ଖଲ୍ଲିକୋଟ :29/6 ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରେ ଶ୍ରୀଜୀଉ ମାନଙ୍କ ପାରମ୍ପରିକ ରଥ ଯାତ୍ରା ଶୃଙ୍ଖଳିତ ଭାବେ ପାଳନ କରିବା ପାଇଁ ଅଫିସର ସ୍ତରୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି |ଶନିବାର ଦିନ ଖଲ୍ଲିକୋଟ ବ୍ଲକ ସଭାଗୃହ ରେ ସ୍ଥାନୀୟ ତହସିଲଦାର ଶ୍ରୀକୁମାର ରଥ ଙ୍କ ଅଧକ୍ଷତା ରେ ଆୟୋଜିତ ବୈଠକ ରେ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ ନିରଞ୍ଜନ ବେହେରା ଖଲ୍ଲିକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ, ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧକ୍ଷ ଡାକ୍ତର ପ୍ରଦୀପ କୁମାର ଗନ୍ତାୟତ, ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁ, ମନ୍ଦିର ଟ୍ରଷ୍ଟି ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ ଶେଖର ସାହୁ, ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଚିତ୍ତରଞ୍ଜନ ମଲ୍ଲିକ, ଅବକାରୀ ଅଧିକାରୀ ଦେବସ୍ମିତା ସାମଲ ଓ ଜନସ୍ୱାସ୍ଥ୍ୟ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ଶତପଥି ଖଲ୍ଲିକୋଟ ରାଜସ୍ବ ନିରୀକ୍ଷକ ମୀନକେତନ ଶବର ଅଗ୍ନିଶମ ସେବା ଅଧିକାରୀ ସୁଧାକର ନାୟକ ସମେତ ପୂର୍ତ୍ତ, ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ ର ସମସ୍ତ ଲାଇନ ଅଫିସର ମାନଙ୍କ ଉପସ୍ଥିତି ରେ ରଥ ଟଣା ନୀତି ନିର୍ଘଣ୍ଟ, ଟ୍ରାଫିକ ବ୍ୟବସ୍ଥା ସମେତ ଯାତ୍ରୀ ମାନଙ୍କ ନିରାପତ୍ତା ଓ ପାନୀୟ ଜଳ, ଅଗ୍ନିଶମ ବାହିନୀ ର ସହାୟତା, ସ୍ୱାସ୍ଥ୍ୟ କେନ୍ଦ୍ର ସଜାଗ ରଖିବା ଓ ବଡଦାଣ୍ଡ ରେ ଗୁଣ୍ଡିଚା ମଣ୍ଡପ ଠ|ରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ବଡଦାଣ୍ଡ ରେ ଉଭୟ ପାର୍ଶ୍ୱ ରୁ ଜବରଦଖଲ କାରୀଙ୍କୁ ଉଛେଦ କରିବା ରଥ ଯାତ୍ରା ଆରମ୍ଭ ରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ ବଡଦାଣ୍ଡ ରେ ଆମିଷ ଜଳଖିଆ ବିକ୍ରି ବନ୍ଦ କରିବା ଓ ରଥଯାତ୍ରା ଓ ବାହୁଡା଼ ଦୁଇ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ କୁ ବନ୍ଦ ରଖିବା ପାଇଁ ବୈଠକ ରେ ବିସ୍ତୃତ ଭାବେ ଆଲୋଚନା ହୋଇ ନିଷ୍ପତ୍ତି ନିଆ ଯାଇଥିଲା |ନିର୍ଦ୍ଧାରିତ ସମୟରେ ଶ୍ରୀ ଜୀଉ ମାନଙ୍କ ଗୋଟି ପହଣ୍ଡି ଓ ନବ ଯୌବନ ଦର୍ଶନ, ଛେରା ପହରା ଚାର ମାଳ କାମ ଦିନ ତିନି ଘଣ୍ଟ ସମୟରେ ରଥ ଟଣା କାର୍ଯ୍ୟକ୍ରମ ଆରମ୍ଭ ପାଇଁ ଆଲୋଚନା ହୋଇଥିଲା |ସେହିପରି ଶ୍ରୀଗୁଣ୍ଡିଚା ମଣ୍ଡପ ଓ ବାହୁଡା଼ ରେ ସିଂହ ଦ୍ୱାର ଆଗରେ ଭଜନ ସମାରୋହ ଓ

ହରିକଥା ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା ପାଇଁ ଆବଶ୍ୟକ ଅର୍ଥ ଓ ଖସଡ଼ା ପ୍ରସ୍ତୁତ ପାଇଁ ଆଲୋଚନା ହୋଇଥିବା ବେଳେ ଶ୍ରୀମନ୍ଦିର ପରିସର ରେ ଅଭଡ଼ା ଅନ୍ନ ବ୍ୟବସ୍ତା ଆସନ୍ତା କାର୍ତିକ ମାସ ପୂର୍ବରୁ ଆରମ୍ଭ କରିବା ଓ ମନ୍ଦିର ର ଓ ମେଘନାଦ ପାଚେରୀ ର ସୁରକ୍ଷା ଓ ମରାମତି ଓ ଚୂନ କଲର ସମେତ ମନ୍ଦିର ପୂଜା ନୀତି ଓ ଅନୁସଙ୍ଗିକ ବିକାଶ ପାଇଁ ପି ପି ପି ମୋଡ଼ ର ବ୍ୟବସ୍ଥା କରିବା ପାଇଁ ବୈଠକ ରେ ମତ ପ୍ରକାଶ ପାଇଥିଲା |ଓଡିଶା ର ଅନ୍ୟ ଜଗନ୍ନାଥ ମନ୍ଦିର ଭଳି ରାଜ୍ୟ ସରକାର ଅନୁଦାନ ମିଳୁନଥିବା ଯୋଗୁଁ ବୈଠକ ରେ ଉଦବେଗ ପ୍ରକାଶ ପାଇ ଥିଲା |
(ରିପୋର୍ଟ -ମାଧବ ବେହେରା, ଖଲ୍ଲିକୋଟ )
