ପୋଲସରା ୧୫/୦୬/୨୬ ପୋଲସରା ବ୍ଲକ ଅନ୍ତର୍ଗତ ପାଣ୍ଡିରିପଡା ପଞ୍ଚାୟତର କଷିପଡା ଠାରେ ବିଜେ ମା’ ସିଂହାସନଙ୍କ ଶକ୍ତି ପୀଠ, ଏହି ପୀଠରେ ତିନି ଦିନ ଧରି ପାଳିତ ହୁଏ ରଜପର୍ବ ଆଜି ହେଉଛି ଦ୍ବିତୀୟ ରଜ ବା ରଜ ସଂକ୍ରାନ୍ତି ।ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ପହିଲି ରଜ ଠାରୁ ମା’ ପୀଠରେ ତିନି ଦିନ ଧରି ରଜପର୍ବ ପାଳିତ ହୋଇଥାଏ ଏହି ତିନି ଦିନ ରେ ମା’ ଙ୍କ ଦର୍ଶନ କଲେ ମା’ ଙ୍କ କୃପା ଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ୱାସ ଥିବାରୁ ପହିଲି ରଜ ଠାରୁ ତିନି ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ମାନସିକ ଧାରି ଶ୍ରଦ୍ଧାଳୁ ଆସି ମା’ ଙ୍କ ଦର୍ଶନ କରିବା ସହିତ ମୁଣ୍ଡନ କରି ଭୋଗରାଗ ଲଗାଇଥାନ୍ତି। ଆଜି ସକାଳ ସମୟରୁ ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ସମାଗମ ଲାଗିଥିଲା। ଚଳିତ ବର୍ଷ ପ୍ରବଳ ଗରମ ସତ୍ତ୍ୱେ ଆଜିର ସଂକ୍ରାନ୍ତି ରଜରେ ଏକଲକ୍ଷରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଏହା କୁ ଦୃଷ୍ଟିରେ ରଖି ମନ୍ଦିର କମିଟିର ସଦସ୍ୟ ଓ ପ୍ରଶାସନର ତରଫରୁ ତଦାରଖ ଦାୟିତ୍ୱ ଗୁରୁତର ସହକାରେ କରିଥିଲେ। କମିଟି ର କର୍ମକର୍ତ୍ତା ଙ୍କ ସମେତ ଚିରିକିପଡା ଶାସନ, ଭାବରଡା , ଗୋଛାବାଡି ଓ ପାଣ୍ଡିରିପଡା ପଞ୍ଚାୟତର ଲୋକଙ୍କ ସହଯୋଗରେ ରଜ ସଂକ୍ରାନ୍ତି ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା। ଆଜି ମନ୍ଦିର ପରିଚାଳନା କମିଟି ସଭାପତି ଯଥା ପୋଲସରା ବିଧାୟକ ଓ ସ୍ବାଧୀନ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମା ସିଂହାସନୀଙ୍କ ଶକ୍ତି ପୀଠରେ ପହଞ୍ଚି ମା’ଙ୍କ ଦର୍ଶନ କରି ଆଶ୍ରୀପାଦ ଗ୍ରହଣ କରିବା ସହିତ ରଜପର୍ବ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ପାଇଁ ମନ୍ଦିର କମିଟିର ସଦସ୍ୟ ମାନଙ୍କ ସହ ଆଲୋଚନା କରି ତଦାରଖ କରିଥିଲେ। ଉପସଭାପତି ପ୍ରଭାକର ପଣ୍ଡା ଓ ଦୀପକ ପ୍ରଧାନ,ସମ୍ପାଦକ ରଘୁନାଥ ପ୍ରଧାନ,ସ୍ଥାନୀୟ ସରପଞ୍ଚ ରଘୁନାଥ ଭୂୟାଁ , ଭଗବାନ ସାହୁ, ପ୍ରତିନିଧି ମନୁ ଗୌଡ଼, ପୀତବାସ ପ୍ରଧାନ,ରବିନ୍ଦ୍ର ନାୟକ ,କୈଳାସ ମହାରଣା, ବିପ୍ରଚରଣ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ବିପିନ ପ୍ରଧାନ, ଚନ୍ଦ୍ରଶେଖର ଗୌଡ, କୃଷ୍ଣ ଚନ୍ଦ୍ର ଜେନା, ଶଙ୍କର୍ଷଣ ଗୌଡ଼ ସମେତ କମିଟିର ଅନ୍ୟ ସଦସ୍ୟ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ। ଗଞ୍ଜାମ ଏସପି ହରିସା ବି.ସି ଙ୍କ ନିର୍ଦ୍ଦେଶକ୍ରମେ ଏସଡିପିଓ ପୁରୁଷୋତ୍ତମପୁର ସୁଜିତ କୁମାର ନାୟକ,ପୋଲସରା ଥାନାଧିକାରୀ କୌଶିକ ମାଝୀ ତତ୍ତ୍ଵାବଧାନରେ ଅନ୍ୟ ଥାନାଧିକାରୀ ପୋଲିସ ଓ ପ୍ରଶାସନିକ ଅଧିକାରୀ, ଅନ୍ୟ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିବା ସହିତ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।
ଗଣେଶ ପାଣିଗ୍ରାହୀ ରିପୋର୍ଟ
