You are currently viewing ଧରାକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା
ଧରାକୋଟ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା

ଧରାକୋଟ–୧.୧୨.୨୩ ରାଜ୍ୟ ସରକାର ଗମନାଗମନ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥିପାଇଁ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା।ହେଲେ କିଛି ଦାୟିତ୍ବ ହିନ ପ୍ରାସାସନିକ ଅଧିକାରୀଙ୍କ ପାଇଁ ସାଧାରଣ ଜନତା ଏହାର ସୁଫଳ ପାଉନଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଭଂଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଆସିକା ସେକ୍ସନ ଦୁଇ ଅଧିନରେ ରହିଥିବା ଜାତୀୟ ରାଜପଥ ୫୯ ସ୍ଥିତ ତାଳପାଟଣା ଛକ ଠାରୁ ଧରାକୋଟ ଥାନ ଛକ ପର୍ଯ୍ୟନ୍ତ ୧୩୦୦ ମିଟର ରାସ୍ତା । ସଂପ୍ରତି ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୨୭ ଲକ୍ଷ ଟଙ୍କାର ଟେଣ୍ଡର ଦିଆଯାଇଛି। ନିର୍ମାଣ କାର୍ଯ୍ୟ କରିବା ପାଇଁ ସରକାରଙ୍କ ସହ ଚୁକ୍ତିନାମା କରିବା ପରେ ସଂପୃକ୍ତ ଠିକାଦାର ଅତ୍ୟନ୍ତ ବେପରୁଆ ଭାବରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି। ରାସ୍ତାର ପାର୍ଶ୍ଵର ମେଟଲ ଜମାଇବା ପରିବର୍ତ୍ତେ ରାସ୍ତା ଉପରେ ଜମାଇ ରଖିଛନ୍ତି ଯାହାକି ରାସ୍ତା ସାରା ମେଟାଲ ବିଛାଡ଼ି ହୋଇ ପଡି ରହିଥିବା ଯୋଗୁଁ ଯାତାୟାତ ରେ ସମସ୍ୟା ସୃଷ୍ଟି ହେଉଛି। ଧରାକୋଟ ବ୍ଲକ ସଦର ମହକୁମାକୁ କୁ ଯୋଡୁ ଥିବା ଏହା ଏକ ପ୍ରମୁଖ ରାସ୍ତା । ଏହି ରାସ୍ତା ଦେଇ ବ୍ଲକ ର ସିଙ୍ଗିପୁରୁ, ଜଗମୋହନ,ଜାହାଡା,ଝରପାରୀ,ଝାଡବନ୍ଧ, ଭଳି ପାଞ୍ଚ ଗୋଟି ପଞ୍ଚାୟତ ର ଲୋକ ପ୍ରତିଦିନ ଧରାକୋଟ କୁ ଆସନ୍ତି। ଏପରିକି ଆସିକା, ଭଂଜନଗର କୁ ମଧ୍ୟ ଯିବାପାଇଁ ଏହିରାସ୍ତା ଯୋଗାଯୋଗ ର ପ୍ରମୁଖ ମାଧ୍ୟମ ପାଲଟି ଥିବା ବେଳେ ପ୍ରତିଦିନ ସହ ସହ ଜନସାଧାରଣ ବ୍ଲକ, ତହସିଲ, ଥାନା, ସ୍ବାସ୍ଥ୍ୟ କେନ୍ଦ୍ର, ବ୍ୟାଙ୍କ୍, ସ୍କୁଲ, କଲେଜ, ମିଶନ ଶକ୍ତି ସମେତ ଅନ୍ୟାନ୍ୟ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସହ ବାଣିଜ୍ୟ ବ୍ୟବସାୟ ପାଇଁ ଧରାକୋଟ କୁ ଆସିଥାନ୍ତି।ବିପଦ ଜନକ ସ୍ଥିତିରେ ରହିଥିବା ଏହି ରାସ୍ତା ରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଏପରିକି ପୋଲିସ ପେଟ୍ରୋଲିଙ୍ଗ ରେ ମଧ୍ୟ ବାଧା ସୃଷ୍ଟି ହେଉଛି। ସଂପୃକ୍ତ ଠିକାଦାର ବିଭାଗର ନିର୍ଦ୍ଦେଶକ ନାମା ପ୍ରକାରେ କାର୍ଯ୍ୟ କରୁନଥିବା ଦେଖିବାକୁ ମିଳିଛି। ଏହା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ର କୌଣସି ପଦାଧିକାରୀ ଙ୍କ ମଧ୍ୟ ନିର୍ମାଣ କାର୍ଯ୍ୟ ସ୍ଥଳରେ ଦେଖାମିଳୁନାହିଁ।ଏ ସମ୍ପର୍କରେ ବିଭାଗୀୟ ଆସିକା ଗ୍ରାମ୍ୟ ଉନ୍ନୟନ ବିଭାଗ ସେକ୍ସନ ଦୁଇ ଯନ୍ତ୍ରୀ ଙ୍କ ସହ ଯୋଗାଯୋଗ ବେଳେ ଖୁବ୍ ଶୀଘ୍ର ଚୁକ୍ତିନାମା ଅନୁଯାୟୀ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରୀକା ଯୋଗୁଁ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଓ ସଠିକ୍ ମାନରେ କାମ ହେବା ନେଇ ଅଞ୍ଚଳ ବାସୀ ଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି।