You are currently viewing କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।
କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ।

ଆସିକା,୨୨/୨ (ଶକ୍ତି ପ୍ରସାଦ କର) ଆସିକା ରେ କଂଗ୍ରେସ ଦଳ ତାର ହୃତଗୌରବ ଫେରେଇ ଆଣିବାକୁ ଦଳ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଦେଇ ଗଞ୍ଜାମ ଜିଲ୍ଲା (ପଶ୍ଚିମ ) ସଭାପତି ରବୀନ୍ଦ୍ରନାଥ ଶର୍ମା ତାଙ୍କ ବାସ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ପୁରୁଣା କର୍ମୀ ଓ ନେତାଙ୍କୁ ଏକତ୍ରିତ କରି ତାଙ୍କୁ ଅଧିକ ସକ୍ରିୟ କରାଯିବା ସାଙ୍ଗକୁ ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି ମଜବୁତ କରିବାର ସମୟ ଆସିଯାଇଛି ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି।ଆୟୋଜିତ ସମ୍ମିଳନୀରେ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ବିଷୋୟୀ, ସମ୍ପାଦକ ଅଗସ୍ତି ବରାଡ଼ ପ୍ରମୁଖ ଉପସ୍ଥିତ ଥିଲେ l ଆଗାମୀ ନିର୍ବାଚନ ରେ ତୃଣମୂଳ ସ୍ତରରେ ଦଳ ପାଇଁ କାର୍ଯ୍ୟକରୁଥିବା ବ୍ୟକ୍ତି ବିଶେଷଙ୍କ ନାମ ସର୍ବ ଭାରତୀୟ ଜାତୀୟ କଂଗ୍ରେସ କୁ ପ୍ରେରଣ କରାଯିବ l ଏ ଆଇ ସି ସି ର ନିଷ୍ପତିକୁ ଦଳର ନେତୃତ୍ୱ ନେଉଥିବା ନେତା ମାନେ କାର୍ଯ୍ୟକରିବେ l ଦଳର ହାଇକମାଣ୍ଡ ନିଷ୍ପତି ବିରୁଦ୍ଧରେ ଯେଉଁ କର୍ମୀ କାମ କରିବ ତା ଉପରେ ଦଳ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି l ସେ ସଭାପତି ଦାୟିତ୍ୱ ନେବା ପରେ ଆସିକା, ହିଞ୍ଜିଳି କାଟୁ, ସାନଖେମୁଣ୍ଡି, ସୋରଡ଼ା, ଭଞ୍ଜନଗର, କବିସୂର୍ଯ୍ୟନଗର, କୋଦଳା, ପୋଲସରା ଭଳି ଆଠଟି ବିଧାନସଭା ନିର୍ବାଚନ ମଣ୍ଡଳୀ ର ଅନେକ ପୁରୁଖା ନେତା, କର୍ମୀ, ଶିକ୍ଷାବିତ, ବୁଦ୍ଧିଜୀବୀ, ମାନଙ୍କ ସହ ଆଲୋଚନା କରିଛନ୍ତି l କଂଗ୍ରେସ ଦଳ କିଭଳି ସୁଦୃଢ ହେବ ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ଯୁବ କଂଗ୍ରେସ, ବ୍ଳକ କଂଗ୍ରେସ, ନଗର କଂଗ୍ରେସ ମାନଙ୍କୁ ସଂଗଠିତ କରି ଦଳ କୁ ପୁରୁଣା ସ୍ଥିତିକୁ ଫେରାଇ ଆଣିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି l