You are currently viewing ଖଲ୍ଲିକୋଟ ପଂଚାୟତ ସମିତି ର 8 ମ ସାଧାରଣ ବୈଠକ, ମେଗା ପାନୀୟ ଜଳ ଓ ରାସ୍ତାଘାଟ ସମସ୍ୟା ଉପରେ ଫୋକସ ,
ଖଲ୍ଲିକୋଟ ପଂଚାୟତ ସମିତି ର 8 ମ ସାଧାରଣ ବୈଠକ, ମେଗା ପାନୀୟ ଜଳ ଓ ରାସ୍ତାଘାଟ ସମସ୍ୟା ଉପରେ ଫୋକସ ,

ଖଲ୍ଲିକୋଟ : 25/9 ଦୀର୍ଘ ଆଠ ମାସ ପରେ ଖଲ୍ଲିକୋଟ ବ୍ଲକ ର ସମିତି ଅଧକ୍ଷ ପଦବୀ ବିଜେପି ହାତକୁ ଗଲା ପରେ ବୁଧବାର ଦିନ ଖଲ୍ଲିକୋଟ ପଂଚାୟତ ସମିତି ର ଅଷ୍ଟମ ସାଧାରଣ ବୈଠକ ସମିତି ର ସଭାଗୃହ ରେ ନବ ନର୍ବାଚିତ ସମିତି ଅଧକ୍ଷା ଶ୍ରୀମତୀ କୁମାରୀ ଦାଶ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ବୈଠକ ରେ ସ୍ଥାନୀୟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ଆସିକା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ସମସ୍ତ ସରପଞ୍ଚ ମାନେ ଦଳଗତ ବିବିଦ୍ଧତା ଭୁଲି ବ୍ଲକ ବିକାଶ କୁ ଶୃଙ୍ଖଳତା ର ସହ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ |ସବୁ କ୍ଷେତ୍ର ରେ ବ୍ଲକ ବିକାଶ କରିବା ପାଇଁ ପି ଆର ଆଇ ସଭ୍ୟ ମାନଙ୍କ ସହଯୋଗ କାମନା କରିଥିଲେ | ବୈଠକ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ବ୍ଲକ ଉଆପଧ୍ୟକ୍ଷା ଭାରତୀ ମହାରଣା ଓ ସହକାରୀ ଯନ୍ତ୍ରୀ ହରି କୃଷ୍ଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ | ଆଲୋଚନା ରେ ଅଂଶ ଗ୍ରହଣ କରି କହେଁଇପୁର ସରପଞ୍ଚ ପ୍ରକାଶ ଶାସମଲ ତାଙ୍କ ପଂଚାୟତ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ମରୁଡି ସାଙ୍ଗକୁ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଅଭାବ ନେଇ ଅଭିଯୋଗ କରିଥିଲେ |

ସେହିପରି ବ୍ଲକ ରେ ଲଙ୍ଗଳେଶ୍ୱର ଠାରୁ ଘୋଡାପଡା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ ରେ ବ୍ୟାପକ ନିମ୍ନ ମ|ନର ନିର୍ମାଣ କାର୍ଯ୍ୟ ଚାଲିଥିବା ଲଙ୍ଗଳେଶ୍ୱର ପଂଚାୟତ ସରପଞ୍ଚ ରମେଶ ସାହୁ ଅଭିଯୋଗ ଆଣିଥିବା ବେଳେ ମାଣିକ୍ୟପୁର ସରପଞ୍ଚ ଉଦୟନାଥ ବାରିକ ତାଙ୍କ ପଂଚାୟତ ର ମୁଖ୍ୟ ରାସ୍ତା ଖରାପ ହୋଇ ପୋଖରୀ ସୃଷ୍ଟି ହୋଇ ଲୋକେ ମାଛ ଛାଡିଲେନି ବୋଲି ପ୍ରକାଶ କରିଥିଲେ |ବିକ୍ରମପୁର ସରପଞ୍ଚ ପ୍ରସନ୍ନ କୁମାର ଆଚାର୍ଯ୍ୟ 16 ନମ୍ବର ଜାତୀୟ ରାଜପଥ ଠାରୁ ବିକ୍ରମପୁର ରାସ୍ତା ଶୋଚନୀୟ ହେବା ଓ ମରାମତୀ ନାମରେ ହରିଲୁଟ ହେଉଥିବା ଅଭିଯୋଗ କରିଥିଲେ |ସର୍ବୋପରି ଖଲ୍ଲିକୋଟ – ଶାଳିଆ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନଥିବା ବୈଠକ ଉଦବେଗ ପ୍ରକାଶ ପାଇଥିଲା |ସାବୁଲିଆ, କନକା ଓ ବାଦ ପଲ୍ଲୀ ସରପଞ୍ଚ ନିର୍ମଳା ଶବର ଓ ବାଗଲପୁର ସରପଞ୍ଚ ଗଣେଶ ସାହୁ ସମେତ ବିକ୍ରମପୁର ସରପଞ୍ଚ ପ୍ରମୁଖ ବହୁ ସରପଞ୍ଚ ଓ ସମିତି ସଭ୍ୟ ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ସମୟ ଘୁଂଚି ଘୁଂଚି ଯିବା ନେଇ ସମସ୍ତ ପି ଆର ଆଇ ସଭ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ | ସେହିପରି ଖଲ୍ଲିକୋର ବ୍ଲକ ରେ 281 ଗୋଟି ଅଙ୍ଗନବାଡି କେନ୍ଦ୍ର ଥିବା ବେଳେ ପାଖାପାଖି ଶହେ କେନ୍ଦ୍ର ର ନିଜସ୍ୱ କୋଠା ନାହିଁ |ଏଣେ ଆଠ ଗୋଟି ଅଙ୍ଗନବାଡି କୋଠା ପୂର୍ଣ୍ଣାଙ୍ଗ ହୋଇଥିବା ବେଳେ ଠିକାଦାର ମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳିନଥିବାରୁ ଏହି କୋଠା ଗୁଡିକ ହସ୍ତାନ୍ତର ହୋଇ ପାରିନି ବୋଲି ଭାରପ୍ରାପ୍ତ ଶିଶୁ ବିକାଶ ଅଧିକାରୀ ସୂଚନା ପ୍ରଦାନ କରିଥିଲେ |ତେବେ ବାଦ ପଲ୍ଲୀ ପଂଚାୟତ ର ଛକାସିଙ୍ଗି ଅଙ୍ଗନବାଡି କେନ୍ଦ୍ର ଦୀର୍ଘ ଦିନ ହେଲା ବନ୍ଦ ଥିବା ବେଳେ ହିତାଧିକାରୀ ମାନେ ସମସ୍ତ ସୁବିଧା ରୁ ବଂଚିତ ହୋଇଥିବା ସରପଞ୍ଚ ନିର୍ମଳା ଶବର ବୈଠକ ରେ ଦୃଷ୍ଟି ଆକର୍ଷଣ କରିଥିଲେ |ଖଲ୍ଲିକୋଟ ବ୍ଲକ ରେ 98 ହଜାର ଚାଷ ଜମି ପ୍ଲଟ ଥିବା ବେଳେ ପ୍ରାୟ 83 ହଜାର ପ୍ଲଟ ଡିଜିଟାଲ ସର୍ଭେ ଆସିଲାଣି ଓ ଏଣିକି ଚାଷୀ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବ୍ଲକ କୃଷି ଅଧିକାରୀ ସୂଚନା ଦେଇଥିଲେ |ଜଙ୍ଗଲ ବିଭାଗ ଅଧିକାରୀ ଦିବ୍ୟ ଶଙ୍କର ବେହେରା ବୈଠକ ରେ ଯୋଗ ଦେଇ ଖଲ୍ଲିକୋଟ ବ୍ଲକ ଅଧୀନରେ ମହିଳା ଗୋଷ୍ଟି ଙ୍କ ଦ୍ୱାରା 85 ହଜାର ଚରା ଓ ବିଭିନ୍ନ ଅନୁଷ୍ଠାନ କୁ 15 ହଜାର ଚରା ବଣ୍ଟନ ହୋଇଥିବା ବେଳେ ବଜ୍ରପାତ ନିରୋଧ ପାଇଁ 8 ହଜାର ଚ|ରା ଲଗାଯାଇଛି |ଅନ୍ୟାନ୍ୟ ଆଲୋଚନା ରେ ଶିକ୍ଷା ସ୍ୱାସ୍ଥ୍ୟ, ଉଦ୍ୟାନ କୃଷି,, ମାଛ, ପଶୁପାଳନ, ଜଳସେଚନ, ପୂର୍ତ୍ତ ଗ୍ରାମ୍ୟ ଉନ୍ନୟନ ମୁତ୍ରିକା ସଂରକ୍ଷଣ ବିଷୟ ରେ ଆଲୋଚନା ହୋଇଥିଲା |ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧକ୍ଷ ପ୍ରଦୀପ କୁମାର ଗନ୍ତାୟତ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସଦ୍ୟ ସ୍ମାନ ପଣ୍ଡା ପ୍ରମୁଖ ଲାଇନ ଅଫିସର ଙ୍କ ଯୋଗ ଦେଇଥିବା ବେଳେ ଉଦ୍ୟାନ କୃଷି ବିଭାଗ ଅଧୀନ ରେ ଖଲ୍ଲିକୋଟ ବ୍ଲକ ରେ 25 ହେକ୍ଟର ଆଳୁ ଚାଷ ହେବ ବୋଲି ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ଦାନପୁର ସମିତି ସଭ୍ୟ ତଥା ଖଲ୍ଲିକୋଟ ବ୍ଲକ ପ୍ରାକ୍ତନ ସମିତି ଅଧକ୍ଷ ଦୈତାରୀ ବେହେରା, ସରପଞ୍ଚ ସଂଘ ସଭାପତି ମନୋଜ ସଦଠି, କୈରସୀ ସମିତି ସଭ୍ୟ ବାନାମ୍ବର ସ୍ୱାଇଁ, କେଶପୁର ସରପଞ୍ଚ ବିଚିତ୍ର ଜାଲ୍ଲୀ ଓ ମଥୁରା ସରପଞ୍ଚ ମେହେମ୍ମତ ସେଠୀ ପ୍ରମୁଖ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |ସଭା କକ୍ଷ ବାହାରେ ବିଜେପି କର୍ମୀ ମାନଙ୍କ ଭିଡ଼ ଜମିବା ସହ ଭୋଜିଭାତ ରେ ମସଗୁଲ ଥିବା ଦେଖିବାକୁ ମିଳିଥିଲା

(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )