You are currently viewing ଖଲ୍ଲିକୋଟ ଶ୍ରୀଜଗନ୍ନାଥ ମନ୍ଦିର ଗୁମୁଟ ରୁ ଖସିଲା ଦେଢ଼ କିଲୋ ଓଜନ ର ପଥର ମନ୍ଦିର ସ୍ଥାୟୀତ୍ୱ ନେଇ ବୁଦ୍ଧିଜୀବୀ ମହଲ ଚିନ୍ତିତ ,
ଖଲ୍ଲିକୋଟ ଶ୍ରୀଜଗନ୍ନାଥ ମନ୍ଦିର ଗୁମୁଟ ରୁ ଖସିଲା ଦେଢ଼ କିଲୋ ଓଜନ ର ପଥର ମନ୍ଦିର ସ୍ଥାୟୀତ୍ୱ ନେଇ ବୁଦ୍ଧିଜୀବୀ ମହଲ ଚିନ୍ତିତ ,

ଖଲ୍ଲିକୋଟ : 9/11 ଖଲ୍ଲିକୋଟ ସହର କେନ୍ଦ୍ର ସ୍ଥଳ ରେ ଥିବା ତିନି ଶହ ବର୍ଷ ର ଦ୍ଵିତୀୟ ବୃହତ୍ତମ ଶ୍ରୀ ଜଗନ୍ନାଥ ମନ୍ଦିର ର ଗୁମୁଟ ରୁ ଶନିବାର ମଧ୍ୟାହ୍ନ ରେ ଏକ ଦେଢ଼ କିଲୋ ଓଜନ ର ପଥର ଖସି ପଡ଼ିଥିବା ଜଣାପଡିଛି |ପଥର ଖସିବା ନେଇ ଖଲ୍ଲିକୋଟ ସହର ର ବୁଦ୍ଧିଜୀବୀ ଓ ଭକ୍ତ ଙ୍କ ମହଲ ରେ ମନ୍ଦିର ର ସ୍ଥାୟିତ୍ୱ ନେଇ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି | ଗତ ପ୍ରାୟ ଦୁଇ ବର୍ଷ ତଳେ ସିଂହଦ୍ୱାର ଗୁମୁଟ ରୁ ସାତ କିଲୋ ଓଜନ ର ପଥର ଖସିଥିଲା |ମନ୍ଦିର ର ରକ୍ଷଣ|ବେକ୍ଷଣ ପାଇଁ ଖଲ୍ଲିକୋଟ ବାସୀ ବିଭିନ୍ନ ମହଲରେ ଦାବି ହେବା ପରେ ପ୍ରାକ୍ତନ ବିଜେଡି ସରକାର ର ବହୁ ମନ୍ତ୍ରୀ ଓ ପ୍ରଶାସକ ଓ ଏପରିକି ପୁରୀ ଗଜପତି ଦିବ୍ୟସିଂହ ଦେବ ଓ ବର୍ତମାନ ର ବିଜେପି ସରକାର ଅମଳରେ କେନ୍ଦ୍ରମନ୍ତ୍ରୀ ଓ ମନ୍ଦିର ର ଅବଢ଼ା ଉଦଘାଟନ ବେଳେ ବହୁ ମନ୍ତ୍ରୀ ଓ ବିଧାୟକ ମାନେ ପରିଦର୍ଶନ କରି ଫେରିଥିଲେ

|ତେବେ ମନ୍ଦିର ର ଥିବା ମୁଖ୍ୟ ମନ୍ଦିର ରେ ଥିବା କେବଳ ଅନଲଶ୍ରୀ ମରାମତି ହୋଇଥିବା ବେଳେ ମରାମତୀ ପାଇଁ ବନ୍ଧ|ଯାଇଥିବା ବାଉଁଶ ବହୁ ଦିନ ପରେ କାଢି ଦିଆଯାଇଥିଲା |ତେଣୁ ଦିନକୁ ଦିନ ମନ୍ଦିର ର ବହୁ ସୁରମ୍ୟ ଖଚିତ ଭାସ୍କର୍ଯ୍ୟ ସବୁ ନଷ୍ଟ ହେବାକୁ ବସିଥିବା ବେଳେ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଦୃଷ୍ଟି ନ ଦେବା ଫଳରେ ମର୍ଦରାଜ ବଂଶ ର ଏହି ଅକ୍ଷୟ କୀର୍ତ୍ତି ଜରାଜୀର୍ଣ୍ଣ ହୋଇପଡୁଛି |

ଏ ସମ୍ପର୍କ ରେ ଏକ ବିବୃତି ଦେଇ ବରିଷ୍ଠ ନାଗରିକ ମଞ୍ଚ ର ସମ୍ପାଦକ ଓ ତଥା ଖଲ୍ଲିକୋଟ ଏନ ଏ ସି ର ପ୍ରାକ୍ତନ ଉପ ନଗରପାଳ ପ୍ରମୋଦ କୁମାର ପଟ୍ଟନାୟକ ଓ ତିନି ନମ୍ବର ୱାର୍ଡ ର ପୂର୍ବତନ କାଉନସିଲର ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି |

ରିପୋର୍ଟ ମାଧବ ବେହେରା, ଖଲ୍ଲିକୋଟ