ଆସିକା,୧୯/୨ (ଶକ୍ତି ପ୍ରସାଦ କର)ଯୁଗେ ଯୁଗେ ପାପୀଙ୍କ ବିନାଶ କରି ଧର୍ମକୁ ସ୍ଥାପନା କରିବା ପାଇଁ ଭଗବାନ ଧରା ପୃଷ୍ଠରେ ଅବତାର ନେଇଥାନ୍ତି l କୁହାଯାଏକି ଭଗବାନ ବିଷ୍ଣୁ ପାପୀଙ୍କୁ ବିନାଶ କରିବା ପାଇଁ ଚାରି ଯୁଗରେ ଦଶ ଅବତାର ନେବେ l ବର୍ତ୍ତମାନ ସୁଦ୍ଧା ଭଗବାନ ବିଷ୍ଣୁ ନଅଟି ଅବତାର ନେଇ ସାରିଥିବା ବେଳେ ଶେଷ ଅବତାର କଳକୀ ଭାବେ ଆବ୍ରିଭାବ ହେବେ l ଏନେଇ ଅନେକ ପୁରାଣରେ ମଧ୍ୟ ଉଲ୍ଲେଖ ରହିଛି l ଘୋର କଳି କାଳରେ ହରି ନାମ ମୁକ୍ତିର ଏକ ମାଧ୍ୟମ ହୋଇଥିବାରୁ l ଲୋକ ମାନେ ହରେକୃଷ୍ଣ ହରେ ରାମ ନାମକୁ ଆଦରି ନେଉଛନ୍ତି l
ତେବେ ଗ୍ରହଣ ଦଳ ପକ୍ଷରୁ ଭଗବାନ କଳକୀଙ୍କୁ ନିଜର ଆରାଧ୍ୟ ଭାବେ ଗ୍ରହଣ କରିନେଇଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ସନ୍ଧିନୁଆଁପଲ୍ଲୀ ଠାରେ ସମାଜସେବୀ ଭଗବାନ ସାହୁଙ୍କ ନେତୁତ୍ୱରେ ଭଗବାନ କଳକିରାମଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରା ଯାଇଛି l ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଥମେ ଗୁରୁ ପୂଜନର ଆୟୋଜନ ପରେ ପୂଜା ଅର୍ଚ୍ଚନା ସହ ଘୃତଯଜ୍ଞ, ହୋମ, ଅନ୍ନଯଜ୍ଞ ଓ ନାମ ସଙ୍କର୍ତ୍ତନ ସହ ଭଗବାନ କଳିକିରାମଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମିପୂର୍ଜନ କରାଯାଇଛି l ଭଗବାନ କଳିକିରାମଙ୍କ ମନ୍ଦିର ନିର୍ମାଣ ସକାଳେ ସାହୁ ପରିବାର ପକ୍ଷରୁ ଭୂମି ଦାନ କରାଯାଇଥିଲା l ସମାଜସେବୀ ଭଗବାନ ସାହୁଙ୍କ ନେତତ୍ୱରେ ଭୂମି ପୂଜନ କାର୍ଯ୍ୟକ୍ରମରେ ପଦ୍ମାବତୀଦେବୀ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ଦାନ କରିଥିବାରୁ ଏହି ସମ୍ମିଳନୀ ଭୂୟସୀ ପ୍ରଶଂସା କରିଥିଲେ l

ଉକ୍ତ ଭକ୍ତ ସମ୍ମିଳନୀରେ ସ୍ଥାନୀୟ ଖାରିଆ ପଞ୍ଚାୟର ସରପଞ୍ଚ ଜୟନ୍ତୀ ସାହୁ, ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ବାଇଁ, ଚିନି ଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଗାୟତ୍ରୀ ଦତ୍ତ ନାୟକ, ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶିବ ନାହାକ, ସମିତି ସଭ୍ୟ ସୌଦାମିନୀ ନାହାକ, ୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟା, ଶିବରାମ ସାହୁ, ଶଙ୍କର ସେଠୀ, ନାରାୟଣ ଡାକୁଆ, ସମେତ ବହୁ ସରପଞ୍ଚ ଓ ସମିତି ସଭ୍ୟ ଯୋଗଦେଇଥିଲେ l
