ପୁରୁଷୋତ୍ତମପୁର ତା – ୨୬/୦୮/୨୪ ରିଖ | ପୁରୁଷୋତ୍ତମପୁର ସ୍ଥିତ ସରସ୍ବତୀ ଶିଶୁମନ୍ଦିର ପରିସରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ମହାଆଡ଼ମ୍ବର ସହ ପାଳିତ ହୋଇଯାଇଛି | ଉକ୍ତ ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆଙ୍କ ନେତୃତ୍ୱ ରେ ଶ୍ରୀମତୀ ଶର୍ମିଷ୍ଠା ନାୟକ ପରିଚାଳନା କରିଥିଲେ | ଶ୍ରୀମତୀ ପ୍ରମୋଦିନୀ ସାହୁ ଅତିଥ୍ଙ୍କ ପରିଚୟ ପ୍ରଦାନ କରିଥିଲେ

| ଆଜିର ଉତ୍ସବରେ ଶ୍ରୀଯୁକ୍ତ ବିନୋଦ ବିହାରୀ ଦାସ ମୁଖ୍ୟ ଅତିଥ୍ ଭାବରେ ଶିଶୁ ଭାଇ ଭଉଣୀଙ୍କୁ ଶ୍ରୀକୃଷ୍ଣଙ୍କ ବିଷୟରେ କିଛି କଥା କହିଥିଲେ | ଏହି ଉତ୍ସବରେ ପରିଚାଳନା ସମିତି ର ସମ୍ପାଦକ, ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ସହସମ୍ପାଦକ ଅକ୍ଷୟ କୁମାର ବେହେରା ଯୋଗଦେଇଥିଲେ |

ପରିଶେଷରେ ପ୍ରଜ୍ଞାରାଣୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ଆଜି ଶିଶୁବାଟିକାର ଶିଶୁ ଭାଇ ଭଉଣୀ ବିଭିନ୍ନ ବେଶ ଯଥା ରାଧାକୃଷ୍ଣ, ଯଶୋଦା, ନନ୍ଦ, ଦେବକୀ, ବସୁଦେବ ରୂପରେ ସଜ୍ଜିତ ହୋଇ ନଗର ଭ୍ରମଣ କରି ରାଧାକୃଷ୍ଣ ମନ୍ଦିର ରେ ପୂଜା ସାରି ଦହି ହାଣ୍ଡି ଭାଙ୍ଗି ମିଷ୍ଟାନ୍ନ ବଣ୍ଟନ ପରେ ଶିଶୁମାନେ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ |
