You are currently viewing ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ – ପୃଥ୍ବୀରାଜ ହରିଚନ୍ଦନ
ଚିଲିକା ହ୍ରଦରେ ଥିବା କାଙ୍କଣଶିଖରୀ ପାଇବ ନୂଆ ରୂପ – ପୃଥ୍ବୀରାଜ ହରିଚନ୍ଦନ

ଚିଲିକା : ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବ୍ଲକ ସାନ ନଈରୀ ନିକଟସ୍ଥ ପ୍ରସିଦ୍ଧ ଲୀଳାକ୍ଷେତ୍ର କାଙ୍କଣଶିଖରୀ ପାଇବ ନୂଆ ରୂପ। ପ୍ରାଚୀନ ଯୁଗରେ ପ୍ରଭୁ ଶ୍ରୀମନ୍ଦିର ଛାଡି ଏହି ସ୍ଥାନରେ ଲୁଚି ରହିଥିଲେ। ଫଳରେ ଏହାକୁ ଏକ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ଏ ନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗୁରୁବାର ଦିନ ଏହି ସ୍ଥାନ ପରିଦର୍ଶନ କରିଛନ୍ତି। ଏହାର ଚତୁଃପାର୍ଶ୍ୱର ବିକାଶ, ସୌନ୍ଦର୍ଯ୍ୟକରଣ ଏବଂ ଭକ୍ତମାନଙ୍କ ପାଇଁ ଉନ୍ନତ ସୁବିଧା ସମ୍ପର୍କରେ CSR ସହଯୋଗୀ ସଂସ୍ଥାଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଏହି ପବିତ୍ର ଐତିହ୍ୟସମ୍ପନ୍ନ କ୍ଷେତ୍ରର ସାମଗ୍ରିକ ବିକାଶ ମାଧ୍ୟମରେ ଧାର୍ମିକ ପର୍ଯ୍ୟଟନର ପ୍ରସାର ସହ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ଉନ୍ନତିକୁ ମଧ୍ୟ ନୂତନ ଦିଗ ମିଳିବ ବୋଲି ଆଶା କରାଯାଉଛି।