You are currently viewing ୪୨ମୈାଜା କର୍ମକାଣ୍ଡବିତ୍ ବ୍ରାହ୍ମଣ ମହାସଭାର ବୈଠକ ।
୪୨ମୈାଜା କର୍ମକାଣ୍ଡବିତ୍ ବ୍ରାହ୍ମଣ ମହାସଭାର ବୈଠକ ।

କଟକ : କଟକ ସଦର ୪୨ ମୌଜା କର୍ମକାଣ୍ଡବିତ୍ ବ୍ରାହ୍ମଣ ମହାସଭାର ଏକ ଜରୁରୀ ବୈଠକ ବସନ୍ତକୁଣ୍ଡଳ ସ୍ଥିତ ଯୁଗଶକ୍ତି ଗାୟତ୍ରି ଉପାସନା ପୀଠରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମହାସଭାର ସ୍ଥାୟୀ ସଭାପତି ପଣ୍ଡିତ ଭାଗବତ ଆଚାର୍ଯ୍ୟ ସଭାପତିତ୍ବ କରିଥିଲେ। ବୈଠକରେ ଉନ୍ମୋଚନ ହେବାକୁ ଥିବା ସ୍ମରଣିକା-୨ ସମ୍ପର୍କରେ ବିଶଦ ଭାବେ ଆଲୋଚନା ହୋଇଥିଲା। ଆଗାମୀ ବୈଠକ ବନ୍ତୁଣିଆ ସ୍ଥିତ ଗୋପୀନାଥ ଠାକୁରଙ୍କ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଗଲା। ଏହି ସଭାରେ ସମ୍ପାଦକ ପଣ୍ଡିତ ରଘୁନାଥ ଦାଶ , ସହ ସମ୍ପାଦକ ପ୍ରତାପ କେଶରୀ ପତି, ଉପ ସଭାପତି ସଂଗ୍ରାମ କେଶରୀ ପତି, କୋଷାଧ୍ୟକ୍ଷ ଶକ୍ତିଦତ୍ତ ଆଚାର୍ଯ୍ୟ, ସଂଯୋଜକ ଅମର ପ୍ରସାଦ ଆଚାର୍ଯ୍ୟ, ଭୈରବ କର, ଆଶିସ୍ ଦାଶ, ମାନସ ଆଚାର୍ଯ୍ୟ, ଅଶୋକ କୁମାର ଦାଶ, କୃତ୍ୟୁଜ୍ଵଳ ଷଡ଼ଙ୍ଗୀ ,ପ୍ରତାପ କେଶରୀ ଆଚାର୍ଯ୍ୟ, ନକୁଳ ଚରଣ ପତି, ବିଶ୍ଵଭୂଷଣ ପତି, ସୁଦର୍ଶନ ପତି, ରଘୁନାଥ ତ୍ରୀପାଠୀ ପ୍ରମୁଖ ଓ ଗାୟତ୍ରୀ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।