ଦିଗପହଣ୍ଡି କେନ୍ଦ୍ରୀୟ ଶିକ୍ଷା,ଦକ୍ଷତା ବିକାଶ ଏବଂ ଉଦ୍ୟାଗୀତl ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜି ଙ୍କ 54 ତମ ଜନ୍ମଦିନ ଅବସରରେ ରେ ଶ୍ରୀ ଶ୍ରୀ ଶ୍ରୀ ଉଜ୍ୱଳେଶ୍ଵର ମନ୍ଦିରରେ ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ପୂଜାର୍ଚ୍ଚନl ହୋମ ଓ ପ୍ରସାଦ ସେବନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବହୁ ସଂଖ୍ୟାରେ ବ୍ୟକ୍ତିମାନେ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଜି ଙ୍କ ଦ୍ରୀଘାୟୁ ଓ ଉନ୍ନତି ପାଇଁ ଦୀପ ଜଳେଇ ପ୍ରାଥନା କରିଥିଲେ ଓ ପ୍ରସାଦ ସେବନ କରିଥିଲେ l ତା ସହିତ ମୋଦି ସରକାର ଙ୍କ 9 ବର୍ଷ ପୂର୍ତ୍ତରେ ଶ୍ରୀ ପାଢ଼ୀ ଯୁବକ ମାନଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଯଥା 370 ଧାରା, ରାମ ମନ୍ଦିର ନିର୍ମାଣ ଓ ପ୍ରଧାନ ମନ୍ତ୍ରୀ ଜନ ଔଷଧି,ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ପରି ବହୁ କାର୍ଯ୍ୟର ବିସ୍ତୃତ ବିବରଣୀ ଆଲୋଚନା କରିଥିଲେ l l ଏହି କାର୍ଯ୍ୟକ୍ରମ କୁ ଇଂ ସିପ୍ରା ରାଣୀ ତ୍ରିପାଠୀ ଓ ସୁଧାକର ଗୌଡ଼ ସଂଯୋଜନା କରିଥିବା ବେଳେ କେଦାରନାଥ ରଣା ଓ ରମେଶ ମହାରଣା ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ମହନ୍ତ ଚିନ୍ମୟlନନ୍ଦ, ସୁଦାମ ବେହେରା , k. ନରସିଂହ ପତ୍ର, ଚିନ୍ମୟ ରେଡି, କୃଷ୍ଣ ସସମାଲ,ଚନ୍ଦ୍ରଶେଖର ଦାସ,ପପୁ ମହାନ୍ତି,ବରୁଣ ବେହେରା,ସମୀର ଗୌଡ଼, ବବଲୁ ଗୌଡ଼, ତପନ ଗୌଡ଼, ସୁକାନ୍ତ ଗୌଡ଼ ଓ ବହୁ ଗ୍ରାମ ବାସୀ ମଧ୍ୟ ଉପସ୍ଥିତ ଥିଲେ l
ଦିଗପହଣ୍ଡି ରୁ ସିପ୍ରା ରାଣୀ ତ୍ରିପାଠୀ ଙ୍କ ରିପୋର୍ଟ
