You are currently viewing ଖଲ୍ଲିକୋଟ ରେ ପବିତ୍ର ଗାନ୍ଧୀ ଜୟନ୍ତୀ ;ବିଜେଡି ର ଜନ ସମ୍ପର୍କ ପଦଯାତ୍ରା, ବିଜେପି ର ସ୍ୱଚ୍ଛତା ଦିବସ ପାଳନ
ଖଲ୍ଲିକୋଟ ରେ ପବିତ୍ର ଗାନ୍ଧୀ ଜୟନ୍ତୀ ;ବିଜେଡି ର ଜନ ସମ୍ପର୍କ ପଦଯାତ୍ରା, ବିଜେପି ର ସ୍ୱଚ୍ଛତା ଦିବସ ପାଳନ

ଖଲ୍ଲିକୋଟ :2/10 ଖଲ୍ଲିକୋଟ ରେ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସର ରେ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା ପାଳନ କରିଥିବା ବେଳେ ବିଜେପି ସ୍ୱଚ୍ଛତା ଦିବସ ପାଳନ କରିଛି |ନିର୍ବାଚନ ର 100 ଦିନ ର ନୀରବତା ପରେ ପୁଣି ସଂଗଠନ କୁ ମଜଭୁତ କରିବା ପାଇଁ ଦଳ ର ସଭାପତି ନବୀନ ପଟ୍ଟନାୟକ ଙ୍କ ନିଁର୍ଦେଶ କ୍ରମେ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ କରିଛି ପଦଯାତ୍ରା |

ଖଲ୍ଲିକୋଟ ର ପୂର୍ବତନ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଙ୍କ ନେତୃତ୍ୱ ରେ ଏକ ପଦଯାତ୍ରା ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ରୁ ବାହାରି ସହର ପରିକ୍ରମା ପରେ ବସ ଷ୍ଟାଣ୍ଡ ଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ଓ ସ୍ବର୍ଗତ ବିଜୁ ପଟନାୟକ ଙ୍କ ପ୍ରତିମୂର୍ତ୍ତି ମାଲ୍ୟାର୍ପଣ କରିଥିଲେ |ଉକ୍ତ ଜନ ସମ୍ପର୍କ ପଦଯାତ୍ରା ରେ ପୂର୍ବତନ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ନବ ନିଯୁକ୍ତ ସଭାପତି ପ୍ରଫୁଲ୍ଲ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୋନମ ପଳାଇ, ବିନାୟକ ଜାଲ୍ଲୀ, ଚନ୍ଦନା ସଦଠି ମହିଳା ବିଜେଡି ସଭାନେତ୍ରୀ ମିତାଞ୍ଜଳି ମିଶ୍ର, ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା ଚିତ୍ତରଞ୍ଜନ ମାଝି, ଯୁବ ବିଜେଡି ସଭାପତି ଦୟାନିଧି ସାହୁ ଓ ସତ୍ୟବାନ ସ୍ୱାଇଁ ରାମକୃଷ୍ଣ ସ୍ୱାଇଁ ଓ କନକା ସରପଞ୍ଚ ରେଖା ଜାଲ୍ଲୀ,ସାବୁଲିଆ ସରପଞ୍ଚ ଅହଲ୍ୟା

ବେହେରା,କବିତା ବେହେରା ଓ ବରିଷ୍ଟ ବିଜେଡି ନେତା କିଶୋର ପଳାଇ, ବନମାଳୀ ବାଲା, କେଶପୁର ସରପଞ୍ଚ ବିଚିତ୍ର ଜାଲ୍ଲୀ ପ୍ରମୁଖ ପଦଯାତ୍ରା ଅଂଶ ଗ୍ରହଣ କରିବା ସହ ଆଗାମୀ ଦିନରେ ଏହା ଜୋନ ସ୍ତରରେ ପଦଯାତ୍ରା କାର୍ଯ୍ୟକ୍ରମ ଚାଲିବ ବୋଲି ବିଜେଡି ନେତା ମାନେ ପ୍ରକାଶ କରିଥିଲେ |


ସେହିପରି ଖଲ୍ଲିକୋଟ ଏନ ଏ ସି ର ଗତ ସେପ୍ଟେମ୍ବର 17 ରୁ ଆରମ୍ଭ ହୋଇଥିବା ସ୍ୱଚ୍ଛତା ଏକ ସେବା କାର୍ଯ୍ୟକ୍ରମ ପବିତ୍ର ଗାନ୍ଧୀ ଜୟନ୍ତୀ ରେ ଉଦଯାପିତ ହୋଇ ଯାଇଛି |ଏ ଉପଲକ୍ଷେ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି ଙ୍କ ନେତୃତ୍ୱ ରେ ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ସଫାଇ କାର୍ଯ୍ୟକ୍ରମ କରାଯିବା ସହ ଖଲ୍ଲିକୋଟ ପରିସର ରେ ମା ଟିଏ ଗଛଟିଏ କାର୍ଯ୍ୟକ୍ରମ ରେ ବିଧାୟକ ବୃକ୍ଷ ରୋପଣ କରିବା ସହ ବିଜେପି ନେତା ଓ କର୍ମୀ ମାନେ ଗାନ୍ଧୀ ଙ୍କ ପ୍ର୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା ଓ ପୂର୍ବତନ ନଗରପାଳ ଶଙ୍କର ପ୍ରସାଦ ନାହାକ ପ୍ରମୁଖ ଅଂଶ ଗ୍ରହଣ କରିବା ସହ ଖଲ୍ଲିକୋଟ ଏନ ଏ ସି ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ନାୟକ ଏନ ଏ ସି ତରଫରୁ ସହଯୋଗ କରିଥିଲେ |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )