ଗଞ୍ଜାମ କୋଦଳା ଗସ୍ତରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ମଂଗଳବାର ସକାଳେ ସ୍ବାସ୍ଥ୍ୟ ମନ୍ତ୍ରୀ କୋଦଳାରେ ପହଞ୍ଚିବା ପରେ ତାଙ୍କୁ ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ଉପାଧ୍ୟକ୍ଷାକଂ ସମେତ ବରିଷ୍ଠ ବିଜେପି ନେତା ଚିତ୍ରସେନ ପରିଡା, ମେଡିକାଲ ଇନଚାର୍ଜ ଡ଼କ୍ଟର ଆଦିତ୍ୟ ପ୍ରସାଦ ସାହୁ ଫାର୍ମାସିଷ୍ଟ ଅନିଲ ପ୍ରଧାନ ମେଡିକାଲ କର୍ମଚାରୀ, ଏନ୍ ଏସି କର୍ମଚାରୀ, ବହୁ ବିଜେପି ନେତା ଓ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଭବ୍ଯ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ପରେ କୋଦଳା ଠାରେ ଥିବା ରାଜସ୍ବ ଡାକବଙ୍ଗଳା ଠାରେ ଅଞ୍ଚଳର ସ୍ବାସ୍ଥ୍ୟ ବ୍ଯବସ୍ଥାକୁ ନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ। କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଓ ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ।
କୋଦଳା ସହରାଞ୍ଚଳ ମେଡ଼ିକାଲରେ ସ୍ଥାୟୀ ଡାକ୍ତର ନଥିବାରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି। ସେହିପରି ଏଠାରେ ଫିଜିଓଥେରାପି ଯନ୍ତ୍ରପାତି ଥାଇ ସୁଦ୍ଧା ଅପରେଟର ନଥିବାରୁ ଅସୁବିଧା ହେଉଛି। ସେହିପରି କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସର୍ଜରୀ ଓ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନାହାନ୍ତି। ଏ ସମସ୍ତ ସମାସ୍ଯାର ସମାଧାନ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଉପାଧ୍ଯକ୍ଷା ରଞ୍ଜିତା ସେଠୀ।
