ସୋରଡାର ଅଧିଷ୍ଠାତ୍ରୀ ଦେବୀ ମା କନ୍ଧୁଣିଦେବୀଙ୍କ କଣ୍ଟାପିଢ଼ା ଯାତ୍ରା ମହା ଆଡମ୍ବରରେ ପାଳନ ହୋଇଯାଇଛି ।ଏହି ପାରମ୍ପରିକ ଯାତ୍ରାକୁ ୧୧ ଦିନ ଧରି ପାଳନ କରାଯାଉଛି।ଯାତ୍ରାକୁ ଆକର୍ଷଣ କରିବା ପାଇଁ ନିର୍ମାଣ ହୋଇଛି ସୁଉଚ୍ଚ ତୋରଣ,ଆସିଛି ମିନା ବଜାର ସାଙ୍ଗକୁ ଷ୍ଟଲ ଗୁଡିକରେ ମିଳୁଛି ଭେରାଇଟି ସାମଗ୍ରୀ ଏହାକୁ ଦେଖି ବେଶ ଉପଭୋଗ କରୁଛନ୍ତି ଯାତ୍ରୀ ।

ପରମ୍ପରା ଅନୁଯାୟୀ ଗଞ୍ଜାମ ଜିଲ୍ଲା ସୋରଡା ସହରରେ ୫୦୦ ବର୍ଷ ଧରି ମା କନ୍ଧୁଣିଦେବୀଙ୍କ କଣ୍ଟାପିଢ଼ା ଯାତ୍ରା ପାଳିତ ହୋଇ ଆସୁଅଛି।ଏହି ଯାତ୍ରା ଭାଦ୍ରବ ମାସ ଶୁକ୍ଳ ଦ୍ଵାଦଶୀ ରେ ଆରମ୍ଭ ହୋଇ ଆଶ୍ୱିନ ମାସ କୃଷ୍ଣ ଅଷ୍ଟମୀ ଦିନ ସମାପନ ହୋଇଥାଏ।ଯାତ୍ରା ଆରମ୍ଭ ଦିନ ଜଗନ୍ନାଥ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସ୍ଥାନୀୟ ଲୋକେ ବିରାଟ ପଟୁଆରରେ ଅନ୍ଧାର ରାତ୍ରିରେ ଋଷିକୂଲ୍ୟା ନଦୀ କୁ ଯାଇ ତାଟରେ ବାଲି ଆଣିବା ପରେ ସେଥିରେ ମୁଗ,ବିରି,ଗହମ,ଧାନ,ସୋରିଷ ଭଳି ପଞ୍ଚରତ୍ନକୁ ଭଜାଯାଇ ତାଟରେ ଥିବା ବାଲି ଉପରେ ବୁଣାଯାଇ ଅନ୍ଧାର କୋଠରୀରେ ରଖାଯାଏ।ଲୋକଙ୍କ ବିଶ୍ୱାସ ରହିଛି ଯାତ୍ରାର ଶେଷ ଦିନରେ ମା କନ୍ଧୁଣିଦେବୀ ଜଣେ ମହିଳାଙ୍କ ଦେହରେ ବିଜେ ହୋଇ ସହର ପରିକ୍ରମା କରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଟଭାକଣ୍ଟା ପିଢ଼ା ଦୋଳିରେ ଝୁଲି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବା ସହିତ ଗଜା ହୋଇଥିବା।

ପଞ୍ଚସଶ୍ୟକୁ ମା ଦୋଳିରେ ବସି ଭକ୍ତକୁ ପ୍ରସାଦ ଭାବେ ବାଣ୍ଟିଥାନ୍ତି।କଣ୍ଟାରେ ବସିଥିବା ମହିଳାଙ୍କ ଦେହରେ କୌଣସି କ୍ଷତି ପହଞ୍ଚୁ ନଥିବାରୁ ମା କନ୍ଧୁଣିଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ବଢୁଛି।ମାଙ୍କ ନିକଟରେ ଯିଏ ଯାହା ମାନସିକ ରଖିଥାଏ ତାହା ପୂରଣ ହୋଇଥାଏ।ନୀତିକାନ୍ତି ଅନୁଯାୟୀ ପ୍ରାତଃ ଆଳତି,ଦ୍ବୀପହର ଅର୍ଣ୍ଣ ଭୋଗ,ସନ୍ଧ୍ୟା ଆଳତି ପରେ କାକରା ଭୋଗ,ରାତ୍ର ସମୟରେ ଆମିଷ ଭୋଗ ଲାଗି ହୁଏ।ନୀତିକାନ୍ତି ଅନୁଯାୟୀ ମାଙ୍କ ଯାତ୍ରାକୁ ପାଳନ କରାଯାଇଥାଏ ବୋଲି କହିଛନ୍ତି ମନ୍ଦିର ପରିଚାଳନା କମିଟି ମୁଖ୍ୟ l।

ଯୁଆଡେ ଦେଖିବେ ରଙ୍ଗ ବେରଙ୍ଗର ଆଲୋକ ମାଳା,ସୁଉଚ୍ଚ ତୋରଣ,ଭଳିକି ଭଳି ଷ୍ଟଲରେ ବିକ୍ରି ହେଉଛି ମନ ପସନ୍ଦ ଜିନିଷ।ଆଲୋକ ମାଳା ରେ ସଜ୍ଜିତ ହୋଇଛି ମାଙ୍କ ପୀଠ।ଢୋଲ ମହୁରୀ ଘଣ୍ଟ ବାଦ୍ୟରେ ସୃଷ୍ଟି ହେଉଛି ଆଧ୍ୟାତ୍ମିକ ପରିବେଶ।ଯାତ୍ରା ସମୟରେ ପ୍ରତିଦିନ ମାନସିକ ଧାରୀ ମାନେ ମୁଣ୍ଡନ କରିବା ସହିତ ବିଭିନ୍ନ ଭେଶ ଧାରଣ କରି ସହର ପରିକ୍ରମା କରିଥାନ୍ତି।ସବୁ ସାହିରୁ ମା ଙ୍କ ପୀଠକୁ ମୁଆଁ,ପଣା ଯୋଗାଡ଼ ଅଣା ଯାଇଥାଏ।ସନ୍ଧ୍ୟା ସମୟରେ ପୀଠରେ ମାଙ୍କ ଆଳତି ଦର୍ଶନ କରିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।ଦଶ ବର୍ଷ ହେଲା ଏହି ଯାତ୍ରା ମହୋତ୍ସବରେ ପରିଣତ ହୋଇଛି।ଯାତ୍ରାର ଶେଷ ପାଞ୍ଚଦିନ ଧରି ସନ୍ଧ୍ୟା ସମୟରୁ ମଧ୍ୟରାତ୍ର ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଏ।ଦେଖିବାକୁ ବହୁ ଦର୍ଶକଙ୍କ ଭିଡ଼ ଜମେ।ସୋରଡା ଓ ଏହାର ଆଖ ପାଖ ଅଞ୍ଚଳ ତଥା ଜିଲ୍ଲା ବାହାରୁ ମଧ୍ୟ ବହୁ ଶ୍ରଦ୍ଧାଳୁ ମାଙ୍କ ଦର୍ଶନ କରିବା ପାଇଁ ଆସିଥାନ୍ତି।ଏହା ସହିତ ଚଟା ପଟି ଖାଇବା,ବିଭିନ୍ନ ଭେରାଇଟିର ଷ୍ଟଲ ବୁଲିବା,ମିନା ବଜାର ରେ ବିଭିନ୍ନ ଦୋଳି ରେ ବସି ବହୁତ ମଜା ଉଠାଇଥାନ୍ତିା ଚଳିତ ବର୍ଷ କନ୍ଧୁଣିଦେବୀ ମହୋତ୍ସବ ମହା ଆଡମ୍ବରରେ ହୋଉଥିବାରୁ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି ଶ୍ରଦ୍ଧାଳୁ।
