ଆଜିଠାରୁ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରି ଦେବୀ ମା ତାରା ତାରିଣୀ ଙ୍କର ଶାରଦୀୟ ପୂଜା ଆରମ୍ଭ ହୋଇଛି | , ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଏହି ପୂଜା ଚାଲିବ | ସେଥିପାଇଁ ସମସ୍ତ ସେବାୟତ ଓ ମହିଳା ସେବାୟତ ଙ୍କ ସହିତ ପୁରୋହିତ ମାନେ ଋଷିକୁଲ୍ୟା ଘାଟ କୁ ଯାଇ ସେଠାରେ ଗଙ୍ଗା ଦେବୀଙ୍କୁ ଆରାଧନା ପରେ 108 ଗରାରେ ନଦୀରୁ ପାଣିଧରୀ ମହିଳା ମାନେ ମନ୍ଦିରପୀଠକୁ ଯାଇଥିଲେ |

ସେଠାରେ
…. ବିଜେ ପ୍ରତିମାକୁ ବାଜା ବାଜଣା ରେ ସ୍ନାନ ମଣ୍ଡପକୁ ଅଣାଯାଇ ବ୍ରାହ୍ମଣ ଙ୍କ ଦ୍ୱାରା ସେବାୟତ ଙ୍କ ଉପସ୍ଥିତି ଓ ସହଯୋଗ ରେ ସହସ୍ର କୁମ୍ଭାଭିଷେକ କଳସିକୁ ମାଆଙ୍କୁ ଶ୍ରୀସୃକ୍ତ ରେ ସ୍ନାନ କରାଯାଇ ପୂଜା କରା ଗଲା|ଏହାପରେ ବରୁଣ ପୂଜା, ଚଣ୍ଡୀପାଠ ଓ ହୋମ ଆଦିସମସ୍ତ କାର୍ଯ୍ୟ ରୀତିକାନ୍ତି ଅନୁସାରେ କରାଯିବ |.

ଏହା ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ମାଆଙ୍କ ଷୋଡଶ ଉପଚାର ପୂଜା ଆରମ୍ବ କରାଯିବ | ପୁରୋହିତ ନୀଳମାଧବ ତ୍ରିପାଠୀ, ଓ ସେବାୟତ ସଭାପତି ଓ କର୍ତ୍ତା ତପନ ରଣା ଙ୍କ ଦ୍ୱାରା ସଂକଳ୍ପ, ସ୍ବସ୍ତି ବାଚନ, ବରୁଣ ପୂଜା, ଚଣ୍ଡି ପାଠ, ହୋମ, ଓ ଅର୍ଣ୍ଣ ଭୋଗ କରାଯାଇ ମାଆଙ୍କ ପହୁଡ଼ ପଡିବ | ସେହିପରି ସକାଳେ ମାଜଣା ଓ ଆଳତି ପରେ ଷୋଡଶ ଉପଚାର ପୂଜା, ଆରତ୍ରିକ ପରେ କୁମ୍ଭ, ପୂଜା, ସୂର୍ଯ୍ୟ ପୂଜା, ଚଣ୍ଡୀପାଠ ଓ ମଧ୍ୟାହ୍ନ ଅର୍ଣ୍ଣ ଭୋଗ ପରେ ପହୁଡ଼ ହେବ |ଏହା ମହାଷ୍ଟମୀ, ବିଶ୍ରାମ ନବମୀ ଓ ବିଜୟା ଦଶମୀ ସରିବା ପରେ ଏହି ପର୍ବ ଶେଷ ହେବ | ଏଥିପାଇଁ ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଙ୍କ ନିର୍ଦେଶ ରେ ଏବଂ ଛତ୍ର ପୁର ଉପଜିଲ୍ଲାପାଳ ସୁଭାଶିଷ ବରାଳ ଙ୍କ ସହଯୋଗ ତା ସହିତ ଗଞ୍ଜାମ ଏସପି ଙ୍କ ନିର୍ଦେଶ କ୍ରମେ ପୁରୁଷୋତ୍ତମପୁର ଏସଡ଼ି ପିଓ, ସୁଜିତ ନାୟକ ଓ ଆଇ ଆଇସି ରାଜେଶ ନାୟକ ଓଷ୍ଟାଫ ଏବଂ ପୁରୁଷୋତ୍ତମପୁର ବିଡ଼ିଓ ଶରତ କୁମାର ପାତ୍ର ଓ ତହସିଲଦାର ବିନୋଦ କୁମାର ବେହେରା ମଧ୍ୟ ପ୍ରତେକ ଦିନ ଏହି ପୂଜା କାର୍ଯ୍ୟକୁ ତଦାରଖ କରିବେ ବୋଲି ଜିଲ୍ଲା ପାଳ ନିର୍ଦେଶ ଦେଇଛନ୍ତି |

ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ଟିକେ ରେଡି ଓ ମନ୍ଦିର କର୍ମଚାରୀ ଓ ମୁଖ୍ୟ ସେବାୟତ ବାପୁଜୀ ରଣା,ଦୁର୍ଗା ରଣା, ଜଗନ୍ନଥ ରଣା,ଦୁର୍ଗାମାଧବ ରଣା, ଶୁକଦେବ ରଣା, କୈଳାଶ ରଣା, ଲମ୍ବୋଦର ରଣା, ଦୁର୍ଗାମାଧବ ରଣା,ସନାତନ ରଣା ଙ୍କ ସହ ସମସ୍ତ ସେବାୟତ ଏହି ପୂଜାରେ ସମ୍ପୂର୍ଣ ସହଯୋଗ କରି ପୂଜା ସୁରୁଖୁରୁରେ ସମୁର୍ଣ କରିବେ ବୋଲି ଜଣା ଯାଇଛି | ତେବେ ଆସୁଥିବା ଭକ୍ର ମାନେ କିପରି ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେତାଉପରେ ସମସ୍ତେ ଯତ୍ନବାନ ହେବାକୁ ଉପଜିଲ୍ଲାପାଳ କହିଛନ୍ତି |