You are currently viewing ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ବିଜେପି ର ପ୍ରେସ ମିଟ ।
ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପୂର୍ବରୁ ବିଜେପି ର ପ୍ରେସ ମିଟ ।

କବିସୂର୍ଯ୍ୟନଗର :ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଗସ୍ତରେ ଆସୁଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଦଶ ପ୍ରଶ୍ନ ପଚାରିଛି କବିସୂର୍ଯ୍ୟନଗର ବିଜେପି । ବିଭିନ୍ନ ଫଳକ ଉନ୍ମୋଚନରେ ସୀମିତ ଥିବା ମୁଖ୍ୟମନ୍ତ୍ରୀ ଲୋକଙ୍କ ପ୍ରକୃତ ସମସ୍ଯା କଣ ଅଛି ତାକୁ ଦୃଷ୍ଟି ନଦେଇ କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଗ୍ରସ୍ତକୁ ନେଇ ବର୍ଷୀଛି ବିଜେପି | ମୁଖ୍ୟମନ୍ତ୍ରୀ ଙ୍କ ମିଛି ମିଛିକା ନିର୍ବାଚନୀ ଖେଳକୁ ଲୋକେ ବୁଝି ସାରିଲେଣି ତେଣୁ ଆଗାମୀ ନିର୍ବାଚନରେ କବିସୂର୍ଯ୍ୟନଗର ର ଜନସାଧାରଣ ବିଜେଡି କୁ ସଠିକ ଜବାବ ଦେବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଶ୍ରୀ ନାୟକ | ବିପର୍ଯସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ କେବେ ଦୃଷ୍ଟି ଦେବେ ବୋଲି ମଧ୍ୟ ସିଧା ସଳଖ ପ୍ରଶ୍ନ ପଚାରିବା ସହିତ ଚାଷୀ ଙ୍କ ବିଭିନ୍ନ ସମସ୍ୟାକୁ ନେଇ ମଧ୍ୟ ପ୍ରଶ୍ନ ପଚାରିଛନ୍ତି ଶ୍ରୀ ନାୟକ | ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏହି ଲୋକ ଦେଖାଣିଆ ଏଵଂ ବ୍ୟୟ ବହୁଳ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହାକୁ କଠୋର ସମାଲୋଚନା କରିଛନ୍ତି ବିଜେପି ନେତା | ଯଦି ଲୋକଙ୍କ ମୌଳିକ ସମସ୍ୟା ପ୍ରତି ମୁଖ୍ୟମନ୍ତ୍ରୀ ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଗଞ୍ଜାମ ଗ୍ରସ୍ତ ସମୟରେ ବିଜେପି ପକ୍ଷରୁ କଳା କପଡା ଦେଖାଇ ପ୍ରତିବାଦ କରାଯିବ ବୋଲି ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପରିଷଦ ସଦସ୍ୟ ପ୍ରତାପ ନାୟକ |

ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ମୀରା ଦେଓ,କବିସୂର୍ଯ୍ୟନଗର ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ କଳ୍ପନା ମାଝୀ,ଅଚ୍ୟୁତ ସାହୁ,ବିଭୂନନ୍ଦ ମହାପାତ୍ର,ଅର୍ଜୁନ ମାଝୀ,ସୂର୍ଯ୍ୟାଂଶୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।