ରାକ୍ତନ ସମିତି ଅଧକ୍ଷ ରାଧାଶ୍ୟାମ ଦୋରା, ସକଳେଶ୍ୱର ଦାଶ, ମନୋଜ ପ୍ରଧାନ, ନିରଞ୍ଜନ ନାୟକ, ସୁବଳ ସାହୁ ଖଲ୍ଲିକୋଟ ବାର ସମ୍ପାଦକ ଜ୍ୟୋତିଷ ଚନ୍ଦ୍ର ନନ୍ଦ ଓ କଞ୍ଚଣା ପଂଚାୟତ ସମେତ ଆଖପାଖ ଅଞ୍ଚଳ ର ବହୁ ରାଣୀ ଲିଗାସୀ ବିଜେପି ରେ ଯୋଗ ଦେଇଥିଲେ |ରାଣୀ ଲିଗାସି ଆହୁରି ଅନେକ କର୍ମୀ ଓ ନେତା ଆଗକୁ ସାମିଲ ହେବେ ବୋଲି ବିଜେପି ସୂତ୍ର ରୁ ଜଣାପଡିଛି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ )