You are currently viewing ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବେଗୁନିଆପଡା ବ୍ଲକ ର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବେଗୁନିଆପଡା ବ୍ଲକ ର ବିଭିନ୍ନ ସ୍ଥାନରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଦଳା (୨୨.୧.୨୦୨୪)-: ପବିତ୍ର ଅଯୋଧ୍ୟା ଧାମ ଠାରେ ପ୍ରଭୁ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରେ ଆଜି ଗ୍ରାମବାସୀ ଏବଂ ଭକ୍ତ ମାନେ ୧୦୮ ହନୁମାନ ରୂପ ହୋଇ ମହାପ୍ରଭୁ ଶ୍ରୀ ରଘୁନାଥ ଏବଂ ହନୁମାନଙ୍କ ପ୍ରତିମୂର୍ତ୍ତିଙ୍କୁ ନେଇ ହନୁମାନବାଟିକା ଠାରୁ ଏକ ଭବ୍ୟ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରିଥିଲେ । ସମସ୍ତଙ୍କ ମୁଖରେ ଜୟ ଶ୍ରୀରାମ ଧ୍ବନୀରେ ବେଗୁନିଆପଡା କମ୍ପି ଉଠୁଥିଲା ।ଏଥିସହିତ ବେଗୁନିଆପଡ଼ା ବ୍ଳକ ର ନୂଆଁଗଡ଼ ଗ୍ରାମରେ ଅଷ୍ଟପ୍ରହରୀ ନାମ ଯଜ୍ଞ, ଅଙ୍ଗାରଗାଁ, ତାଳସର ଗ୍ରାମରେ ନାମ ସଙ୍କୀର୍ତ୍ତନ ଶୋଭାଯାତ୍ରା, ନୂଆଗାଁ ରେ ମହନ୍ତ ଦାମୋଦର ଦାଶ ମହାରାଜ ଙ୍କ ନେତୃତ୍ଵରେ ହନୁମାନ ଚାଳିଶା ପାଠ, ସାଙ୍କୁଡ଼ା ରେ ପ୍ରସାଦସେବନ ର ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସେହିପରି ଏହି ଅବସରରେ ବେଗୁନିଆପଡା ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।