You are currently viewing କୋଦଳା ଠାରେ ସି ସି ଟିଭି ବ୍ୟବସ୍ଥା ଉଦଘାଟନ କଲେ ମନ୍ତ୍ରୀ
କୋଦଳା ଠାରେ ସି ସି ଟିଭି ବ୍ୟବସ୍ଥା ଉଦଘାଟନ କଲେ ମନ୍ତ୍ରୀ

ରବିବାର ଦିନ କୋଦଳା ଥାନା ପରିସରରେ ସି ସି ଟିଭି ପ୍ରକଳ୍ପ କୁ ଉଦଘାଟନ କରିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ। ଶ୍ରୀଯୁକ୍ତ ଘଡେଇ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ଏହାକୁ ଉଦଘାଟନ କରିଥିଲେ। ବିଧାୟିକା ଙ୍କ ଆଞ୍ଚଳିକ ଉର୍ନ୍ନୟନ ପାଣ୍ଠିରୁ ଏହି ଅର୍ଥ ବ୍ୟବସ୍ଥା କରାଯାଇଛି !କୋଦଳା ଏନ ଏ ସି ର ବିଭିନ୍ନ ଅଞ୍ଚଳ କୁ ସି ସି ଟିଭି ନଜରରେ ରଖିବା ପାଇଁ ୭ ଟି ସ୍ଥାନରେ ୨୨ ଟି କ୍ୟାମେରା ଲଗାଯାଇଥିବା ଜଣାପଡିଛି। ବିଭିନ୍ନ ସ୍ଥାନରେ ହେଉଥିବା ଅପରାଧିକ କାର୍ଯ୍ୟକଳାପକୁ ଥାନାର ନଜରରେ ରହିବ ବୋଲି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି। ପ୍ରାଇମି ଇଲେକ୍ଟ୍ରିକାଲ ସାଲୟୁସନ ସଂସ୍ଥା ଦ୍ୱାରା କାର୍ଯ୍ୟ କରାଯାଇଛି ! ଏଥିରେ ପୁରୁଷୋତ୍ତମପୁର ଏସ ଡି ପି ଓ ରଜନୀକାନ୍ତ ସାମଲ, ବିଜେଡି ରାଜ୍ୟ ସମ୍ପାଦକ ପ୍ରମୋଦ ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟା କଲ୍ୟାଣୀ ପାତ୍ର ଙ୍କ ସମେତ ବିଭିନ୍ନ ଜନ ପ୍ରତିନିଧି ଓ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।
ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟଆଇ ଜେ ବି ନିୟୁଜ ।