You are currently viewing ଆସିକା ବିଜେଡିର ପକ୍ଷରୁ ପ୍ରତିଷ୍ଠା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ 
ଆସିକା ବିଜେଡିର ପକ୍ଷରୁ ପ୍ରତିଷ୍ଠା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ 

ଆସିକା :-୨୫/୧୨(ଶକ୍ତି ପ୍ରସାଦ କର ) ଆସିକା ବିଜେଡି କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରସ୍ତୁତି ବୈଠକରେ ଆସନ୍ତା କାଲି ସକାଳ ସମୟରେ ଆସିକା ବିଜୁପଟ୍ଟନାୟକ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ଆସିକା ଉପଖଣ୍ଡ ଚିକିତ୍ସାଲୟରେ ରୋଗୀ ମାନଙ୍କୁ ଫଳ ସହ ଶୀତ ବସ୍ତ୍ର ବଣ୍ଟନ ର କାର୍ଯ୍ୟକ୍ରମ ରହିଛି l ପରେ ଏକ ବିଶାଳ ରାଲିରେ ଆସିକା ଟାଉନ ହଲ ପଡିଆ ଠାରେ ପହଞ୍ଚି ଏକ କର୍ମୀ ସମ୍ମିଳନୀ କରିବାର ଆୟୋଜନ ରହିଛି l ଆଜିକାର ଏହି ପ୍ରସ୍ତୁତି ବୈଠକ ରେ ଆସିକା ବ୍ଲକ ସଭାପତି ରାଜେଶ ପଟ୍ଟନାୟକ,ଗଞ୍ଜାମ ଜୋନ ବି ଜେ ଡି ସଭାପତି ନଚିକେତା ସ୍ୱାଇଁ,ଏନ ଏ ସି ଉପାଧ୍ୟାକ୍ଷା, ବ୍ଲକ ଯୁବ ସଭାପତି ସନ୍ୟାସୀ ନାହାକ,ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟକାନ୍ତ ପରିଡା, ଆସିକା ଉତ୍କଳ ଆୟୁର୍ବେଦିକ ଫାର୍ମାସି ର ନିର୍ଦ୍ଦେଶକ ତାରିଣୀ ଦାଶ,ଜିତେନ୍ଦ୍ର ବିଷୋୟୀ,ବରିଷ୍ଠ ସମବାୟବିତ ନନ୍ଦ ବିଷୋୟୀ,ପୂର୍ବତନ ସରପଞ୍ଚ ସଞ୍ଜୟ ଜେନା, ଜିଲ୍ଲା ପରିଷଦ ସଦସ୍ୟ ବି. ମନୋଜ କୁମାର ଦୋରା,ଟୁଲୁ ଜେନା, ବିଜୟ ନାହାକ,ସଲୀଳା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା ,ସମସ୍ତ ସରପଞ୍ଚ , ସମିତିସଭ୍ୟ,ସଭ୍ୟା ବୃନ୍ଦ,ବିଜୁ ଜନତା ଦଳ ର ସମସ୍ତ ବରିଷ୍ଠ ନେତ୍ରୁମଣ୍ଡଳୀ ସମେତ ବିଜୁ ଜନତା ଦଳର ସମସ୍ତ ଅଗ୍ରଣୀ କର୍ମୀବୃନ୍ଦ,ବିଜୁ ପ୍ରେମୀ, ବୁଦ୍ଧିଜୀବି ଯୋଗ ଦେଇଥିଲେ l