You are currently viewing ସୁବର୍ଣ୍ଣପୁର ର କାର୍ଯ୍ୟରତ ସାମ୍ୱାଦିକ ବିଭିନ୍ନ ଦାବୀ ନେଇ ଜ଼ିଲ୍ଲାପାଳଙ୍କ ଜ଼ରିଆରେ 5ଟି ଅଧକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ.
ସୁବର୍ଣ୍ଣପୁର ର କାର୍ଯ୍ୟରତ ସାମ୍ୱାଦିକ ବିଭିନ୍ନ ଦାବୀ ନେଇ ଜ଼ିଲ୍ଲାପାଳଙ୍କ ଜ଼ରିଆରେ 5ଟି ଅଧକ୍ଷ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲେ.

ସୋନପୁର ( ରଞ୍ଜନ ହୋତା )
ନ୍ୟାର୍ଯ୍ୟ ଦାବି ପ୍ରତି ସରକାରଙ୍କ ଅଣଦେଖା ପ୍ରତିବାଦରେ ସମଗ୍ର ରାଜ୍ୟରେ ଆଜି ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଥିବା ବେଳେ ଏହି କ୍ରମ ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ର କାର୍ଯ୍ଯରତ ସାମ୍ୱାଦିକ ମାନେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାଶ ଙ୍କ ଜରିଆରେ ୫ଟି ଅଧ୍ୟକ୍ଷ ଭି କେ ପlଣ୍ଡିଆନ ଙ୍କୁ ଏକ ଦଶ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି l

ବରିଷ୍ଠ ସାମ୍ବାଦିକ ମାନଙ୍କୁ ପେନସନ, ସାମ୍ବାଦିକ ସୁରକ୍ଷା ଆଇନ, ଗୋପବନ୍ଧୁ ଜୀବନ ବିମା ଯୋଜନାରେ ହିତାଧିକାରୀଙ୍କ ବାପା ମାଆ ସହ 25ବର୍ଷରୁ ଅଧିକ ପିଲାଙ୍କୁ ଅନ୍ତର୍ଭୁକ୍ତ କରିବା ଓ ଏହାକୁ ୫ ଲକ୍ଷ ରୁ ୧୦ ଲକ୍ଷ କୁ ବୃଦ୍ଧି କରିବା, ମାଗଣା ରେ ଆବାସ ଘର ଯୋଗାଇବା, ପିଲା ଛୁଆ ଉଚ୍ଚ ଶିକ୍ଷା ବ୍ୟବସ୍ଥା କରିବା, ତଥା ସାମାଜିକ ଓ ଅର୍ଥ ନୈତିକ ସୁରକ୍ଷା କୁ ସୁଦୃଢ କରିବା, ବିନା ସୁଧରେ ସବୁ ବ୍ୟାଙ୍କ୍ ଗାଡ଼ି କ୍ରୟ ଓ ଘର ନିର୍ମାଣ ପାଇଁ ଋଣ ପ୍ରଦାନ୍ କରିବା ଆଦି ପ୍ରମୁଖ ଦାବୀ ଏଥିରେ ଉଲ୍ଲେଖ ଥିବା ପ୍ରକାଶ ପାଇଛି l ଜିଲ୍ଲା ର ବରିଷ୍ଠ ସାମ୍ୱାଦିକ ପର୍ଶୁରାମ ମିଶ୍ର ଙ୍କ ନେତୃତ୍ଵ ରେ ଆଜି ଏହି ଅଭିଯାନ ରେ ସମସ୍ତ କାର୍ଯ୍ୟରତ ସାମ୍ୱାଦିକ ଯୋଗ ଦେଇ ଜିଲ୍ଲାପାଳ ଙ୍କ ସହିତ ଆଲୋଚନା କରିଥିଲେ l