ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଗୁରୁବାର ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର – ମଧୁବନ ଗ୍ରାମରେ ରହିଥିବା ଲୋକନାଥେଶ୍ବର ଶୈବପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନିର୍ବାଚନ ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିସହ ସ୍ଥାନୀୟ ପଞ୍ଚାୟତରେ ଦାୟିତ୍ଵ ଗ୍ରହଣ କରିବାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଓ ବିଜୁ ଯୁବ ଛାତ୍ର ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ମନୋରଞ୍ଜନ ଗୌଡ ଓ ପଞ୍ଚାୟତ ମିଶନ ଶକ୍ତି ସଂଯୋଜନା ଏବଂ ଦିଗପହଣ୍ଡିି ବ୍ଳକ ମହିଳା ବିଜେଡ଼ି ସଭାନେତ୍ରୀ ଉମା ମାହେଶ୍ୱରୀ ସେଠୀଙ୍କ ସଭାପତିତ୍ବରେ ନିର୍ବାଚନ ମଣ୍ଡଳୀର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଏହି ବିଶାଳ ସମାବେଶରେ ସାମିଲ ହୋଇଥିଲେ ।

ଏହି ସମାବେଶରେ ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ମହିଳାମାନଙ୍କୁ ଅଗ୍ରାଧିକାର ଓ ସ୍ବାବଲମ୍ବୀ କରିବା ସକାଶେ ଯେଉଁ ଉଦ୍ୟମ ଜାରି ରଖିଛନ୍ତି ତାହାକୁ ଖୁବ୍ ପ୍ରଶଂସା କରିବା ସହ କାର୍ଯ୍ୟକ୍ରମର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି କୁକୁଡାଖଣ୍ଡି ବ୍ଳକ ମହିଳା ବିଜେଡ଼ି ସଭାପତି ନିରୁପମା ପାତ୍ର , କୁକୁଡ଼ଖଣ୍ଡି ବ୍ଳକ ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର , ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ଜିଲ୍ଲା ସମ୍ପାଦିକା ପ୍ରିୟମ୍ବଦା ପାଢୀ , ନମିତା ପାତ୍ର , ସାଂସଦ ପ୍ରତିନିଧି ନିରୂପମା ପଟ୍ଟନାୟକ , ନଗର ମହିଳା ବିଜେଡ଼ି ସଭାପତି ଅନିତା ବେହେରା , ଜିଲ୍ଲା ମହିଳା ଡିଜିଟାଲ ସଂପାଦିକା ରଶ୍ମିତା କୁମାରୀ ପ୍ରଧାନ ଯୋଗଦେଇ ମହିଳା ସଶକ୍ତିକରଣ ପାଇଁ ବିଜେଡ଼ି ଦଳ ତଥା ନବୀନ ପଟ୍ଟନାୟକ ସରକାରଙ୍କ ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ କୁକୁଡ଼ାଖଣ୍ଡି ବ୍ଲକ ସରପଞ୍ଚ କାମିନୀ ନାୟକ , ଖମ୍ବାରୀ ଗାଁ ସରପଞ୍ଚ ଜୟଲକ୍ଷ୍ମୀ ଗୌଡ, ଗୀତାଞ୍ଜଳି ଜାନୀ , ଗାୟତ୍ରୀ ବ୍ରହ୍ମା , ପ୍ରିୟଙ୍କା ନାୟକ , ସମିତି ସଭ୍ୟ କାମିନୀ ପ୍ରଧାନ, ଶୈଳ ବେହେରାଙ୍କ ସମେତ ବହୁ ମହିଳା ଯୋଗ ଦେଇଥିଲେ । ଏହାପରେ ଦିଗପହଣ୍ଡି ବ୍ଳକର ପଞ୍ଚାୟତ ନିର୍ବାଚନ ହେବାପରେ ନିର୍ବାଚିତ ସରପଞ୍ଚ କାର୍ଯ୍ୟାଳୟରେ ଦାୟିତ୍ଵ ଗ୍ରହଣ କରିବାର ଆଜିକୁ ଏକ ବର୍ଷ ପୂର୍ତ୍ତି ହୋଇଥିଲା । ଯାହାଫଳରେ ଆଜି ସରପଞ୍ଚ ଶ୍ରୀ ଗୈାଡଙ୍କ ନେତୃତ୍ୱରେ ଏବଂ ପଞ୍ଚାୟତ ବାସୀଙ୍କ ସହଯୋଗ କ୍ରମେ ଓ ପଲ୍ଲବୀ ରାଣୀ ଗୌଡଙ୍କ ସଂଯୋଜନାରେ ଆୟୋଜିତ ରକ୍ତଦାନ ଶିବିରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ସୁବାଷ ମହାରଣା , ଜିଲ୍ଲା ଉପସଭାପତି କ୍ରୀଷ୍ଣାରାଓ ସୁବୁଦ୍ଧି , ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପ୍ରଧାନ , ଯୁବ ବିଜେଡ଼ି ସଭାପତି ରଞ୍ଜନ ସାହୁ , ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଚିତ୍ରସେନ ଗୌଡ , ସରପଞ୍ଚ ପ୍ରତିନିଧି ଆଦିତ୍ୟ ସାହୁ , ସନ୍ତୋଷ ଦୋରା , ଜିଲ୍ଲା ପରିଷଦ ରାଧାକାନ୍ତ ମହାଙ୍କୁଡ , ପୂର୍ବତନ ଜିଲ୍ଲା ପରିଷଦ କୃଷ୍ଣଚନ୍ଦ୍ର ସେଠୀ , ନକୁଳ ପ୍ରଧାନ , ରାମେଶ୍ବର ପାଣିଗ୍ରାହୀ , ସମୀର ବେହେରା , ତ୍ରିପତୀ ପ୍ରଧାନ ସମାଜସେବୀ ଉମାକାନ୍ତ ସାହୁ ଉପସ୍ଥିତ ରହିଥିଲେ । ଏଥିରେ ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମକର୍ତ୍ତାଙ୍କ ସହାୟତାରେ ୩୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଯୁବଗୋଷ୍ଠୀ , ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ । ରିପୋର୍ଟ: କିରଣ କୁମାର ବେହେରା
