You are currently viewing ପଞ୍ଚକୁରେ କୀର୍ତ୍ତନ ଭଜନ ଜଣାଣରେଭକ୍ତିପୂର୍ଣ୍ଣ ଭାବରେ ଭିଜିଲେ ହବିଷାଳୀ
ପଞ୍ଚକୁରେ କୀର୍ତ୍ତନ ଭଜନ ଜଣାଣରେଭକ୍ତିପୂର୍ଣ୍ଣ ଭାବରେ ଭିଜିଲେ ହବିଷାଳୀ

ପୁରୀ,୪/୧୧ -ଭଗବାନ ବିଷ୍ଣୁଙ୍କର ସବୁଠାରୁ ପ୍ରିୟମାସ କାର୍ତ୍ତିକ ।ଧର୍ମମାସ କାର୍ତ୍ତିକରେ ଶ୍ରୀକ୍ଷେତ୍ର ଆହୁରି ଭକ୍ତିମୟ ହୋଇଉଠିଛି ।କାର୍ତ୍ତିକ ମାସର ଶେଷ ପାଞ୍ଚଦିନର ମହତ୍ତ୍ବ ସର୍ବାଧିକ । ଚଳିତବର୍ଷ ପଞ୍ଚୁକ ଚାରିଦିନ ପାଳିତ ହେଉଛି । ପଞ୍ଚୁକରେ ପ୍ରଭୁଙ୍କ ନାମ ଜପତପରେ ନିୟୋଜିତ ରହିଲେ ପାପକ୍ଷୟ ହୁଏ ବୋଲି ବିଶ୍ଵାସ ରହିଛି ।

କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ତଥା କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ କୁ ପବିତ୍ର ପଞ୍ଚକ ଭାବେ ପାଳନ କରାଯାଏ । ଏହା ମହା ପଞ୍ଚକ, ବକପଞ୍ଚକ ବା ଭୀଷ୍ମପଞ୍ଚକ ବି ବିଷ୍ଣୁ ପଞ୍ଚକ ଭାବେ ମଧ୍ୟ ଜଣାଶୁଣା । ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ଏହି ପାଞ୍ଚଦିନ ହବିଷ୍ଯାଳୀ ଓ କାର୍ତ୍ତିକ ବ୍ରତଧାରୀ
ଆମିଷ ପରିତ୍ୟାଗ କରି ଶୁଦ୍ଧ, ସାତ୍ତ୍ଵିକ ଖାଦ୍ୟ ଭୋଜନ କରନ୍ତି । ହବିଷ୍ୟାଳୀ ମା ମାନେ ପବିତ୍ରତା ନିଷ୍ଠାର ସହ ଭାବଭକ୍ତିରେ ପଞ୍ଚୁକ ପାଲନ କରି ଭଜନ କୀର୍ତ୍ତନ ଓ ପୂଜାପାଠରେ ମଜିଯାଇଛନ୍ତି । ସମସ୍ତେ ପ୍ରେମ, କରୁଣା, ସମତା,

ମମତା ଓ ସମନ୍ୱୟ ର ପ୍ରତୀକ ପରି ମା ମାନେ ଜାୟା, ଜନନୀ, ଭଗିନୀ ରୂପରେ ଭକ୍ତି ଓ ସମର୍ପଣ ହୋଇ ମହାପ୍ରଭୁଙ୍କ ପାଖରେ ସମର୍ପିତ ହୋଇଯାଇଛନ୍ତି । ଆଧ୍ୟାତ୍ମିକ ପରିବେଶ ଓ ଧର୍ମୀୟ ଭାବନା ସହ ମହାପ୍ରଭୁଙ୍କ ପ୍ରତି ସମର୍ପଣ ହୋଇ ହବିଷ୍ୟାଳୀ ବ୍ରତଧାରୀ ମହିଳା କାର୍ତ୍ତିକ ମାସରେ ଅତ୍ୟନ୍ତ ନିଷ୍ଠାର ସହ ଏହି ବ୍ରତକୁ ପାଳନ କରୁଛନ୍ତି ।

ଭୋରରୁ ସ୍ନାନ, ବୃନ୍ଦାବତୀ ପୂଜନ, ରାଇ-ଦାମୋଦର ପୂଜା, ମନ୍ଦିର ଦର୍ଶନ,ଗୋଟିଏ ବେଳା ମହାପ୍ରସାଦ ସେବନ ସହ ମହାପ୍ରଭୁଙ୍କ ନିକଟରେ ନିଜକୁ ସମର୍ପିତ କରି ସେମାନେ ଅଶେଷ ପୂଣ୍ୟ ଅର୍ଜନ କରୁଛନ୍ତି । ପ୍ରବଚନ ଶୁଣିବା ସହ କାର୍ତ୍ତିକ ପୁରାଣ ପଠନ ଓ ଭଜନ,ଜଣାଣ ଗାନ କରିବା ସହ କୀର୍ତ୍ତନ କରି ନିଜକୁ ଶ୍ରୀକ୍ଷେତ୍ର ମାଟିରେ ଭିଜେଇ ଦେଇଛନ୍ତି । ଜୟ ଜଗନ୍ନାଥ, ହୁଳୁହୁଳିରେ ପ୍ରକମ୍ପିତ ହେଉଛି ଶ୍ରୀମନ୍ଦିର ସମେତ ହବିଷ୍ଯାଳି ଶିବିର ଓ ବିଭିନ୍ନ ମଠ ପରିସର ।