You are currently viewing ପଦ୍ମନାଭପୁର ରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଦିନ ପାଳିତ ।
ପଦ୍ମନାଭପୁର ରେ ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଦିନ ପାଳିତ ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ ରେ ଥିବା ଶ୍ରୀ ସତ୍ୟସାଇ ବାବାଙ୍କ ମନ୍ଦିରରେ ଜନ୍ମ ଦିନ ପାଳନ କରାଯାଇଛି ଏହି ଅବସରରେ ସମସ୍ତ ସତ୍ୟ ସାଇବାବା ଭକ୍ତ ମାନେ ଉପସ୍ଥିତ ରହି ପ୍ରଥମେ ସାଇବାବା ଙ୍କ ହୋମ ସହ ଭଜନ ସଂକୀର୍ତ୍ତନ ଗାୟନ କରିଥିଲେ ଏଥିରେ ସତ୍ୟ ସାଇବାବା ଭକ୍ତ ୟୁ. ସୂର୍ଯ୍ୟନାରାୟଣ, ମନୋହର ବେହେରା, ପଦ୍ମଚରଣ ପାଣି, କେ.ତିପ୍ରତି ପାତ୍ର, ଟି ନାରାସାୟା ରେଡି, ଏ, ଲକ୍ଷ୍ମୀନାରାୟଣ, ଦଣ୍ଡପାଣି ସ୍ଵାଇଁ, ସୋମ୍ୟରଞ୍ଜନ ମିଶ୍ର, ବାବୁଲା ସାହୁ, ଗୋପାଳନୃସିଂହ ପାଠୀ , ସୁବାଷ ଚନ୍ଦ୍ର ରେଡି, ରଵିକୁମାର ଶର୍ମା , ସୁକ୍ରୁ ରେଡି ଏବଂ ପୂର୍ବତନ ସରପଞ୍ଚ ବି. କ୍ରିଷ୍ଣା ରାଓ ସୁବୁଦ୍ଧି ଙ୍କ ସମେତ ବହୁ ସାଇବାବା ଭକ୍ତ ଉପସ୍ଥିତ ରହି ଭଜନ ଗାୟନ କରିଥିଲେ। ଏବଂ ମନ୍ଦିର ପରିସରରେ ଅନ୍ନ ପ୍ରସାଦ ର ଆୟୋଜନ ମଧ୍ୟ କରାଯାଇଥିଲା ଏଥିରେ ପଦ୍ମନାଭପୁର ଏବଂ ଆଖପାଖ ଅଞ୍ଚଳର ବହୁ ଭକ୍ତ ଉପସ୍ଥିତ ରହି ଅତି ଆନନ୍ଦରେ ପ୍ରସାଦ ସେବନ କରିଥିଲେ।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରୁ ରଵିକୁମାର ଶର୍ମା ରିପୋର୍ଟ