ଚିକିଟୀ — ଏହି ବ୍ଲକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପ୍ରେସ କ୍ଲବ ର ୫୨ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବୈଠକ ରେ ସର୍ବସମ୍ମତି କ୍ରମେ ଚୟନ ହୋଇଥିବା ସଭ୍ୟ ମାନଙ୍କୁ ଆଜି କାର୍ଯ୍ୟକାରୀ ସଭାପତି ମହାପାତ୍ର ବାବୁ ସେମାନଙ୍କୁ ସେମାନଙ୍କ ଦାୟିତ୍ଵ ତୁଲାଇବା ସହ ସଙ୍ଘର ସୁପରିଚାଳନା ଏବଂ ସାମ୍ବାଦିକତାର ପରିଚୟ ଓ କର୍ତ୍ତବ୍ୟ ଉପରେ କିଛି ମୂଲ୍ୟବାନ ଟିପ୍ପଣୀ ଦେଇଥିଲେ। ଆଜିଠାରୁ ସଙ୍ଘର ଦାୟିତ୍ଵ ତୁଲାଇବା ସକାଶେ ପୂର୍ବରୁ ନିଷ୍ପତ୍ତି ହୋଇଥିବା ଉପଦେଷ୍ଟା ଭାବେ ନଳିନୀ କାନ୍ତ ପଟ୍ଟନାୟକ, ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଉପ ସଭାପତି ଅକ୍ଷୟ କୁମାର ସାହୁ, ସମ୍ପାଦକ ତ୍ରିପତି ସାହୁ, ସହ ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ନିଳାଦ୍ରୀ ବିହାରୀ ନାୟକ ଏବଂ ସହ କୋଷାଧ୍ୟକ୍ଷ ରବୀନ୍ଦ୍ର ବାଡତ୍ୟାଙ୍କୁ ଚୟନ କରାଯାଇଥିଲା। ଉକ୍ତ ବୈଠକରେ ସଭାପତି ଓ ସମ୍ପାଦକ ଉଭୟେ ସଙ୍ଘକୁ ଶଧୃଢ଼ କରିବା ନିମନ୍ତେ ବିଭିନ୍ନ ପ୍ରକାର ଟିପ୍ପଣୀ ଦେବା ସହ ଆଗାମୀ ଦିନରେ କଣ କଣ କାର୍ଯ୍ୟ କିପରି ଭାବେ କଲେ ନୂଆ କରି କାର୍ଯ୍ୟ କରୁଥିବା ସାମ୍ବାଦିକ ମାନଙ୍କ ପାଇଁ ସୁବିଧା ଓ ସହେଯାଗ ହୋଇପାରିବ ତାହା ଉପରେ କିଛି ମୂଲ୍ୟବାନ ତଥ୍ୟ ରଖିଥିଲେ। ଉକ୍ତ ବୈଠକରେ କୌଣସି ଜରୁରୀ କାଳୀନ କାରଣ ବଶତଃ ଉପଦେଷ୍ଟା ନଳିନୀ କାନ୍ତ ପଟ୍ଟନାୟକ ଓ ଈଶ୍ୱର ମହାରଣା ଅନୁପସ୍ଥିତ ଥିବା ବେଳେ ଆଲୁ ଜୟ ପ୍ରକାଶ,ଗଦାଧର ଶୁକ୍ଳା, ଅରୁଣ ଉଦୟ ସାହୁ ଓ ହରିଶ୍ଚନ୍ଦ୍ର ସେଠୀ ପ୍ରମୁଖ ଉପସ୍ଥିତ ରହି ସଫଳ କରିଥିଲେ।
