ପୁରୁଷୋତ୍ତମପୁର ବ୍ଳକ ରାଇପୁର ପଞ୍ଚାୟତ ନିକଟ ଋଷିକୁଲ୍ୟା ନଦୀ ତଟ ରତ୍ନ ଗିରି ପାହାଡ଼ ଉପରେ ରେ ବିରାଜିତ ମା ତାରା ତାରିଣୀ ଙ୍କ ଚୈତ୍ର 4ର୍ଥ ପାଳି ମଙ୍ଗଳ ବାର ଯାତ୍ରା ଆଜି ଶେଷ ହୋଇଛି | ଆଜି ମା ଭକ୍ତ ଙ୍କୁ ମହାକାଳୀ ବେଶରେ ଦର୍ଶନ ଦେଇ କୁତାର୍ଥ କରିଛନ୍ତି | ଆଜି ସକାଳ 4ଘଣ୍ଟ ପୂର୍ବରୁ ମାଙ୍କ ସବୁ ନୀତିକାନ୍ତି ସାରି ସାହାଣ ମେଲା ରେ ଭକ୍ତଙ୍କୁ ଦର୍ଶନ ଦେଇ ସମସ୍ତଙ୍କୁ ଆଶିଷ ପ୍ରଦାନ କରିଥିଲେ ଦୁଈ ଭଉଣୀ | ତେବେ ଯାତ୍ରୀଙ୍କ ପାଇଁ ପ୍ରଶାସନ ତରଫରୁ , ଯାତ୍ରୀ ମାନଙ୍କ ପାଈଁ ସମସ୍ତ ବ୍ୟବସ୍ତା କରିଥିଲେ | ପ୍ରବଳ ଖରରୁ ଶୀତଳ ତା ପାଇଁ ଫାୟାର ବିଭାଗ ଓ ସ୍ବେଛାସେବୀ ମାନଙ୍କ ଦ୍ୱାରା ଜଳ ସିଞ୍ଚନ, ପାହାଡ଼ ଉପରକୁ ଭକ୍ତଙ୍କ ଯିବାପାଇଁ ମନ୍ଦିର ତରଫରୁ ସ୍ୱତନ୍ତ୍ର ବସ ସେବା, ଓ ସମସ୍ତ ବ୍ୟବସ୍ତା କରାଯାଇଥିଲା |

ଆଜି ମାଙ୍କ ସେବାରେ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା, ଅତିରିକ୍ତ ଜିଲ୍ଲା ପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ପୁରୁଷୋତ୍ତମପୁର ତହସିଲଦାର ସନ୍ତୋଷ କୁମାର ସାହୁ, ବିଡ଼ିଓ ବିଜୟ କୁମାର ବେହେରା, ପୁରୁଷୋତ୍ତମପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ଓ ସବୁ ବିଭାଗର ଅଧିକାରୀ , କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଯାତ୍ରା କୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଛତ୍ରପୁର ଏସପି ଯଗ ମୋହନ ମିନା, ଅତିରିକ୍ତ ଏସପି ବିଜୟ କୁମାର ମଲିକ, ଅତିରିକ୍ତ ଏସପି ପିକେ ଦଳାଇ, ପୁରୁଷୋତ୍ତମପୁର ଉପଖଣ୍ଡ ସ୍ତରୀୟ ଅଧିକାରୀ ରଜନୀ କାନ୍ତ ସାମଲ, ଆଇ ଆଇସି ପ୍ରିୟସ ରଞ୍ଜନ ଛୋଟ ରାୟ, ଓ ସମସ୍ତ ଥାନା ର ଆଇ ଆଇ ସି, ଏସ ଆଇ , ଡ଼ିଏସପି ଓ 11 ପ୍ଲାଟୁନ ପୋଲିସ ଏବଂ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତି ରହି ଏହି ଯାତ୍ରା କୁ ସହଯୋଗ କରିଥିଲେ |।

ଆଜି 4ର୍ଥ ଶେଷ ପାଳିରେ ପ୍ରାୟ ଏକ ଲକ୍ଷ ଭକ୍ତ ଙ୍କ ସମାଗମ ହୋଇଥିଲା | ଏହି ଯାତ୍ରା ରେ ସମସ୍ତ ସେବାୟତମାନେ ସମ୍ପୂର୍ଣ ସହଯୋଗ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସେବାୟତ ସଭାପତି ତପନ କୁମାର ରଣା, ମୁଖ୍ୟ ପୂଜକ ବାପୁଜୀ ରଣା, ଜଗନ୍ନାଥ ରଣା ରାମଚନ୍ଦ୍ର ରଣା, ଦୁର୍ଗା ପ୍ରସାଦ ରଣା ମିଟୁ ରଣା , ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ | ଆଜି ସମୁର୍ଣ ହୋଇଛି ଚୈତ୍ର ମଙ୍ଗଳ ବାର ଓଁ ଭକ୍ତଙ୍କ ମୁଣ୍ଡନ ଯାତ୍ରା, ପୁଣି ବଞ୍ଚି ଥିଲେ ଆରବର୍ଷ କୁ ପୁଣି ଏହି ଯାତ୍ରା ରେ ମା ଓ ଭକ୍ତ ଙ୍କ ମିଳନ ହେବ | ରିପୋର୍ଟ ପ୍ରସନ୍ନ କୁମାର ଦାସ

