ଦିଗପହଣ୍ଡି , ୦୪/୧୨ -:- ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ର ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣ ନିକଟରେ ଥିବା ବଡ଼ ଖେମୁଣ୍ଡି ତାଲୁକା ଶୈଣ୍ଡିକ ସମାଜ ର ଏକ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏହି ସମ୍ମିଳନୀ ରେ ପୂର୍ବତନ ବାଚସ୍ପତିଙ୍କର ସୁପୁତ୍ର ତଥା ରାଜ୍ୟ ବିଜେଡି କାର୍ଯ୍ୟାକାରୀଣୀ ସଦସ୍ୟ ବିପ୍ଳବ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ସଭାପତି – ଶ୍ରୀଯୁକ୍ତ ସନ୍ତୋଷ ସାହୁ ସଭାପତିତ୍ବ ଗ୍ରହଣ କରିଥିଲେ ଜିଲ୍ଲାର ଶୈଣ୍ଡିକ ସମାଜ ର ସଭାପତି ନିରଞ୍ଜନ ସାହୁ , ନିର୍ମଳ ସାହୁ , ସଭା ମାଧ୍ୟମରେ ଜାତିର ଗାରିମା ସହ ସମସ୍ତଙ୍କ ମିଳିତ ଉଦ୍ୟମ ରେ ଆଜି ଜାତି ଅର୍ଥାତ୍ ଶୈଣ୍ଡି ଜାତି ଏକ ଶ୍ରେଷ୍ଠ ଜାତି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ଏହା ବ୍ୟତୀତ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଭୀମସେନ ସାହୁ, ବର୍ତ୍ତମାନର ସରପଞ୍ଚ ତଥା ଦିଗପହଣ୍ଡି ବ୍ଲକର ବିଜେଡି ର ଯୁବ ସଭାପତି ରଞ୍ଜନ କୁମାର ସାହୁ ଓ ସମାଜର ସମସ୍ତ କର୍ମକର୍ତ୍ତା ଯୋଗଦେଇଥିଲେ। ପରିଶେଷରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଳବ ପାତ୍ର ସମାଜରେ ଶିକ୍ଷାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ,

ଏକ ସଂବୃଦ୍ଧି, ସମାଜ ଗଠନ କରିବା ପାଇଁ ଶିକ୍ଷା ହିଁ ଏହାର ମାପକାଠି ବୋଲି ନିଜର ଅଭିଭାଷଣ ରଖିଥିଲେ। ପରିଶେଷରେ ପ୍ରସାଦ ସେବନ କରି ସଭାକୁ ସଙ୍ଗ କରାଯାଇଥିଲା।।
