You are currently viewing ଶ୍ରାବଣ ମାସ ପାଇଁ କାଉଡିଆ ଙ୍କ ବିଭିର୍ଣ୍ଣ ଶୈବ ପୀଠରେ ଜଳ ଲାଗି ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ ,
ଶ୍ରାବଣ ମାସ ପାଇଁ କାଉଡିଆ ଙ୍କ ବିଭିର୍ଣ୍ଣ ଶୈବ ପୀଠରେ ଜଳ ଲାଗି ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ ,

ଶ୍ରାବଣ ମାସ ଆରମ୍ଭ ହୋଇ ଗଲାଣି ତେଣୁ ଶୈବ ଭକ୍ତ କାଉଡିଆ ମାନେ ଆବଶ୍ୟକୀୟ ସାମାନ ଯଥା ବାହୁଙ୍ଗା, ଢାଳ, ହଳଦିଆ ବସ୍ତ୍ର, ଓ ଅନ୍ୟାନ୍ୟ ସାମାନ ଧରି ନିଜର ମନୋସ୍କାମନା ପୂର୍ଣ୍ଣ ସହିତ, ଜଗତ ଓ ବିଶ୍ୱର ମଙ୍ଗଳ ପାଇଁ ସେମାନେ ବିଭିର୍ଣ୍ଣ ଜଳାଶୟ ରୁ ପୁଜା ପାଠକରି ଜଳ ଧରି ନିଜ ଗନ୍ତବ୍ୟ ସ୍ଥଳ ଶୈବପୀଠ ରେ ଜଳ ଲାଗି କରିବା ପାଇଁ ଆଜିଠାରୁ ଲାଗି ଗଲେଣି | ତେଣୁ ଗତ କାଲିଠାରୁ ଦୂର ଦୁରାନ୍ତ କୁ ଯାଉଥିବା ଭକ୍ତ ମାନେ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଠାରେ ଥିବା ଋଷିକୁଲ୍ୟା ନଦୀ ଯିଏକି ଗଙ୍ଗା ଠାରୁ ହଜାରେ ବର୍ଷ ରେ ବଡ଼, ଓ ସେହିସ୍ଥାନରେ ନଦୀର ଗତିପଥ ଉତ୍ତର ବାଙ୍କ ହୋଇ ପ୍ରବାହିତ ହୋଇ ଅଛି, ଏବଂ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ ସମୟରେ ନଦୀରେ ଭାସି ଆସୁଥିବା ଏକ ଲାଉ ତୁମ୍ବାକୁପୂଜାକରୀ ତାକୁ ତୁମ୍ବେଶ୍ୱର ନାମ ଦେଇଥିଲେ |

ସେହି ଦିନଠାରୁ ଏହି ପୀଠ ଓ ନଦୀରେ ହଜାର, ହଜାର କାଉଡିଆ ବୋଲ ବମ ଭକ୍ତ ମାନେ ଏହି ସ୍ଥାନରୁ ଜଳ ନେଇ ନିଜ ବାଞ୍ଚିତ ଶୈବ ପୀଠ ରେ ଠାକୁରଙ୍କୁ ଜଳ ଲାଗି କରିବା ପାଇଁ ଖାଲି ପାଦରେ ବହୁତ କିଲୋ ମିଟର ଚାଲି, ଚାଲି ସମସ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରିଥାନ୍ତି | ତେଣୁ ଆଜି ଠାରୁ ଏଇ ବୋଲ ବମ ଯାତ୍ରା ଏହି ପ୍ରତାପୁର ଠାରୁ ର ଆରମ୍ଭ ହୋଇଛି | ଏବଂ ସେହି ସ୍ଥାନରେ ପ୍ରବକ ଗହଳି ପାଇଁ ଗ୍ରାମବାସୀ, ଯୁବକ ସଙ୍ଘ ଓ ଜନ ପ୍ରତିନିଧି ତଥା ବାରୁଣୀ ଘାଟ କମିଟି ର କର୍ମକର୍ତ୍ତା, ଓ ବହୁ ବ୍ୟକ୍ତି ବିଶେଷ ମାନଙ୍କ ସହଯୋଗ ରେ ସେମାନେ ଓ ପୁରୁଷୋତ୍ତମପୁର ଥାନା ଷ୍ଟାପ ଙ୍କ ସହଯୋଗ ରେ ଏହା ଏକ ମାସ ପର୍ଯ୍ୟନ୍ତବିଶେଷ କରି ଶ୍ରାବଣ ପୂର୍ଣ୍ଣିମା ଯାଏ ଚାଲି ଥାଏ | ( ରିପୋର୍ଟ ପ୍ରସନ୍ନ କୁମାର ଦାସ)