ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ବ୍ଲକ ନିକଟସ୍ଥ ଭିର୍ଲିଙ୍ଗି ଗ୍ରାମରେ ଥିବା ଶ୍ରୀ ସିଦ୍ଧିବିନାୟକ ମନ୍ଦିରରେ ପ୍ରଥମ ବାର୍ଷିକ ଉତ୍ସବ ପାଳିତ ହେଇଯାଇଛି ଏହି ଅବସରରେ ପ୍ରଥମ ଆଦି ପୂଜ୍ୟ ଗଜାନନ ଙ୍କୁ ପ୍ରଥମେ ପଞ୍ଚାଵୃତ ଅଭିଷେକ କରାଯାଇ ତାପରେ ଲକ୍ଷ୍ମୀଗଣପତି ହୋମ ସହ ସନ୍ଧ୍ୟା ସମୟରେ ମହିଳା ମାନଙ୍କ ଉପସ୍ଥିତି ରେ ସହସ୍ର କୁଙ୍କୁମ ଆର୍ଚ୍ଚନା ପୂଜା କାର୍ଯକ୍ରମ ଅନୁଷ୍ଠିତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ପଣ୍ଡିତ ଶ୍ରୀ ରବିକୁମାର ଶର୍ମା ପୈରହିତରେ କାର୍ଯକ୍ରମ ଆୟୋଜିତ ହୋଇଥିଲା ଏଥି ସହ ଅନ୍ନଯଜ୍ଞ ସହିତ ବିଶାଖାପାଟଣା ମହିଳା ମାନଙ୍କ ସହଯୋଗରେ ଦାଣ୍ଡିଆ ନୃତ୍ୟ ପରିବେଷଣ କରାଯାଇଥିଲା ଏହି କାର୍ଯ୍ୟକ୍ରମ କର୍ତ୍ତା ଭାବେ ମିନିକେତନ ସହଧର୍ମିଣୀ ମିନି, ସରପଞ୍ଚ ସୂର୍ଯ୍ୟନାରାୟଣ ରେଡି ଗୋପି ରେଡି ଏବଂ ସମସ୍ତ ଗ୍ରାମାବାସୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

