ବେଗୁନିଆପଡ଼ା
ବାବା ସତ୍ୟ ସାଈକଂ ୯୭ ତମ ଜନ୍ମ ଜୟନ୍ତୀ ବେଗୁନିଆପଡ଼ା ସିଦ୍ଧେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ସାଇବାବାଙ୍କ ଫଟୋରେ ପୁଷ୍ପ ମାଲ୍ଯାପର୍ଣ ପୂର୍ବକ ପୂଜାର୍ଚ୍ଚନା, ଭଜନକୀର୍ତ୍ତନ କରିଥିଲେ ବେଗୁନିଆପଡ଼ା ସତ୍ଯ ସାଇ ଭଜନ ମଣ୍ଡଳୀ। ଏହି ଅବସରରେ ନାରାୟଣ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶତାଧିକ ବ୍ୟକ୍ତିଙ୍କୁ ଅନ୍ନ ଭୋଜନ ସହ କମ୍ବଳ ବଣ୍ଟନ କରାଯାଇଥିଲା। ସତ୍ୟ ସାଇ ଭଜନ ମଣ୍ଡଳୀର ସ୍ଥଗିତ କୁମାର ସାହୁଙ୍କ ସଂଯୋଜନାରେ ବରିଷ୍ଠ ଶିକ୍ଷାବିତ୍ ଜଟେଶ୍ବର ସାହୁ, ବେଗୁନିଆପଡ଼ା ପଞ୍ଚାୟତ ସଭାପତି ଦଣ୍ଡୁ ପ୍ରଧାନ, କାହ୍ନୁ ଚରଣ ପଣ୍ଡା, ସମିତି ସଭ୍ୟା ପ୍ରତିନିଧି ସନ୍ତୋଷ ପାତ୍ର, କିର୍ତନ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନାରାୟଣ ସେବାକୁ ସୂଚାରୁ ରୂପେ ସଂପାଦନ କରିଥିଲେ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
