You are currently viewing ନିର୍ବାଚନ ପୂର୍ବରୁ ଖଲ୍ଲିକୋଟ ବିଜେଡ଼ି ରେ ଗୋଷ୍ଠୀ କନ୍ଦଳ ତେଜିଲା :ବିଧାୟିକା ହଟାଓ ଖଲ୍ଲିକୋଟ ବଞ୍ଚାଓ ଦାବି ରେ ବିଜେଡ଼ି ନେତା କର୍ମୀଙ୍କ ନବୀନ ନିବାସ ଚାଲ ଅଭିଯାନ
ନିର୍ବାଚନ ପୂର୍ବରୁ ଖଲ୍ଲିକୋଟ ବିଜେଡ଼ି ରେ ଗୋଷ୍ଠୀ କନ୍ଦଳ ତେଜିଲା :ବିଧାୟିକା ହଟାଓ ଖଲ୍ଲିକୋଟ ବଞ୍ଚାଓ ଦାବି ରେ ବିଜେଡ଼ି ନେତା କର୍ମୀଙ୍କ ନବୀନ ନିବାସ ଚାଲ ଅଭିଯାନ

ଖଲ୍ଲିକୋଟ ;29/2 ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ଗୋଷ୍ଠୀ କନ୍ଦଳ ତୀବ୍ର ହେଉଥିବା ବେଳେ ଆସନ୍ତୁଷ୍ଟ ନେତା ଓ କର୍ମୀ ମାନେ ଖଲ୍ଲିକୋଟ ବିଧାୟିକା ଙ୍କୁ ହଟାଇବା ପାଇଁ ଲାଗିପଡ଼ିଥିବା ଦେଖିବାକୁ ମିଳିଛି | ବିଧାୟିକାଙ୍କ କାର୍ଯ୍ୟକଳାପ ଉପରେ ଅସୁଖୀ ଓ ସୁଜ୍ଞାନ ସମର୍ଥକ ଙ୍କୁ ଅବହେଳା ପ୍ରତିବାଦ ରେ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୁଷୋତ୍ତମପୁର ଓ ଖଲ୍ଲିକୋଟ ବ୍ଲକ ର ଛାମୁଆ ନେତା କର୍ମୀ ମାନେ ଖୋଲା ଖୋଲି ଭାବେ ବିଧାୟିକା ଙ୍କୁ ବିରୋଧ କରି ଗୁରୁବାର ଦିନ ନିର୍ବାଚନ ମଣ୍ଡଳୀ ର

ଶତାଧିକ କର୍ମୀ “ବିଧାୟିକା ହଟାଓ ଖଲ୍ଲିକୋଟ ବଞ୍ଚାଓ ଓ ଜୟ ନବୀନ ଜୟ ରାଣୀମା “ଡାକରା ଦେଇ ପୋଷ୍ଟର ଓ ବ୍ୟାନର ମାରି ଖଲ୍ଲିକୋଟ ସ୍ଥିତ ଗୁରାପଲି ଠାରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିବା ଦେଖିବାକୁ ମିଳିଛି |ଭୁବନେଶ୍ୱର ଠାରେ ନବୀନ ନିବାସ ଓ ଶଙ୍ଖ ଭବନ ରେ ପହଂଚି ବିଜେଡ଼ି ସୁପ୍ରିମୋ ନବୀନ ପଟନାୟକ ଓ 5 ଟି ଅଧକ୍ଷ ଭି କେ ପାଣ୍ଡିଆନ ଓ ଗଞ୍ଜାମ ଜିଲ୍ଲା ର ମନ୍ତ୍ରୀ ଓ ବିଜେଡ଼ି ନେତା ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି |.

ଉକ୍ତ ବିଧାୟିକା ହଟାଓ ଅଭିଯାନ ରେ ବରିଷ୍ଠ ବିଜେଡ଼ି ନେତା ତଥା ଖଲ୍ଲିକୋଟ ବ୍ଲକ ର ପୂର୍ବତନ ସମିତି ଅଧକ୍ଷ ଡ଼ି ରାଧାଶ୍ୟାମ ଦୋରା, ବରିଷ୍ଠ ବିଜେଡ଼ି ନେତ୍ରୀ ବୀଣାପାଣି ପାଣିଗ୍ରାହୀ,ରାଜ୍ୟ ଉଚ୍ଚ ନ୍ୟାୟଳୟ ର ଅ|ଇନଜୀବୀ ତାପସ ଆଚାର୍ଯ୍ୟ, ବ୍ଲକ ଆତ୍ମା ଅଧକ୍ଷ ବିମ୍ବାଧର ତ୍ରିପାଠୀ, ପୂର୍ବତନ ସରପଞ୍ଚ ଦୁର୍ଗା ମଲ୍ଲିକ, ସୁବଳ ସାହୁ, ମନୋଜ କୁମାର ପ୍ରଧାନ, ସକଳେଶ୍ୱର ଦାସ, ଯୁବ ନେତା ନିରଞ୍ଜନ ନାୟକ, ଯୁବ ବିଜେଡ଼ି ନେତା ନାରାୟଣ ପାଢ଼ୀ ଓ ଆଇନଜୀବୀ କୃଷ୍ଣ ଚନ୍ଦ୍ର ସାହୁ, ଛାତ୍ର ନେତା ବିଭୁ ପଟ୍ଟନାୟକ ପୁରୁଷୋତ୍ତମପୁର ବ୍ଲକ ର ଜିଲ୍ଲା ବିଜେଡ଼ି ସମ୍ପାଦକ ଦିଗାମ୍ବର ପାଣିଗ୍ରାହୀ, ଭାସ୍କର ବେହେରା, ରବି ବେହେରା, ସରପଞ୍ଚ ଭାସ୍କର ଦୋରା, ଯମୁନି ସରପଞ୍ଚ ସମେତ ପୁରୁଷୋତ୍ତମପୁର ଏନ ଏ ସି ର 8 ଜଣ

କାଉନସିଲର ସମେତ 20 ଗୋଟି ବୋଲର ରେ ଆସି ବିଧୟିକା ହଟାଓ ଅଭିଯାନ ରେ ସାମିଲ ହୋଇଥିବା ଜଣାପଡିଛି | ପ୍ରକାଶ ଥାଉକି ଖଲ୍ଲିକୋଟ ସଂରକ୍ଷିତ ବିଧାନସଭା ଆସନ ଟିକେଟ ପାଇଁ ବର୍ତମାନ ବିଧ|ୟିକା ସୂର୍ଯ୍ୟମଣି ବୈଦ୍ୟ ଓ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା ଙ୍କ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା ବେଳେ ଜଣେ ପୂର୍ବତନ ବିଧାୟକ ବିଜେଡ଼ି ଉପରେ ଖପ୍ପା ହୋଇ ବିଜେପି ରେ ମିଶି ପାର୍ଥି ହେବା ପାଇଁ ଗୋଡ ଟେକି ବସିଥିବା ସ୍ଥାନୀୟ ବିଜେଡ଼ି ରାଜନୀତି କୁ ସରଗରମ କରିଛି |ବିନା ସୁଜ୍ଞାନ ରେ ରାଜ୍ୟ ବିଜେଡ଼ି ଖଲ୍ଲିକୋଟ ବିଧାନସଭା ଆସନ ନେଇ କି ରାଜନୈତିକ କୌଶଳ ଆପଣେଇବ ତାହା ଦେଖିବାକୁ ବାକି ରହିଲା
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )