You are currently viewing ଗୋପବନ୍ଧୁ ଙ୍କ ୯୫ତମ ଶ୍ରାଦ୍ଧ ଦିବସରେ ପୁଷ୍ପମାଲ୍ୟାର୍ପଣ ଅର୍ପଣ ।
ଗୋପବନ୍ଧୁ ଙ୍କ ୯୫ତମ ଶ୍ରାଦ୍ଧ ଦିବସରେ ପୁଷ୍ପମାଲ୍ୟାର୍ପଣ ଅର୍ପଣ ।

ସାନଖେମୁଣ୍ଡି୧୮/୬ -:- ମହାନ୍ ଦେଶଭକ୍ତ ଓ ମାନବପ୍ରେମି ସେବା ଓତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୫ତମ ଶ୍ରାଦ୍ଧବାର୍ଷିକୀପାଳନ ଅବସରରେ ଆଜି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତ ଗୋପବନ୍ଧୁ ନଗରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀ ତଥା ତାଳଚେର ଉପ ଜିଲ୍ଲାପାଳ ଗାୟତ୍ରୀ ଦତ୍ତ ନାୟକ ସରପଞ୍ଚ ବର୍ଷା ସେଠୀ, ସମିତି ସଭ୍ୟା ମାଧବୀ ସ୍ୱାଇଁ ମହାନ୍ ଦେଶ ଭକ୍ତ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟଅର୍ପଣ କରିଥିଲେ । ୧୯୯୦ ମସିହାରେ ଅଚାନକ ପ୍ରଳୟଙ୍କାରୀ ବନ୍ୟା ମାଡ଼ିଆସି ଧୋଇନେଇଗଲା ଧନଜୀବନ। ସେହି ସମୟରେ ସାହାର୍ଯ୍ୟ ସହଯୋଗର ହାତବଢ଼ାଇଥିଲା ମହାନ୍ ପୁରୁଷ ଙ୍କ ଲୋକସେବକ ମଣ୍ଡଳ ଅନୁଷ୍ଠାନ ପକ୍ଷରୁ ବେସାହାରା ପରିବାରଙ୍କୁ ଅକୁଣ୍ଠିତ ଆର୍ଥିକ ସାହାର୍ଯ୍ୟ କରାଯାଇଥିଲା । ପ୍ରଳୟଙ୍କାରୀ ବନ୍ୟା ଜଳ ବିଭୀଷିକା ରେ ଦାରୁଣ ଦୁଃଖ ସର୍ବହରା ହୋଇଯାଇଥିବା ଲୋକଙ୍କୁ ଲୋକସେବକ ମଣ୍ଡଳ ପକ୍ଷରୁ ସହାୟତା ର ହାତ ବଢ଼ାଇଥିଲେ ଆଜି ସେହି ମହାପୁରୁଷ ଙ୍କୁ ଭକ୍ତିପୂତ ପ୍ରଣାମ ପୁଷ୍ପମାଲ୍ୟଅର୍ପଣ କରି ଆଦର୍ଶ ନିଷ୍ଠାପର ସେବାକୁ ଜୀବନର ବ୍ରତ ଭାବେ ନିଜକୁ ଉଚ୍ଛର୍ଗ କରିଥିବା ମହାନ୍ ପୁରୁଷ ଙ୍କୁଏହି ମାଟି କୁ ନଗରବାସୀ ମନେପକାଇବା ସହ ନିଜକୁ ଧନ୍ୟ ମନେକରୁଛି ବୋଲି ଅଧ୍ୟକ୍ଷ କହିଥିଲେ। ଏହି ଅବସରର ସାନଖେମୁଣ୍ଡି ସମାଜ ପ୍ରତିନିଧି ପଦ୍ମ ଲୋଚନ ପାଣିଗ୍ରାହୀ, ସରପଞ୍ଚ ପ୍ରତିନିଧି ପିଣ୍ଟୁ ସେଠୀ, ସମିତି ସଭ୍ୟା ପ୍ରତିନିଧି ଶରତ କୁମାର ସ୍ବାଇଁ, ଜିଲ୍ଲାପରିଷଦ ପ୍ରତିନିଧିବ୍ଲକ ଅଧ୍ୟକ୍ଷା ପ୍ରତିନିଧି ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ସଭ୍ୟା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜକୁ ଧନ୍ୟମଣିଥିଲେ।ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ ସେଠୀ, ସିମାଞ୍ଚଳ ସାହୁ , ଅଭିମନ୍ୟୁ ସାହୁ,ଶିବ ସେଠୀ, ରତ୍ନାକର ସାହୁ, ବଇଁଶୀ ସେଠୀ, କସ୍ତୁରୀ ସେଠୀ, ସଞ୍ଜୁ ସେଠୀ,ଗୀତା ବେହେରା, ବଙ୍ଗାଳୀ ବେହେରା,ବି ସୁବାସିଦୋରା ପ୍ରମୁଖ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।