” ବିଲୋପ ହେବାକୁ ବସିଛି “
ଜଗନ୍ନାଥ ପ୍ରସାଦ -(ଚିତ୍ତରଞ୍ଜନ ଗନ୍ତାୟତ )ସରକାର ଙ୍କ ମାଳମାଳ ଯୋଜନା କିନ୍ତୁ କେବେ ଉଦ୍ଧାର ହେବ ଗଞ୍ଜାମଜିଲ୍ଲାରେ ଥିବା ଲୋକଲୋଚନକୁ ଆସିନଥିବା ଅନେକ କୀର୍ତ୍ତିରାଜି ରହିଛି ଯାହାର ଅତୀତରେ ଅନେକ ପ୍ରସିଦ୍ଧି ରହିଥିଲା ହେଲେ ସମୟ କ୍ରମର ଏସମସ୍ତ କୀର୍ତ୍ତିରାଜି ଧୂଁସ ମୁହାଁ ହୋଇଛି ଗଞ୍ଜାମ ଜିଲ୍ଲାରେ ଏଭଳି ଅନେକ ମଠ ମନ୍ଦିର ଲୋକଲୋଚନକୁ ଆସିପାରିନି ସେଥିମଧ୍ୟରୁ ଜଗନ୍ନାଥପ୍ରସାଦର ଭଞ୍ଜରାଜା ଶ୍ରୀକର ଭଞ୍ଜଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ରଘୁନାଥ ମନ୍ଦିର ଓ ଭଞ୍ଜ ପୀଠ ହେଉଛି ଅନ୍ୟତମ କେହି କେହି ଏହାକୁ ଘୁମୁସର ଅଯୋଧ୍ୟା ବୋଲିମଧ୍ୟ କହନ୍ତି ଇତିହାସ ଆଲୋଚନା ରୁ ଜଣାପଡେ, ଜଗନ୍ନାଥ ପ୍ରସାଦ ପୂର୍ବ ଦିଗରେ ତତକାଳୀନ ରାଜା ଶ୍ରୀକର ଭଞ୍ଜ ରଘୁନାଥ ମନ୍ଦିର ନିର୍ମାଣ କରିଥିଲେ ନିକଟରେ ଉଦ୍ୟାନ ସମେତ ଏକ ପୋଖରୀ ମଧ୍ୟ୍ୟ ଖୋଳାଇଥିଲେ 1ଠାକୁରଙ୍କ ଯାନିଯାତ୍ରା ଓ ମନ୍ଦିରର ର ରକ୍ଷଣା ବେକ୍ଷଣ ନିମନ୍ତେ ପାଞ୍ଚସହ ଭରଣ ଜମି ଦାନ କରିଥିଲେ 1 ପିଶ୍ଚମରେ ଦଧିବାମନ, ଉତ୍ତରରେ ଲଙ୍କାଗଡ଼ ପାହାଡର ସବୁଜିମା ଓ ଦକ୍ଷିଣରେ ବୋଡ଼ାନଦୀ ପ୍ରବାହିତ ହେଉଥିବାରୁ ସେତେବେଳେ ଏହାକୁ ଘୁମୁସର ଅଯୋଧ୍ୟା ଭାବେ ତୁଳନା କରା ଯାଉଥିଲା 1 କବି ଚିନ୍ତାମଣି ମହାନ୍ତିଙ୍କ ରଚିତ ଘୁମୁସର କାବ୍ୟରେ ବର୍ଣ୍ଣିତ ଏହି ପଂକ୍ତି ଘୁମୁସର ଅଯୋଧ୍ୟା ବୋଲାଉଥିବା ପ୍ରସିଦ୍ଧ ଶ୍ରୀ ରଘୁନାଥ ମନ୍ଦିର ସମ୍ପର୍କରେ ଅନେକ ସୂଚନା ଦେଉଛି 1
‘ମଠ ଜଗନ୍ନାଥପ୍ରସାଦ ଆଖ୍ୟାତ
ଅଯୋଧ୍ୟା ଧାମସେ ଘୁମୁସର ରାଜେ
ସୁନାମ ପ୍ରସିଦ୍ଧ ଗ୍ରାମ ନାହିଁ ଭବେ
ସରଳ ସଦୂର୍ଷ ଖୁଦ୍ର ନଦୀ ତହିଁ
ଗ୍ରାମ ଉପକଣ୍ଠେ ଯାଉଛି ବହି ‘ ଶ୍ରୀ ରଘୁନାଥ ମନ୍ଦିରର ପୂର୍ବ ଦିଗରେ ରାଜା ଶ୍ରକର ଭଞ୍ଜ ଏକ ପୀଠ ନିର୍ମାଣ କରିଥିଲେ ଭଞ୍ଜପୀଠ ନାମରେ ନାମିତ ଏହି ପୀଠ ଏବେ ଦୋଳ ମଣ୍ଡପ ରୂପରେ ବ୍ୟବହାର ହୋଉଛି ରାଜା ମଙ୍ଗରାଜ ଭଞ୍ଜ ଙ୍କ ସମୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଏଠାରେ ବହୁ ସମୟ ଅବସ୍ତାନ କରିଥିବା ଶୁଣାଯାଏ 1 ଏଇ ପୀଠରେ ବସି ବହୁ କାବ୍ୟ ରଚନା କରିଥିବା ଲୋକକଥା ରହିଛି 1 ସେତବେଳେ ଏଠାକାର ପ୍ରକୁର୍ତିକ ଦୂର୍ଷ୍ୟ ରାଜି ସାଙ୍ଗକୁ ପଦ୍ମ ପୋଖରୀ ତାଙ୍କୁ କାବ୍ୟ ଓ କବିତା ରଚନା କରିବାକୁ ଭାବାବେଗରହିଥିଲା 1 ଏଇ ପୀଠରେ ବସି ସେ ପ୍ରସିଦ୍ଧ କାବ୍ୟ ”କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ”ରଚନା ସମାପ୍ତ କରିଥିବା ପ୍ରବାଦ ରହିଛି 1 ସେହିପରି “ଚୌ ପଦି ଭୂଷଣ ‘”, “ଭାବବତୀ “ଓ ” ଲାବଣ୍ୟନିଧି “ଭଳି ଅନେକ ଛୋଟ ଛୋଟ କାବ୍ୟ ମଧ୍ୟ୍ୟ ରଚନା କରିଥିବା କେହି କେହି ମତ ଦିୟନ୍ତି 1 ରାଜା ଶ୍ରୀକର ଭଞ୍ଜଙ୍କଦ୍ୱାରା ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିର 1950ଏପ୍ରିଲ 24ରେ ପୁନଃ ନିର୍ମିତ ହୋଇଥିଲା 1 1955ରେ ମନ୍ଦିର ପୁନଃ ପ୍ରତିଷ୍ଠା ହୋଇଥିଲା ଏହାର ମୁଖ୍ୟ ପୁରୋଧା ଭାବେ ମହାରାଜା ଶ୍ରୀ ବସନ୍ତ କୁମାର ରାମାନୁଜ ଦାସ ବର୍ତମାନ ଦାୟିତ୍ୱ ତୁଲାଇଛନ୍ତି 1
ମନ୍ଦିରରେ ରହୁଛନ୍ତି ଶ୍ରୀରାମଚନ୍ଦ୍ର, ମାତା ସୀତା,, ଲକ୍ଷ୍ମ ଣ ଓ ବୀର ହନୁମାନ ଙ୍କର ବିଗ୍ରହ ପୂଜା କରାଯାଉଛନ୍ତି 1
ଏଠାକାର ସବୁଠାରୁ ବିଶେଷତ୍ୱ ହେଲା ମନ୍ଦିରରେ ଥିବା ଦୁଇ ଲାଘବ ମୂର୍ତ୍ତି 1 ବିଜେ ରାଘବ ମନ୍ଦିରରେ ପୂଜା ପାଉଥିବା ବେଳେ ବୀର ରାଘବ ଶ୍ରୀ ରାମ ନବମୀ ଯାତ୍ରା ରେ ବଡଦାଣ୍ଡ କୁ ବିଜେ କରି ରାମ ଜନ୍ମଦିନ ଠାରୁ ଲଙ୍କା ପୋଡି ପ୍ରଯ୍ୟନ୍ତ ଯାତ୍ରା ପରିଚାଳନା କରନ୍ତି 1
ହେଲେ ଏଇ ସବୁ ଘଟଣା ଏବେ ଇତିହାସ ପାଲଟି ଯାଇଛି ଏଇ ମଠ ଏବେ ଦେବୋଦତ ବିଭାଗ ହାତକୁ ଚାଲିଯାଇଛି 1କିନ୍ତୁ ରକ୍ଷଣା ବେକ୍ଷଣା ଅଭାବରୁ ତତ୍କାଳୀନ ଘୁମୁସର ଏହି ଭଞ୍ଜ କିର୍ତ୍ତି ଧୂଁଶ ପଥରେ ପହଁଚିଛି, ଫଳ, ଫୁଲ ଭରା ଉଦ୍ୟାନ ନାହିଁ 1 ପୁଷ୍କରିଣୀ ରେ ପଦ୍ମ ଫୁଲ ଦେଖିବାକୁ ମିଳୁନି 1ଅତୀତ ରେ ତୀର୍ଥରୁ ଫେରୁଥିବା ସାଧୁ ସନ୍ଥ ଙ୍କ ଗହଳ ମଧ୍ୟ୍ୟ ଶୁଭୁନି ଜରାଜୀର୍ଣ୍ଣ ଅବସ୍ଥାରେ ଏବେ ମନ୍ଦିର ରହିଛି 1ରକ୍ଷଣା ଵେକ୍ଷଣ ଅଭାବରୁ ଅଥିତି ଭବନ, ଗୋଶାଳା, ମହନ୍ତ ନିବାସ ଓ ମୁଖ୍ୟଶାଳା ଭାଙ୍ଗି ସ୍ତୁପ ରେ ପରିଣତ ହୋଇଛି 1 ମନ୍ଦିରର ତଳ ଠାରୁ ବେଢା ଭାଙ୍ଗି ଗଲାଣି କେତବେଳେ ଭାଙ୍ଗି ମାଟିରେ ମିସିଜିବ ମନ୍ଦିର କୁ ପାଖରୁ ଦେଖିଲେ ଦିସିବ ମନ୍ଦିର ଧୂସର ନିକଟ ତମହେଲାଣି 1 ମଠର ନିଜସ୍ୱ ସମ୍ପତି କହିଲେ 200ଭରଣ ଧାନଜମି 200ଭରଣ ପାହାଡ଼ ରହିଛି ଓଏଲଆର ଆକ୍ଟ ଅନୁସାରେ 25ଏକର ଭାଗ ଚାଷ ରେ ରହିଛି ହେଲେ କିଛି ଚାଷୀ ମଠକୁ ମହାଶୂଲ ଦଉନଥିବା ଯୋଗୁଁ ମନ୍ଦିରପରିଚାଳନା ପାଇଁ ଯଥେଷ୍ଟ ହଉନଥିବା ବେଳେ ରକ୍ଷଣା ଵେକ୍ଷଣ ହୋଇପାରୁନି ଶ୍ରୀ ରଘୁନାଥ ଓ ଭଞ୍ଜ ପୀଠ ଏବେ ଲୋପ ପାଇବାକୁ ବସିଲାଣି ଏଇ ପୀଠର ରାକ୍ଷଣାବେକ୍ଷଣ କରିବା ଜରୁରୀ ହୋଇପଡିଛି ବୋଲି ଜନସାଧାରଣ ରେ ମତ ପ୍ରକାଶପାଉଛି
=-ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ -=
