You are currently viewing ନିଖିଳ ଉତ୍କଳ ବାରିକ ସମିତି,କଟକ ଜିଲ୍ଲା ଶାଖାର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ନିର୍ବାଚନ
ନିଖିଳ ଉତ୍କଳ ବାରିକ ସମିତି,କଟକ ଜିଲ୍ଲା ଶାଖାର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ନିର୍ବାଚନ

କଟକ ତା ୨୯.୧୨.୨୦୨୩ ରିଖ ନିଖିଳ ଉତ୍କଳ ବାରିକ ସମିତି,କଟକ ଜିଲ୍ଲା ଶାଖାର ସାଧାରଣ ସଭା ଓ ନୂତନ କର୍ମକର୍ତ୍ତା ନିର୍ବାଚନ ଖାନନଗର ସ୍ଥିତ ଶ୍ରୀ ଶ୍ରୀ ଉତ୍ତରେଶ୍ବର ମହାଦେବ ମନ୍ଦିର ପ୍ରାଙ୍ଗଣରେ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଯତୀନ୍ଦ୍ର ନାଥ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନରେ କଟକ ଜିଲ୍ଲାର ବ୍ଲକ ସଭାପତି ଗଣ ଓ ନିର୍ବାଚନ କମିଟିର ସଦସ୍ୟ ସଦସ୍ୟା ମାନଙ୍କ ନିଷ୍ପତ୍ତି କ୍ରମେ ମନୋନୟନ କରାଯାଇ କଟକ ଜିଲ୍ଲା ସଭାପତି ଭାବରେ ପୁନର୍ବାର ଶ୍ରୀଯୁକ୍ତ ଅକ୍ଷୟ କୁମାର ବାରିକଙ୍କୁ, ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଶ୍ରୀଯୁକ୍ତ ଜନ୍ମେଜୟ ବେଜଙ୍କୁ ଓ ସମ୍ପାଦିକା ଭାବେ ବିନୋଦିନୀ ବାରିକଙ୍କୁ ମନୋନୀତ କରାଯାଇଥିଲା । ଏହି ନିଷ୍ପତ୍ତିକୁ କଟକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ସାଧାରଣ ବାରିକ ଭାଇ ଭଉଣୀ ମାନେ ସାଦରେ ଗ୍ରହଣ କରି କରତାଳି ଦ୍ଵାରା ସମର୍ଥନ କରିଥିଲେ। ପରେ ପରେ ନରସିଂହପୁର ନିବାସୀ ଶ୍ରୀଯୁକ୍ତ ଶ୍ରୀଧର ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ପୁଷ୍ପମାଲ୍ଯ ଦ୍ଵାରା ସମ୍ବର୍ଦ୍ଧିତ କରିଥିଲେ। ଚଳିତ ନିର୍ବାଚନରେ କୌଣସି ବ୍ୟକ୍ତିବିଶେଷ ମନୋନୟନ ପତ୍ର ଦାଖଲ କରିନଥିବା ବେଳେ ମହିଳା ମାନଙ୍କ ମଧ୍ୟରୁ ଜିଲ୍ଲା ସମ୍ପାଦିକା ପଦବୀ ପାଇଁ ବିନୋଦିନୀ ବାରିକ ମନୋନୟନ ପତ୍ର ଦାଖଲ କରିଥିଲେ । ଯାହା ଫଳରେ କଟକ ଜିଲ୍ଲା ସାଧାରଣ ବାରିକ ମାନଙ୍କର କଲ୍ୟାଣ ନିମନ୍ତେ ବିଚାର ବିମର୍ଷ ଜନିତ ସର୍ବସମ୍ମତ୍ତି କ୍ରମେ ଉପରୋକ୍ତ ନିଷ୍ପତ୍ତି ନେଇଥିଲେ । ଆଲୋଚନାରେ ଅଂଶ ଗ୍ରହଣ କରିଥିବା ବ୍ୟକ୍ତିବିଶେଷ ବାରଙ୍ଗ ବ୍ଳକର ସମ୍ପାଦକ ଗଣେଶ୍ୱର ବେଜ, ଟାଙ୍ଗୀ ବ୍ଳକ ସଭାପତି ଶଙ୍କର ବାରିକ, ସଦର ବ୍ଲକ ସଭାପତି ସତ୍ୟରଞ୍ଜନ ବାରିକ, ବଡ଼ମ୍ବା ବ୍ଳକର ଉପସଭାପତି ପ୍ରମୋଦ କୁମାର ବାରିକ, ମାହାଙ୍ଗା ବ୍ଳକ ସଭାପତି ପ୍ରଫୁଲ୍ଲ କୁମାର ସିଂ, ନିଆଳି ବ୍ଳକ ପ୍ରତିନିଧି ମନୋଜ କୁମାର ବାରିକ, ପୂର୍ବତନ ଜିଲ୍ଲା କୋଷାଧ୍ଯକ୍ଷ ଦେବାଶିଷ ବାରିକ, ପ୍ରକାଶ ବାରିକ, ରିଙ୍କି ବାରିକ, ଲକ୍ଷ୍ମୀପ୍ରିୟା ବାରିକ, ରୀନା ବାରିକ, ବଂଶୀଧର ବାରିକ, ପ୍ରଶାନ୍ତ ବାରିକ, ନବକିଶୋର ବାରିକ ଉପସ୍ଥିତ ରହି ନିଷ୍ପତ୍ତି ନେଇଥିଲେ । କେବଳ ସମର୍ଥନ ନୁହେଁ ସହଯୋଗ ମିଳିଲେ ବାରିକ ଜାତିର ବିକାଶ ସମ୍ଭବ ବୋଲି ନବନିର୍ବାଚିତ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବାରିକ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଜିଲ୍ଲା କାର୍ଯ୍ୟକାରିଣୀରେ ରହି ଆଗକୁ କାର୍ଯ୍ୟ କରିବାକୁ ଶ୍ରୀମତୀ ମଧୁସ୍ମିତା ବାରିକ, ଲକ୍ଷ୍ମୀ ବାରିକ, ପଦ୍ମିନୀ ବାରିକ, ମନୋରମା ବାରିକ, ରିନା ବାରିକ, ରିଙ୍କି ବାରିକ, ମମତା ବାରିକ ପ୍ରମୁଖ ଆଗେଇ ଆସିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ହାଡିବନ୍ଧୁ ବାରିକ, ସରତ ଚନ୍ଦ୍ର ବାରିକ, ସବିତା ବାରିକ, ମୋତିନା ବାରିକ, ସୌମ୍ୟରଞ୍ଜନ ବାରିକ, ଅମିତ ବାରିକ, ପତିତପାବନ ମିର୍ଦ୍ଧା, ଭୋଳାନାଥ ବାରିକ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଯତୀନ୍ଦ୍ର ନାଥ ବାରିକ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା ।

କଟକ ସଦର (ଶସ୍ମିତା ବାରିକ )